ସତ ମାନିଲେ ରାଓ୍ୱଲପେଣ୍ଡି ଏକ୍ସପ୍ରେସ୍ : ମୈଦାନରେ ଖେଳାଳିଙ୍କୁ କରିଥିଲି ଖରାପ ବ୍ୟବହାର ଓ ବଲ୍ ଟ୍ୟାମ୍ପରିଂ

Published By : Prameya-News7 Bureau | May 11, 2021 IST

ନୂଆଦିଲ୍ଲୀ ୧୧/୫ : ଦିନଥିଲା ପିଚରେ ଥିଲା ତାଙ୍କ ଦବଦବା । 'ରାୱଲପିଣ୍ଡି ଏକ୍ସପ୍ରେସ' କହିଲେ ସମସ୍ତଙ୍କ ମୁହଁରେ ଆସିଯାଏ ଗୋଟିଏ ନାଁ । ବୋଲିଂରେ ଯେମିତି ଚମତ୍କାର ପ୍ରଦର୍ଶନ, ପଡ଼ିଆରେ ବିବାଦକୁ ନେଇ ସେ ବେଶ୍ ଚର୍ଚ୍ଚିତ । ଏବେ ପୁଣି ଗୋଟେ ଘଟଣାକୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସିଯାଇଛନ୍ତି । ଦୀର୍ଘ ଦିନ ପରେ ନିଜର ଗୁଣ ନେଇ ମୁହଁ ଖୋଲିଛନ୍ତି ପାକିସ୍ତାରର ଦ୍ରୁତ ବୋଲର ସୋଏବ ଅଖତର ।

ଅଖତର ଏକ ଭିଡିଓ ସାକ୍ଷାତକାରରେ ସ୍ୱିକାର କରିଛନ୍ତି ଯେ ହଁ, ମୁଁ ପଡ଼ିଆରେ ଖେଳାଳିଙ୍କୁ ଦୁର୍ବ୍ୟବହାର କରୁଥିଲି । କେବଳ ସେତିକି ନୁହେଁ, ସେ ବଲ୍ ଟାମ୍ପରିଂ ପ୍ରସଙ୍ଗକୁ ମଧ୍ୟ ସେ ଗ୍ରହଣ କରିଛନ୍ତି । ୨୦୦୩ ରେ, ପଲ୍ ଆଡାମସ୍ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ଫାଷ୍ଟ ବୋଲରଙ୍କୁ ପରବର୍ତ୍ତୀ ଟେଷ୍ଟରୁ ବାରଣ କରାଯାଇଥିଲା ।

ସେହିଭଳି ୨୦୦୩ ବିଶ୍ୱକପରେ ୱାକର ୟୁନିସଙ୍କ ସହ ଝଗଡା ହେତୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ୪୬ ଟି ଟେଷ୍ଟ, ୧୬୩ ଟି ଦିନିକିଆ ଏବଂ ୧୫ଟି ଟି-20 ଖେଳିଥିବା ଅଖତର ୨୦୦୫ରେ ସିମି ଗ୍ରୁୱାଲଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସବୁ କିଛି ସ୍ୱିକାର କରିଛନ୍ତି । ଦକ୍ଷିଣ ଆଫ୍ରିକାର ପାଲ ଆଡମସଙ୍କୁ ଦୁର୍ବ୍ୟବହାର କରିଛନ୍ତି କି ବୋଲି ପଚରାଯିବାରୁ ସେ କହିଥିଲେ, ହଁ, ମୁଁ ତାଙ୍କୁ ଦୁର୍ବ୍ୟବହାର କରିଥିଲି । ଏହା ପରେ ସେ କହିଥିଲେ, ମୁଁ ପଡ଼ିଆରେ ବହୁତ ଖରାପ ଗାଳି ମଧ୍ୟ ଦେଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.