କଙ୍ଗନାଙ୍କ ପୋଷ୍ଟରକୁ ଶିବସେନା କର୍ମୀଙ୍କ ଚପଲ ମାଡ: ବିବାଦୀୟ ଅଭିନେତ୍ରୀ କହିଲେ, ‘ବୋଧହୁଏ ମୁମ୍ବାଇ ରକ୍ତମୁଖା ହୋଇଯାଇଛି’
5/09/2020 at 1:03 PM

ମୁମ୍ବାଇ ୦୫/୦୯ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ ବିରୋଧରେ ମୁହଁ ଖୋଲିଥିବା କଙ୍ଗନା ରଣାୱତ ନିଜର ଦୃଢ ସ୍ୱର ପାଇଁ ବେଶ ଲୋକପ୍ରିୟ | ସେ ଦେଶ ଓ ବଲିଉଡ ସିନେମା ଜଗତ ସହ ଜଡିତ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ରାୟ ରଖିଥାନ୍ତି | ନିଜର ଏକ ପୋଷ୍ଟକୁ ନେଇ ଗତ କିଛି ଦିନ ହେଲା ସେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ସାଜିଛନ୍ତି | ନିଜର ଏକ ପୋଷ୍ଟରେ ସେ ମୁମ୍ବାଇକୁ ପାକିସ୍ତାନ ଅଧିକୃତ ପିଓକେ ସହ ତୁଳନା କରିଥିଲେ | ଏହାପରେ ଶୁକ୍ରବାର ସିନା ଶିବସେନା କାର୍ଯ୍ୟକର୍ତ୍ତା ତାଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ | ପ୍ରଦର୍ଶନରେ କଙ୍ଗନାଙ୍କ ପୋଷ୍ଟରକୁ ଚପଲ ମାରିଥିଲେ | ଏହି ମାମଲାରେ କଙ୍ଗନା ନିଜର ପ୍ରତିକ୍ରିୟା ପ୍ରକାଶ ଲରିଛନ୍ତି |

କଙ୍ଗନା ନିଜ ଟ୍ୱିଟର ଆକାଉଣ୍ଟରୁ ପୋଷ୍ଟ ସେୟାର କରି କହିଛନ୍ତି, ‘ସୁଶାନ୍ତ ଓ ସାଧୁମାନଙ୍କ ହତ୍ୟା ପରେ ପ୍ରଶାସନକୁ ନେଇ ମୋ ରାୟ ଯୋଗୁଁ ମୋ ପୋଷ୍ଟରରେ ଚପଲ ମାଡ କରାଯାଉଛି | ବୋଧହୁଏ ମୁମ୍ବାଇ ରକ୍ତମୁଖା ହୋଇଯାଇଛି |’ ପୋଷ୍ଟ ସହ ସେ ନିଜର ସେହି ପୁରୁଣା ଭିଡିଓକୁ ରିଟ୍ୱିଟ କରିଛନ୍ତି ଯେଉଁଥିରେ ଶିବସେନା କାର୍ଯ୍ୟକର୍ତ୍ତା ତାଙ୍କ ପୋଷ୍ଟରକୁ ଚପଲ ମାରୁଥିବା ଦେଖିବାକୁ ମିଳିଛି |
ସୂଚନାଯୋଗ୍ୟ ଯେ, ନିକଟରେ କଙ୍ଗନା ଏକ ଟ୍ୱିଟରେ ପ୍ରଶ୍ନ କରିଥିଲେ ମୁମ୍ବାଇ ପାକିସ୍ତାନ ଅଧିନସ୍ଥ କାଶ୍ମୀର ଭଳି କାଣାପଡୁଛି | ସେ ଏକ ସମାଚାର ରିପୋର୍ଟକୁ ମଧ୍ୟ ଟ୍ୟାଗ କରିଥିଲେ ଯେଉଁଥିରେ ଶିବସେନା ନେତା ସଞ୍ଜୟ ରାବତ କହିଥିଲେ ଯେ ଯଦି କଙ୍ଗନା ମୁମ୍ବାଇ ପୋଲିସକୁ କରୁଛନ୍ତି ତାହେଲେ ତାଙ୍କୁ ମୁମ୍ବାଇ ଆସିବ ଉଚିତ ନୁହେଁ | ଏଥିରେ କଙ୍ଗନା ମଧ୍ୟ ଜୋରଦାର ଜବାବ ସେଇଥିଲେ | ଜବାବରେ ସେ କହିଥିଲେ, ‘ମହାରାଷ୍ଟ୍ର କାହା ବାପାର ନୁହେଁ | ମହାରାଷ୍ଟ୍ର ତାର ଯିଏ ମରାଠୀ ଗୌରବକୁ ପ୍ରତିଷ୍ଠିତ କରିଛି | ମୁଁ ମରାଠୀ, ମୋର କଣ ଉଖଡ଼ିବା କଥା ଉଖାଡ |’