ଆମାଜନକୁ ଝଟକା ! ଫ୍ୟୁଚର-ରିଲାଏନ୍ସ ରିଟେଲ୍ ଡିଲ୍ ଉପରେ ନିଷ୍ପତ୍ତି ନେବାକୁ ରେଗୁଲେଟର୍ସକୁ କୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | December 21, 2020 IST

ନୂଆଦିଲ୍ଲୀ ୨୧।୧୨: ଦେଶରେ ସବୁଠୁ ବଡ ରିଟେଲ୍ ଡିଲ୍‌ ପାଇଁ ପଥ ପରିଷ୍କାର ହୋଇଥିବା ଜଣା ପଡିଛି। ଦିଲ୍ଲୀ ହାଇକୋର୍ଟ ଫ୍ୟୁଚର ଗ୍ରୁପ୍ ଓ ଆମାଜନ୍ ବିବାଦ ମାମଲାରେ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ଅଦାଲତ ଫ୍ୟୁଚର ଗ୍ରୁପର ଆପତ୍ତି ଅନୁସାରେ ନିଷ୍ପତ୍ତି ନେବାକୁ ରେଗୁଲେଟର୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ କୋର୍ଟ ଏଫଆରଏଲର ଉକ୍ତ ଆବେଦନକୁ ଖାରଜ କରିଛନ୍ତି, ଯେଉଁଥିରେ ଗୁହାରି କରାଯାଇଥିଲା ଯେ, ଆମାଜନକୁ ରେଗୁଲେଟର୍ସ ସହିତ ଆଲୋଚନା କରିବାକୁ ରୋକାଯାଉ।

ଗ୍ରୁପର ଡିଲ୍ ଉପରେ ଲଗାଇଲେ ଅନ୍ତରୀଣ ରୋକ୍

ଅକ୍ଟୋବରରେ ସିଙ୍ଗାପୁରର ଏକ ମଧ୍ୟସ୍ଥତା ଅଦାଲତ ରିଲାଏନ୍ସ ଓ ଫ୍ୟୁଚର ଗ୍ରୁପର ଡିଲ୍‌ ଉପରେ ଅନ୍ତରୀନ ରୋକ୍ ଲଗାଇଥିଲେ। ଦିଲ୍ଲୀ ହାଇକୋର୍ଟ ରେଗୁଲେଟର୍ସକୁ ଏହି ବିବାଦରେ ନିର୍ଣ୍ଣୟ ନେବାକୁ ଆଦେଶ ଦେଇଛନ୍ତି। ଏଥିସହ ସଙ୍କେତ ଦେଇଛନ୍ତି ଯେ, ମାମଲାକୁ ଭାରତୀୟ ଆଇନ ବ୍ୟବସ୍ଥା ଅନୁଯାୟୀ ସମାଧାନ କରାଯିବ। ଦିଲ୍ଲୀ ହାଇକୋର୍ଟ ସ୍ଵୀକାର କରିଛନ୍ତି ଯେ, ରିଲାଏନ୍ସର ରାଜିନାମାକୁ ମଞ୍ଜୁରୀ ଦେଇଥିବା ଏଫଆରଏଲ ବୋର୍ଡର ପ୍ରସ୍ତାବ ବୈଧ୍ୟ ଅଟେ।

ଉଚ୍ଚ ନ୍ୟାୟାଳୟ ୧୩୨ ପୃଷ୍ଠାର ନିଜର ଆଦେଶରେ ମଧ୍ୟ କହିଛନ୍ତି ଯେ, ଆମାଜନ ଫେମା ଓ ଏଫଡିଆଇ ନିୟମର ଉଲ୍ଲଂଘନ କରିଛି। ଆମାଜନ ବିଭିନ୍ନ ରାଜିନାମା କରି ଏଫଆରଏଲ ଉପରେ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛି, ଏହାକୁ ଉଚିତ୍ ଦର୍ଶାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଯଦି ଫ୍ୟୁଚର ଓ ରିଲାଏନ୍ସକୁ ଆମାଜନର ଅଯଥା କାର୍ଯ୍ୟ ଯୋଗୁଁ କ୍ଷତି ସହିବାକୁ ପଡେ ତେବେ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.