Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ମହାରାଷ୍ଟ୍ର ମେଣ୍ଟରେ ଠିକ ନାହିଁ ସ୍ଥିତି : ଶିବସେନା ଟାର୍ଗେଟରେ କଂଗ୍ରେସ ମନ୍ତ୍ରୀ

16/06/2020 at 3:16 PM

ମୁମ୍ବାଇ ୧୬/୦୬ : ଶିବସେନାର ମୁଖପତ୍ର ସାମନାରେ କଂଗ୍ରେସକୁ ଟାର୍ଗେଟ କରାଯାଇଛି | ମଙ୍ଗଳବାର ସାମନାର ସମ୍ପାଦକୀୟ ସ୍ଥମ୍ଭରେ କଂଗ୍ରେସ ନେତା ଅଶୋକ ଚୌହ୍ୱାନ ଏବଂ ବାଲା ସାହେବ ଥୋରାତଙ୍କୁ ଟାର୍ଗେଟ କରାଯାଇଛି | ସମ୍ପାଦକୀୟରେ ଲେଖାଯାଇଛି ଯେ, କଂଗ୍ରେସ ଦଳ ଭଲ କାମ କରୁଛି କିନ୍ତୁ ମଝି ମଝିରେ ପୁରୁଣା ଖଟ କୁରକୁର ଆବାଜ କରୁଛି | ଆହୁରି ଲେଖାଯାଇଛି ଯେ, ଖଟ ପୁରୁଣା କିନ୍ତୁ ଏହାର ଐତିହାସିକ ରାଜତ୍ୱ ରହିଛି | ଏହି ପୁରୁଣା ଖଟରେ କଡ ଲେଉଟଉଥିବା ଲୋକ ମଧ୍ୟ ବହୁତ ଅଛନ୍ତି | ସେଥିପାଇଁ ଦଳ କୁରକୁର କରୁଛି |

ସମ୍ପାଦକୀୟ ସ୍ତମ୍ଭରେ ଆହୁରି ଲେଖାଯାଇଛି, ମୁଖ୍ୟମନ୍ତ୍ରୀ ଠାକରେଙ୍କୁ ଏହିଭଳି ନେତା ରଖିବା ଉଚିତ | କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଵାଲାସାହେବ ଥୋରାତଙ୍କ କୁରକୁର ସଂଜମିତ | ଘରେ ଭାଇ ଭାଇ ଝଗଡା କରନ୍ତି | ଏଠାରେ ତା ୩ ଦଳର ସରକାର ରହିଛି | ସେଥିପାଇଁ ଅଳ୍ପ ବହୁତ ବିବାଦ ନିଶ୍ଚୟ ହେବ | ଅଶୋକ ଚୌହ୍ୱାନ କହିଛନ୍ତି ଯେ ସରକାରଙ୍କୁ କୌଣସି ବିପଦ ନାହିଁ କିନ୍ତୁ ସରକାର ତାଙ୍କ କଥା ଶୁଣନ୍ତୁ | ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବେ ବୋଲି କହିଛନ୍ତି |

ସମ୍ପାଦକୀୟରେ ଆଗକୁ ଲେଖାଯାଇଛି, ମୁଖ୍ୟମନ୍ତ୍ରୀ ସେମାନଙ୍କ କଥା ଶୁଣି ନିର୍ଣ୍ଣୟ ନେବେ | ଥୋରାତ ଏବଂ ଚୌହ୍ୱାନ ବରିଷ୍ଠ ନେତା | ସରକାର ଚଳାଇବାରେ ତାଙ୍କର ବହୁତ ଅନୁଭୂତି ରହିଛି |

   Related Posts