ପରଲୋକରେ ପ୍ରସିଦ୍ଧ କୁଚିପୁଡ଼ି ନୃତ୍ୟାଙ୍ଗନା ଶୋଭା ନାଇଡୁ, ଅନେକ ସମ୍ମାନରେ ହୋଇଥିଲେ ସମ୍ମାନୀତ

Published By : Prameya-News7 Bureau | October 14, 2020 IST

ହାଇଦ୍ରାବାଦ ୧୪/୧୦: ପରଲୋକରେ ପ୍ରସିଦ୍ଧ କୁଚିପୁଡ଼ି ନୃତ୍ୟାଙ୍ଗନା ଶୋଭା ନାୟିଡୁ। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି  । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା।

୧୯୫୬ ମସିହାରେ ଆନ୍ଧ୍ରପ୍ରଦେଶର ଅନକପଲ୍ଳୀରେ ଜନ୍ମଗ୍ରହଣ କରିଥିବା ଶୋଭା ନାଇଡୁ ଭେମପତି ଚିନ୍ନା ସତ୍ୟମରୁ କୁଚିପୁଡ଼ି ନୃତ୍ୟ ଶିକ୍ଷା କରିଥିଲେ।

୨୦୦୧ରେ ଶୋଭା ନାଇଡୁ ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ୧୯୯୧ରେ ସଙ୍ଗୀତ ନାଟକ ଆକାଡେମି ପୁରସ୍କାର ପାଇଥିବା ଶୋଭା ମାଡ୍ରାସ୍ ଶ୍ରି କିଷ୍ଣା ଗଣସଭା ପକ୍ଷରୁ ‘ନୃତ୍ୟ ଚୁଡ଼ାମଣି ଟାଇଟଲ୍‌ ଜିଣିଥିଲେ। କୁଚିପୁଡି ଆର୍ଟ ଆକାଡେମିରେ ୪୦ ବର୍ଷ ଧରି ପ୍ରିନ୍ସିପାଲ୍‌ ଭାବେ କାର୍ଯ୍ୟରତ ଶୋଭା ନାଇଡୁ ଦେଶ ଓ ବିଦେଶର ୧୫୦୦୦ ପିଲାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.