ଭାରତୀୟ ଗଣମାଧ୍ୟମ ଉପରେ କମ୍ପିଲେ ସୋଏବ ଅଖତର : "କହିଲେ ଭୁଲ ଖବର ପ୍ରସାରଣ ଚାଲିଛି"

Published By : Prameya-News7 Bureau | February 23, 2019 IST

ଦିଲ୍ଲୀ ୨୩/୨ : ବିଶ୍ୱକପ କ୍ରିକେଟରେ ଭାରତ ପାକିସ୍ତାନ ମଧ୍ୟରେ ମ୍ୟାଚକୁ ନେଇ ରାୱଲପିଣ୍ଡି ଏକ୍ସପ୍ରେସ ସୋଏବ ଅଖତର ଭାରତୀୟ ଗଣମାଧ୍ୟମ ଉପରେ ବର୍ଷିଛନ୍ତି | ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଏବେ ପର୍ଯ୍ୟନ୍ତ କୌଣସି ବୟାନ ଦିଆଯାଇନାହିଁ | ତଥାପି ଭାରତୀୟ ଗଣମାଧ୍ୟମ ପାକିସ୍ତାନକୁ ବଦନାମ କରୁଛି |

{"id":87810,"width":589,"height":353}

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ସୋଏବ ଅଖତରଙ୍କୁ ନେଇ ବହୁତ ଚର୍ଚ୍ଚା ହେଉଛି | ସୋଏବ କିଛି ଦିନ ପୂର୍ବରୁ କହିଥିଲେ ଯେ, ବିସିସିଆଇ ଚାହୁଁଚି ଯେ, ବିଶ୍ୱକପରେ ଭାରତ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ | କିନ୍ତୁ ଭାରତ ସରକାରଙ୍କ ଚାପ ଯୋଗୁଁ ବୋର୍ଡ ଖୋଲାଖୋଲି ଭାବେ ନିଜ କଥା କହିପାରିନାହାନ୍ତି |

{"id":87811}

ଅଖତର କହିଛନ୍ତି ଯେ, ଭାରତୀୟ ଟିମ ବିଶ୍ୱକପରେ ପାକିସ୍ତାନ ସହ ମ୍ୟାଚ ଖେଳି ପରେ  ବା ଛାଡିଦେଇପାରେ ତାହା ଭାରତ ଉପରେ ନିର୍ଭର କରୁଛି ।  ଯେହେତୁ ଭାରତ ଉପରେ ଆକ୍ରମଣ ହୋଇଛି ତାଙ୍କୁ ଏ ସମ୍ପର୍କରେ ନିଷ୍ପତ୍ତି ନେବାର ପୁରା ଅଧିକାର ଅଛି | ଏହି ପ୍ରସଙ୍ଗରେ ପାକିସ୍ତାନ ଭାରତ ସହ ଯୁକ୍ତି କରିବନାହିଁ | ଅଖତର କହିଛନ୍ତି ଯେ, ଭାରତ ପାକିସ୍ତାନ ମଧ୍ୟରେ ବିଶ୍ୱକପ କ୍ରିକେଟ ଖେଳା ନ ଯିବା ନେଇ ଗୁଜବ ସୃଷ୍ଟି ହୋଇଛି | ଏନେଇ ଅଖତର ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି |

{"id":87813,"width":584,"height":328}

ଟ୍ୱିଟର ପୋଷ୍ଟରେ ଅଖତର ଲେଖିଛନ୍ତି ଯେ, "ମୁଁ ଗଣମାଧ୍ୟମରେ ଭାରତୀୟ କ୍ରିକେଟକୁ ନେଇ କୌଣସି ବୟାନ ଦେଇନାହିଁ | ଭାରତୀୟ ଗଣମାଧ୍ୟମରେ ମୋ ସମ୍ପର୍କରେ ଭୁଲ ଖବର ପ୍ରସାରଣ କରୁଛନ୍ତି | ଏହି ପ୍ରସଙ୍ଗରେ ଭାରତ ପାକିସ୍ତାନକୁ ପରସ୍ପର ସହ ଆଲୋଚନା କରିବା ଉଚିତ |"

wp:quote

I completely deny the false news by Indian media about my statement on Indian cricket team / World Cup 2019. I did not make any statement at all and Indian media is making it up. I condemn the loss of lives. Both countries should come to the table to resolve the issues.— Shoaib Akhtar (@shoaib100mph) February 21, 2019

/wp:quote

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.