ବିରାଟ କୋହଲିଙ୍କଠୁ ଏହି କ୍ରିକେଟରଙ୍କୁ ଖୁବ୍‌ ପସନ୍ଦ କରନ୍ତି ପାକିସ୍ତାନୀ, ଖୁଲାସା କଲେ ଶୋଏବ ଅଖତର

Published By : Prameya-News7 Bureau | October 22, 2021 IST

ନୂଆଦିଲ୍ଲୀ ୨୨/୧୦:  ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ବଡ଼ ଖୁଲାସା କରିଛନ୍ତି । ପାକିସ୍ତାନର କ୍ରିକେଟ ପ୍ରେମୀ ଭାରତୀୟ ଟିମ୍‌ର କେଉଁ ଖେଳାଳିଙ୍କୁ ଅଧିକ ପସନ୍ଦ କରନ୍ତି ସେନେଇ ଶୋଏବ କହିଛନ୍ତି । ଶୋଏବଙ୍କ ଏହି ଖୁଲାସା ପରେ ଭାରତରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପାକିସ୍ତାନରେ ବିରାଟ କୋହଲିଙ୍କ ଅପେକ୍ଷା ଟିମ୍‌ ଇଣ୍ଡିଆର ଉନଅଧିନାୟକ ରୋହିତ ଶର୍ମାଙ୍କୁ ଲୋକେ ଅଧିକ ପସନ୍ଦ କରନ୍ତି ବୋଲି ଶୋଏବ ଅଖତର କହିଛନ୍ତି ।  ରୋହିତଙ୍କୁ ପାକ୍‌ କ୍ରିକେଟ ପ୍ରେମୀ ଭୂୟସୀ ପ୍ରଶଂସା କରୁଥିବା ବେଳେ ତାଙ୍କୁ ପାକିସ୍ତାନର ଇଂଜମାମ ବୋଲି କହୁଛନ୍ତି।

ପୂର୍ବତନ ପାକିସ୍ତାନ ଅଧିନାୟକ ଇଂଜମାମ-ଉଲ-ହକ୍‌ଙ୍କୁ ବିଶ୍ବର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିଚାର କରାଯାଏ। ସେ କ୍ରିଜ୍‌ରେ ଅଧିକ ସମୟ ରହି ଖେଳୁଥିଲେ।  ତାଙ୍କୁ କ୍ରିକେଟ ଭାଷାରେ ‘ଲେଜି ଏଲିଗାନ୍ସ’ ପାଇଁ ପସନ୍ଦ କରାଯାଏ।  ତାଙ୍କ ଭଳି ରୋହିତ ଶର୍ମା ମଧ୍ୟ ପଡ଼ିଆରେ ବହୁ ସମୟ ଧରି ଖେଳନ୍ତି । ଏହା ସହ ରୋହିତ ବହୁ ନମ୍ରତାର ସହ ଖେଳନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିୟମତି ବ୍ୟବଧାନରେ ଆଉ ଖେଳ ହେଉନାହିଁ। କିନ୍ତୁ କ୍ରେକେଟ ପ୍ରେମୀଙ୍କ ଠାରେ ଆଗାମୀ ମୁକାବିଲାକୁ ନେଇ ରୋମାଞ୍ଚ ଭରି ହୋଇ ରହିଛି। ଦୁଇ ଟିମ୍‌ ଟି-୨୦ ୨୦୨୧ ବିଶ୍ବକପ୍‌ରେ ରବିବାର ସାମ୍ନାସାମ୍ନି ହେବେ। ଏହାକୁ ନେଇ ଦୁଇ ଦେଶର ପୂର୍ବତନ କ୍ରିକେଟର ନିଜ ନଜର ଅନୁଭୂତି ବଖାଣୁଛନ୍ତି।

ଜି ନ୍ୟୁଜ୍‌ ସହ ଆଲୋଚନା ବେଳେ ରାଓ୍ବଲପିଣ୍ଡି ଏକ୍ସପ୍ରେସ୍‌ କହିଛନ୍ତି, ପାକିସ୍ତାନର ଲୋକମାନେ ଭାରତୀୟ କ୍ରିକେଟରଙ୍କୁ ବହୁତ ପ୍ରାଶଂସା କରନ୍ତି । ଭାରତ ପାଇଁ ପାକିସ୍ତାନରେ ସକାରାତ୍ମକ ଭାବନା ଥିବା ମଧ୍ୟ ଶୋଏବ କହିଛନ୍ତି । ଆଜି ଏମିତି କେହି ପାକିସ୍ତାନୀ ନାହାଁନ୍ତି ଯିଏ କହିବେ କି ଭାରତ ପାଖରେ ଭଲ ଟିମ୍‌ ନାହିଁ । ସେମା​‌ନେ ଖୋଲାଖୋଲି ଭାରତର ପ୍ରଶଂସା କରୁଛନ୍ତି ।

ବିରାଟ କୋହଲିଙ୍କୁ ବଡ଼ ଖେଳାଳି ବୋଲି ମାନୁଛନ୍ତି କିନ୍ତୁ ତାଙ୍କଠୁ ବଡ଼ ରୋହିତ ଶର୍ମା ବୋଲି କହୁଛନ୍ତି । ସେ ଭାରତର ଇଂଜମାମ ବୋଲି ପାକିସ୍ତାନୀ କହୁଥିବା ପାକ୍‌ ପୂର୍ବତନ କ୍ରିକେଟର କହିଛନ୍ତି। ଏହା ସହ ରୁଷଭ ପନ୍ତ ଅଷ୍ଟେ୍ରଲିଆରେ ଯେମିତି ପ୍ରଦର୍ଶନ କରିଥିଲେ ସେଥିପାଇଁ ତାଙ୍କୁ ଲୋକେ ପସନ୍ଦ କରୁଛନ୍ତି। ତାଙ୍କ ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ଲୋକେ ପ୍ରଶଂସା କରୁଛନ୍ତି। ପାକିସ୍ତାନରେ ଭାରତ ପ୍ରତି ସଦଭାବନା ରହିଥିବା ଶୋଏବ ଅଖତର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.