ଏସିବି ସିଇଓଙ୍କ ଟିପ୍ପଣୀର ଏପରି ଜବାବ ଦେଲେ ପାକ୍ କ୍ରିକେଟର ସୋଏବ ଅଖତାର

Published By : Prameya-News7 Bureau | June 22, 2019 IST

ବିଶ୍ୱକପ୍ କ୍ରିକେଟରେ ଟିମ୍ ମାନଙ୍କର ପ୍ରଦର୍ଶନକୁ ନେଇ ଏବେ ଦେଖା ଦେଇଛି ବିବାଦ। ଚଳିତ ଆଇସିସି ବିଶ୍ୱକପ୍ କ୍ରିକେଟରେ ପାକିସ୍ତାନ ଟିମ୍ ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରୁନଥିବା ବେଳେ ଆଫାଗନିସ୍ତାନ କ୍ରିକେଟ ବୋର୍ଡ ଏସିବିର ସିଇଓ ପାକ୍ ପ୍ରଦର୍ଶନକୁ ନେଇ ଟିପ୍ପଣୀ କରିଛନ୍ତି। ପାକ୍ ଟିମ୍ ଠାରୁ ତାଙ୍କ ଟିମର ପ୍ରଦର୍ଶନ ଭଲ ଓ ଉନ୍ନତ ପ୍ରଦର୍ଶନ ନିମନ୍ତେ କୋଚିଂ ଓ ଟେକନିକ୍ ଉପରେ ସିଇଓ ଏକ ଟେଲିଭିଜନ ସାକ୍ଷାତକାରରେ କହିଥିଲେ। ଯାହାକୁ ନେଇ ପାକ୍ କ୍ରିକେଟର ସୋଏବ ଅଖତାର ଟ୍ୱିଟରରେ କଡା ଜବାବ ଦେଇଛନ୍ତି।

wp:html /wp:html

ଏସିବି ସିଇଓଙ୍କ ମନ୍ତବ୍ୟ କିଛି ଭୁଲ ନୁହେଁ ତେବେ ପୁରୁଣା ଟିମ୍ ହୋଇ ମଧ୍ୟ ପାକ୍ ବିଶ୍ୱକପ୍ ରେ ଭଲ ପ୍ରଦର୍ଶନ କରିପାରୁନଥିବା ବେଳେ ସୋଏବଙ୍କ ଟ୍ୱିଟ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେଏବ ଆଫଗାନ ଟିମର ବିଶ୍ୱକପ୍ ରେ ପ୍ରଦର୍ଶନ ଶୁନ୍ୟ ବୋଲି ଉଲ୍ଲେଖ କରିଛନ୍ତି। ଏହା ସତ୍ତ୍ୱେ ଆଫଗାନ ଟିମ ସିଇଓ ଏଭଳି ମନ୍ତବ୍ୟ ଦେବା ତାଙ୍କ ପାଇଁ ହାସ୍ୟସ୍ପଦ ବୋଲି କହିଛନ୍ତି ସୋଏବ। ତେବେ ନୂଆ ଟିମ ହୋଇ ମଧ୍ୟ ଆଫଗାନ ଆଇସିସି ବିଶ୍ୱକପ୍ ରେ ସୁଯୋଗ ପାଇବା ଟିମ ପାଇଁ ନିଶ୍ଚିତ ଉଲ୍ଲେଖନୀୟ ଏହା ଭୁଲିଯାଇଛନ୍ତି ସୋଏବ।

{"id":125993}

ଚଳିତ ବିଶ୍ୱକପରେ ପାକ୍ ଟିମ୍ ୫ଟିମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ବର୍ଷା ଯୋଗୁ ବାତିଲ ହୋଇଛି। ବାକି ୪ଟିରୁ ଗୋଟିକରେ ବିଜୟୀ ହୋଇଥିବା ବେଳେ ଅନ୍ୟ ୩ଟି ହାରିଛି। ତେବେ ଆଫଗାନ ମଧ୍ୟ ଭଲ ପ୍ରଦର୍ଶନ କରିନାହିଁ ନିଶ୍ଟିତ ହେଲେ ନୂଆ ଟିମ୍ ଭାବେ ପ୍ରଦର୍ଶନ କିଛି ଖରାପ ବି ହୋଇନି ବୋଲି କୁହାଯାଇପାରେ। ଏପର୍ଯ୍ୟନ୍ତ ଆଫଗାନ ଟିମ୍ ଗୋଟିଏ ବି ମ୍ୟାଚ୍ ରେ ଜିତିପାରି ନାହିଁ। ସେପଟେ ମ୍ୟାଚ୍ ବାତିଲ ହୋଇ ନଥିବାରୁ ଟିମ୍ କୁ ଗୋଟିଏ ବି ପଏଣ୍ଟ ମିଳି ନାହିଁ । ଭାରତ ବିପକ୍ଷରେ ମ୍ୟାଚ୍  ଫଳାଫଳ ଟିମର ସଫଳତାକୁ ସମୀକ୍ଷା କରିବ ବୋଲି କୁହାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.