‘ତାକୁ କେବଳ ଫ୍ଲାଇଙ୍ଗ୍‌ କିସ୍‌ କରିବାକୁ ଭଲ ଲାଗେ’

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨/୭: ମୁଖ୍ୟ ଖେଳାଳିମାନେ କରୋନା ସଂକ୍ରମିତ ହେବା ପରେ ଇଂଲଣ୍ଡର ଦ୍ବିତୀୟ ଟିମ୍‌ ପାଖରୁ ମଧ୍ୟ ପାକିସ୍ତାନ ଟିମ୍‌ ପରାଜୟ ବରଣ କରିବା ପରେ ଏବେ ବିଶ୍ବରେ ସମାଲୋଚନାର ଶିକାର ହୋଇଛି । ଇଂଲଣ୍ଡର ଏକ ନୂଆ ଟିମ୍‌ ବିପକ୍ଷରେ ପାକିସ୍ତାନର ମୁଖ୍ୟ ଦଳ ଲଜ୍ଜାଜନକ ପରାଜୟ ସ୍ବୀକାର କରିଛି। ଏହାକୁ ନେଇ ସମସ୍ତ ପାକ୍‌ ଖେଳାଳିଙ୍କୁ ଖେଳ ପ୍ରେମୀ ଟ୍ରୋଲ୍‌ କରୁଥିବା ବେଳେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତର ଶାହିନ ଶାହ ଆଫ୍ରିଦିଙ୍କ କ୍ଲାସ ନେଇଛନ୍ତି।

ଶାହିନ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଜ୍ବାଇଁ। ଶୋଏବ ଶାହିନଙ୍କୁ ଥଟ୍ଟା କରି କହିଛନ୍ତି, ଓ୍ବିକେଟ ନେବା ଅପେକ୍ଷା ସେ ଅଧିକ ଫ୍ଲାଇଙ୍ଗ କିସ୍‌ ଦେବାକୁ ପସନ୍ଦ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଥମେ ବୋଲିଂ କରି ୫ଟି ଓ୍ବିକେଟ ନିଅ କିମ୍ବା ବୋଲିଂରେ ଭଲ ପ୍ରଦର୍ଶନ କର। କିନ୍ତୁ ଗୋଟିଏ ଓ୍ବିକେଟ୍‌ ନେଇ ଏମିତି ଉତ୍ସବ ମନାଇବାର କୌଣସି ଫାଇଦା ନାହିଁ।

ଟସ୍‌ ହାରି ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଟିମ୍‌ ୨୪୭ ରନ୍‌ରେ ଅଟକି ଯାଇଥିଲା। ପାକିସ୍ତାନ ପକ୍ଷରୁ ଦ୍ରୁତ ବୋଲର ହସନ ଅଲୀ ୫୧ ରନ୍‌ ଦେଇ ୫ ଓ୍ବିକେଟ୍‌ ନେଇଥିଲେ । ଏହା ପରେ ପାକିସ୍ତାନ ଟିମ୍‌ ୪୧ ଓଭରରେ ୧୯୫ ରନ୍‌ରେ ଅଲଆଉଟ ହୋଇଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.