କ୍ରେଡିଟ୍ କାର୍ଡ଼ ଗ୍ରାହକଙ୍କୁ ଝଟକା : ଅକ୍ଟୋବର ୧ତାରିଖରୁ ବଦଳିଯିବ ଏହି ନିୟମ
28/09/2019 at 1:18 PM

ନୂଆଦିଲ୍ଲୀ ୨୮/୯: ଯଦି ଆପଣ ବି ଅଧିକାଂଶ ସମୟ ପେଟ୍ରୋଲ ପମ୍ପରେ କ୍ରେଡିଟ୍ କାର୍ଡ଼ଦ୍ବାରା ପେ କରୁଛନ୍ତି ଏବଂ କାର ଏବଂ ବାଇକର ଟାଙ୍କି ଫୁଲ୍ କରି ଟେନସନ୍ ଫ୍ରି ରହୁଛନ୍ତି ତେବେ ଏହି ଖବର ଆପଣଙ୍କୁ ନିଶ୍ଚୟ ପଢ଼ିବା ଉଚିତ୍। ଏବେ ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ-ଡିଜେଲ ଭର୍ତ୍ତି କଲେ କ୍ରେଡିଟ୍ କାର୍ଡ଼ରେ ପେମେଣ୍ଟରେ ମିଳୁଥିବା ଛାଡ଼ ମିଳିବ ନାହିଁ। । ଅକ୍ଟୋବର ୧ତାରିଖରୁ ତେଲ କମ୍ପାନୀ ତରଫରୁ କ୍ରେଡିଟ୍ କାର୍ଡ଼ରେ ପେମେଣ୍ଟ କଲେ ମିଳୁଥିବା ଛାଡ଼କୁ ବନ୍ଦ କରାଯିବ। ଅଢ଼େଇ ବର୍ଷ ତଳେ ପେଟ୍ରୋଲ୍ ପମ୍ପରେ ଡିଜିଟାଲ ମୋଡରେ ପେମେଣ୍ଟ କଲେ ଗ୍ରାହକଙ୍କୁ ୦.୭୫ ପ୍ରତିଶତ କ୍ୟାଶବ୍ୟାକ୍ ଦେବାର ସୁବିଧା ଆରମ୍ଭ କରାଯାଇଥିଲା।
ଏହି ସୁବିଧା ବିମୁଦ୍ରାକରଣ ପରେ ଡିଜିଟାଲ ଟ୍ରାଞ୍ଜାକସନକୁ ଗୁରୁତ୍ବ ଦେବା
ପାଇଁ ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥିଲା। ଭାରତର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇ ତରଫରୁ
କ୍ରେଡିଟ୍ କାର୍ଡ଼ ଗ୍ରାହକଙ୍କୁ ପଠାଯାଇଥିବା ଟେକ୍ସଟ ମ୍ୟାସେଜରେ କୁହାଯାଇଥିଲା ଯେ କ୍ରେଡିଟ୍
କାର୍ଡ଼ରୁ ପେ କଲେ କ୍ୟାଶବ୍ୟାକର ସୁବିଧା ଅକ୍ଟୋବର ୧ତାରିଖରୁ ବନ୍ଦ ହୋଇଯିବ। ଆହୁରି ମଧ୍ୟ
କୁହାଯାଇଥିଲା ଯେ ଏହା ତୈଳ କମ୍ପାନୀଗୁଡ଼ିକର ପରାମର୍ଶରେ କରାଯାଉଛି। ସମସ୍ତ ବ୍ୟାଙ୍କ ତରଫରୁ
ଏହି ସୁବିଧା ବନ୍ଦ କରି ଦିଆଯାଇଛି।