ଶୋଏବ ମଲିକଙ୍କ ସହ ପାକିସ୍ତାନୀ ଅଭିନେତ୍ରୀଙ୍କ ରୋମାଣ୍ଟିକ ଫଟୋ ଭାଇରାଲ: ସାନିୟା ମିର୍ଜାଙ୍କୁ ଏମିତି ପରାମର୍ଶ ଦେଇଛନ୍ତି ପ୍ରଶଂସକ

Published By : Prameya-News7 Bureau | November 12, 2021 IST

ନୂଆଦିଲ୍ଲୀ ୧୨/୧୧ : ପାକିସ୍ତାନ କ୍ରିକେଟର ଶୋଏବ ମଲିକ ଜଣେ ପାକିସ୍ତାନୀ ଅଭିନେତ୍ରୀ ଆୟଶା ଉମରଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି। ଶୋଏବ ମଲିକଙ୍କ ସହ ନିଜ ରୋମାଣ୍ଟିକ ଓ ଗ୍ଲାମର ଫଟୋ ଆୟଶା ନିଜେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଶୋଏବ ଓ ଆୟଶାଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ପ୍ରଶଂସକ ଏହି ଫଟୋ ଦେଖି ସାନିୟା ମିର୍ଜାଙ୍କୁ ଦେଖିଚାହିଁ ରହିବାକୁ ପରାମର୍ଶ ଦେଉଛନ୍ତି।

{"id":542767,"width":684,"height":684,"sizeSlug":"full","linkDestination":"none"}

ଶୋଏବ ଓ ଆୟଶାଙ୍କ ଏହି ଫଟୋ ଏକ ଲୋକାଲ ମ୍ୟାଗେଜିନର ଯାହା ଗତ ମାସର। ଆଇସିସି ଟି-୨୦ ବିଶ୍ୱକପରେ ସ୍କଟଲ୍ୟାଣ୍ଡର ବିଜୟ ପରେ ଆୟଶା କିଛି ଫଟୋ ସେୟାର କରିଥିଲେ। ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ସେମି ଫାଇନାଲ ମ୍ୟାଚ ଦିନ ମଧ୍ୟ ଆୟଶା ଇନଷ୍ଟାଗ୍ରାମରେ ଶୋଏବ ମଲିକଙ୍କ ସହ ସ୍ୱିମିଙ୍ଗ ପୁଲର କିଛି ଫଟୋ ସେୟାର କରିଥିଲେ।

{"id":542768,"width":652,"height":815,"sizeSlug":"large","linkDestination":"none"}

ଶୋଏବ ମଲିକ ଓ ଆୟଶା ଉମରଙ୍କ ଏହି ଫଟୋସୁଟ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଶଂସକ ଏହାକୁ ସାନିୟା ମିର୍ଜାଙ୍କ ସହ ଯୋଡ଼ିଛନ୍ତି। ଲୋକେ ପ୍ରଶ୍ନ କରୁଛନ୍ତି, ପାକିସ୍ତାନର 'ଫେବ୍ରେଟ ଭାବୀ' ଶୋଏବ ମଲିକଙ୍କୁ ଏତେ ସିଜଲିଙ୍ଗ ଓ ରୋମାଣ୍ଟିକ ଫଟୋସୁଟ ପାଇଁ ଅନୁମତି କେମିତି ଦେଲେ।

{"id":542769,"width":673,"height":675,"sizeSlug":"full","linkDestination":"none"}

ଆୟଶା ଉମର କହିଛନ୍ତି ଯେ କୌଣସି ଯୁବକ ଓ ଯୁବତୀଙ୍କ ରୋମାଣ୍ଟିକ ଫଟୋସୁଟ ଆଫେୟାର ଇସାରା କରେନାହିଁ। ଜଣେ ପ୍ରଶଂସକ ପଚାରିଛନ୍ତି, ବାହାଘର ଇରାଦା ଅଛି କି ? ଆୟଶା କହିଛନ୍ତି ଶୋଏବ ବିବାହିତ ଏବଂ ନିଜ ପତ୍ନୀ ସହ ଖୁସିରେ ଅଛନ୍ତି। ସେ ଶୋଏବ ଓ ସାନିୟାଙ୍କୁ ସମ୍ମାନ କରନ୍ତି। ଶୋଏବ ତାଙ୍କର ଭଲ ବନ୍ଧୁ ଓ ସେମାନେ ପରସ୍ପରର ଶୁଭଚିନ୍ତକ।

{"id":542770,"width":701,"height":701,"sizeSlug":"large","linkDestination":"none"}

ଶୋଏବ ମଲିକ ଟି -୨୦ ବିଶ୍ୱକପ ୨୦୨୧ ରେ ସ୍କଟଲ୍ୟାଣ୍ଡ ବିପକ୍ଷରେ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ଜିତିବା ପରେ ଆୟେଶା ଉମର ଏହି ଫଟୋ ସେୟାର କରିଥିଲେ। ଶୋଏବ ମଲିକ ନିଜର ଚମତ୍କାର ଇନିଂସ କାରଣରୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିଲେ।

{"id":542771,"width":693,"height":362,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.