କୋହଲିଙ୍କୁ ସୋଏବଙ୍କ ଗୁହାରି : କହିଲେ ଆମକୁ ସାହାଯ୍ୟ କଲେ ପୁଣି ସେମିଫାଇନାଲରେ ଦେଖାହେବ

Published By : Prameya-News7 Bureau | June 29, 2019 IST

ମଞ୍ଚେଷ୍ଟର ୨୯/୬ : ନିଜର ବଡପଣିଆ କଥା ପାଇଁ ପ୍ରସିଦ୍ଧ ପାକିସ୍ତାନର ପୂର୍ବତନ ସ୍ପିଡ଼ ବୋଲର ସୋଏବ ଅଖତର ବିରାଟ କୋହଲିଙ୍କୁ ଗୁହାରି କରିଛନ୍ତି । ବିଶ୍ୱକପରେ ପାକିସ୍ତାନର ଭଲ ଭବିଷ୍ୟତ ପାଇଁ ଭାରତ ପାକିସ୍ତାନକୁ ସାହାଯ୍ୟ କରିବା କଥା ବୋଲି କହିଛନ୍ତି ସୋଏବ । ଏହା ସହ ଯଦି ଭାରତ ସାହାଯ୍ୟ କରେ ତାହେଲେ ସେମିଫାଇନାଲରେ ଭାରତ ପାକିସ୍ତାନ ମୁକାବିଲା ନିଶ୍ଚୟ ହେବ ବୋଲି ସେ ଦୃଢତାର ସହ କହିଛନ୍ତି ।

{"id":128713,"width":581,"height":361}

ସେ କହିଛନ୍ତି ଭାରତ ପାକିସ୍ତାନକୁ ସାହାଯ୍ୟ କରିବା ଉଚିତ । କାରଣ ଇଂଲଣ୍ଡ ମ୍ୟାଚ ହାରିଲେ ହିଁ ପାକିସ୍ତାନ ଆଗକୁ ଯାଇପାରିବ । ଭାରତ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଟିମକୁ ହରାଇଲେ ହିଁ ଏହା ସମ୍ଭବ ହେବ ବୋଲି ସୋଏବ କହିଛନ୍ତି ।

{"id":128714}

ଏବେ ନ୍ୟୁଜିଲାଣ୍ଡ ଟିମ ମଧ୍ୟ ବିପଦରେ ଅଛି । ୧୧ ଅଙ୍କ ଏବଂ ପ୍ଲସ ରନ ରେଟ୍ ସହ ସେମି ଫାଇନାଲର ପାଖାପାଖି ରହିଛି । କିନ୍ତୁ ଯଦି ନ୍ୟୁଜିଲାଣ୍ଡ ଆଗକୁ ୨ଟି ମ୍ୟାଚ ହାରିଯାଏ ତାହେଲେ ରନ ରେଟ୍ ଦେଖାଯିବ । ଏଭଳି ସ୍ଥିତିରେ ସେମିଫାଇନାଲ ଖେଳିବା ପାଇଁ ପାକିସ୍ତାନ ପାଖରେ ମଉକା ଅଛି । ଅଷ୍ଟ୍ରେଲିଆ ଯଦି ନ୍ୟୁଜିଲାଣ୍ଡକୁ ଅଧିକ ରେଟରେ ପରାସ୍ତ କରେ ତାହେଲେ ନ୍ୟୁଜିଲାଣ୍ଡର ରନ ରେଟ ଆହୁରି କମିଯିବ । ଏହାପରେ ପାକିସ୍ତାନ ଦୁଇଟି ବିଜୟ ଏବଂ ୧୧ ଅଙ୍କ ସହ ସେମିଫାଇନାଲରେ ପହଂଚିଯିବ ।

{"id":128715}

ସୋଏବ ଆହୁରି କହିଛନ୍ତି ଭାରତୀୟ ଟିମ ଟପରେ ରହିବ ଏବଂ ପାକିସ୍ତାନ ଚତୁର୍ଥ ନମ୍ବରରେ ରହିବ । ଏଭଳି ସ୍ଥିତିରେ ଉଭୟ ଟିମର ମୁକାବିଲା ହେବା ସୁନିଶ୍ଚିତ ।

{"id":128716,"width":582,"height":553}

ସୋଏବ ଅଖତର ପାକିସ୍ତାନ ଟିମକୁ ଆଉ ଏକ ପରାମର୍ଶ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ମ୍ୟାଚ ଜିତିବା ପାଇଁ ସୋଏବ ମଲ୍ଲିକଙ୍କୁ ଟିମରେ ସାମିଲ କରିବାକୁ ହେବ । କେବଳ ଟିମରେ ସାମିଲ କଲେ ହେବନାହିଁ, ତାଙ୍କୁ ପ୍ରଥମେ ଖେଳିବା ପାଇଁ ଟିମରେ ମଉକା ମଧ୍ୟ ଦେବାକୁ ହେବ ।

{"id":128717,"width":576,"height":323}

ଟିମ ଗେମ ପ୍ଲାନ ସମ୍ପର୍କରେ ମଧ୍ୟ ଅଖତର ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ହାଫିଜଙ୍କୁ ଶେଷରେ ଖେଳିବା ପାଇଁ ମଉକା ଦେବା ଉଚିତ । କାରଣ ସେ ଆଜିକାର ଆଫ୍ରିଦି । ଏହାସହ ସୋଏବ ଦୁଇଟି ଟିମକୁ ବୋକା ବୋଲି ମଧ୍ୟ କହିଛନ୍ତି । ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଦୁଇଟି ବୋକା ଦଳ ଖେଳୁଛନ୍ତି ବୋଲି କହିଛନ୍ତି ସୋଏବ । ଏହି ଦୁଇଟି ଟିମ ପ୍ରିୟ ହୋଇଥିଲେ ମଧ୍ୟ ଖରାପ ପ୍ରଦର୍ଶନ ଯୋଗୁଁ ବିଶ୍ୱକପରୁ ବାହାରି ଯାଇପାରନ୍ତି । ଯେଉଁ ଦୁଇଟି ଟିମକୁ ସୋଏବ ବୋକା ବୋଲି କହିଲେ ସେହି ଦୁଇଟି ଟିମ ହେଲା ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ । 

{"id":128718}

ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଟିମର ମଧ୍ୟ କ୍ରମ ଅତ୍ୟନ୍ତ ଦୁର୍ବଳ ବୋଲି କହିଛନ୍ତି ସୋଏବ । ଯେଉଁଥିପାଇଁ ବିରୋଧୀ ଦଳ ଓପନିଂ ଯୋଡିକୁ ଖୁବ ଶୀଘ୍ର ଆଉଟ କରାଇବାରେ ସଫଳ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.