Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବିଜେପିକୁ ଝଟକା: ଆଜି ମୁକୁଲ ରୟଙ୍କ ‘ଘର ବାହୁଡା’! ଅପରାହ୍ନରେ ମମତାଙ୍କୁ କରିବେ ସାକ୍ଷାତ

11/06/2021 at 1:42 PM

ପଶ୍ଚିମବଙ୍ଗ୧୧/୬: ବିଧାନସଭା ନିର୍ବାଚନରେ ​​ହାରିଯିବା ପରେ ବିଜେପିକୁ ଆଉ ଏକ ଝଟକା ଲାଗିବାକୁ ଯାଉଛି । ବାସ୍ତବରେ ବିଜେପିର ବଡ ନେତା ମୁକୁଲ ରୟଙ୍କ ଏବେ ଘର ବାହୁଡା ହେବାକୁ ଯାଉଛି । ଅର୍ଥାତ ପୁଣିଥରେ ଟିଏମସିକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ମୁକୁଲ ରୟ । କୁହାଯାଉଛି ଯେ ସେ ଆଜି ଅପରାହ୍ନରେ ତାଙ୍କ ପୁଅ ସୁଭ୍ରାଂଶୁ ସହ ତ୍ରୁଣମୂଳ କଂଗ୍ରେସକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି ।

ଏ ନେଇ ସେ ଆଜି ଅପରାହ୍ନରେ ପାର୍ଟି ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ । ଏହି ସଭାରେ ଅଭିଷେକ ବାନାର୍ଜୀ ମଧ୍ୟ ଉପସ୍ଥିତ ରହିବେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ ଯେତେବେଳେ ଟିଏମସିରୁ ବିଜେପିକୁ ଯାଉଥିବା ନେତାଙ୍କ ଧାଡି ଲାଗିଥିଲା, ସେତେବେଳେ ମୁକୁଲ ରୟଙ୍କ ନାମ ପ୍ରଥମରେ ଥିଲା ।

ମମତା ବାନାର୍ଜୀଙ୍କ ବେଶ୍ ଖାସ୍ ଥିଲେ ମୁକୁଲ । କିନ୍ତୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ତାଙ୍କୁ ଟିଏମସିରୁ ବାହାର କରି ଦିଆଯାଇଥିଲା । ଆମେ ଏଠାରେ ଆପଣଙ୍କୁ କହିବୁ ଯେ ବର୍ତ୍ତମାନ ବିଜେପିରେ ଏଭଳି ଅନେକ ନେତା ଅଛନ୍ତି, ଯେଉଁମାନେ ଟିଏମସି ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ।

   Related Posts