Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ପେଗାସସ୍‌ ମାମଲାରେ କେନ୍ଦ୍ରକୁ ଝଟ୍‌କା ! ଜବାବ ନମିଳିବାରୁ ଯାଞ୍ଚ କମିଟି ଗଠନ କଲେ ସୁପ୍ରିମକୋର୍ଟ, ସିଜେଆଇ କହିଲେ- ‘ଆମେ ନିରବଦ୍ରଷ୍ଟା ସାଜି ପାରିବୁନି’

27/10/2021 at 5:58 PM

ନୂଆଦିଲ୍ଲୀ ୨୭/୧୦: ଏବେ ବି ଥମିନି ପେଗାସସ୍‌ ଝଡ଼। ପେଗାସସ୍‌ ଡାଟା ଚୋରି ମାମଲାରେ ସ୍ବତନ୍ତ୍ର ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିଛି । ପେଗାସସ ମାମଲାକୁ ଖଣ୍ଡନ କରିବା ନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ଜବାବ ଦିଆଯାଇ ନାହିଁ। ଏମିତିରେ ଆବେଦକଙ୍କ ଆବେଦନ ସ୍ବୀକାର କରିବା ବ୍ୟତୀତ ଅନ୍ୟ ପନ୍ଥା ନାହିଁ ବୋଲି ସୁପ୍ରିମକୋର୍ଟ ସଫା ସଫା ଶୁଣାଇ ଦେଇଛନ୍ତି। ଏନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିବା ବେଳେ ସୁପ୍ରିମକୋର୍ଟ ଏହାର ତଦାରଖ କରିବେ ବୋଲି ଜଣାପଡ଼ିଛି।

ଏହା ପୂର୍ବରୁ ସେପ୍ଟେମ୍ବର ୨୩ରେ ସିଜେଆଇ ଇସ୍ରାଏଲ ନିର୍ମିତ ପେଗାସସ୍‌ ସ୍ପାଇଓ୍ବେର ଦ୍ବାରା ଦେଶର ବିରୋଧୀ ନେତା, ସାମ୍ବାଦିକଙ୍କ  ଡାଟା ଚୋରି ନେଇ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି ବେଳେ ଏକ ଯାଞ୍ଚ କମିଟି ଗଠନ କରିବାକୁ ସଂକେତ ଦେଇଥିଲେ। ଏହା ପରେ ବୁଧବାର ଅର୍ଥାତ ଆଜି ସୁପ୍ରିମକୋର୍ଟ ନିଜର ରାୟ ପ୍ରକାଶ କରିବା ସହ ୩ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିବା ପାଇଁ ନିର୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନଭି ରମନା, ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍‌ ହିମା କୋହଲିଙ୍କ ଖଣ୍ଡପୀଠ କହିଛନ୍ତି ଯେ ତିନି ସଦସ୍ୟ ବିଶିଷ୍ଟ ଏହି କମିଟିର ଅଧ୍ୟକ୍ଷତା କରିବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଆରବି ରବୀନ୍ଦ୍ରନ୍‌। ଏହା ସହ ସଦସ୍ୟ ରହିବେ ଆଲୋକ ଯୋଶୀ ଏବଂ ସନ୍ଦୀପ ଓବ୍ରାୟନ। ଏହି କମିଟି ସହ ସାଇବର ସୁରକ୍ଷା, ଫରେନ୍ସିକ ଏକ୍ସପର୍ଟ, ଆଇଟି ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞଙ୍କୁ ମଧ୍ୟ ସାମିଲ କରାଯିବ। କମିଟି ଗଠନ ପରେ ଜଳଦି ରିପୋର୍ଟ ଦେବାକୁ ନିର୍ଦେଶ ଦେବା ସହ ମାମଲାର ଆଗାମୀ ଶୁଣାଣି ୮ ସପ୍ତାହ ପରେ ହେବ ବୋଲି ଖଣ୍ଡପୀଠ  କହିଛନ୍ତି।

ଏହା ସହ ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ନାଗରିକଙ୍କ ପାଖରୁ ଡାଟା ଚୋରି କରିବା ଆଦୌ ଗ୍ରହଣୀୟ ନୁହେଁ। ଆମେ ମୁକଦର୍ଶକ ହୋଇ ବସିପାରିବୁ ନାହିଁ। କୌଣସି ବ୍ୟକ୍ତିଙ୍କ ନିଜତ୍ବର ଉଲ୍ଲଂଘନ ନହେବା ଦରକାର। ଏହା ପୂର୍ବରୁ ଜାତୀୟ ସୁରକ୍ଷାର ନାଁ ନେଇ ପେଗାସସ ମାମଲାରେ ସରକାର ବିସ୍ତୃତ ବିବରଣୀ  ଦାଖଲ କରିନଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ପେଗାସସ୍‌ ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ଜବାବ ଦିଆଯାଇନାହିଁ। ତେଣୁ ଏହି ପରିସ୍ଥିତିରେ ମାମଲାର ଯାଞ୍ଚ ହେବା ଜରୁରୀ।

   Related Posts