ବହୁମତ ସାବ୍ୟସ୍ତ କରିପାରିବେନି ଫଡନବିସ-ଶରଦ ପାଓ୍ବାର

Published By : Prameya-News7 Bureau | November 23, 2019 IST

ମୁମ୍ବାଇ ୨୩।୧୧: ମହାରାଷ୍ଟ୍ର ରାଜନୀତି ରୋଚକ ମୋଡ ନେଇଛି । ଗତ ଏକ ମାସ ଧରି ମହାରାଷ୍ଟ୍ରରେ ସରକାର ଗଠନ ନେଇ ହଟଚମଟ ଲାଗିଥିଲା । ଗତକାଲି ରାତିରେ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହେବା ଭଳି ମନେ ହେଉଥିଲା । ହେଲେ ସକାଳେ ଅଚାନକ ଦେବେନ୍ଦ୍ର ଫଡନବିସ  ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ଆଉ ତାସହ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଏନସିପି ନେତା ଅଜିତ ପୱାର । ହଠାତ ମହାରାଷ୍ଟ୍ର ରାଜନୀତି ବଦଳି ଯାଇଥିଲା । ଦାଦା ଶରଦ ପାୱାରଙ୍କୁ ଜଳକା କରି ପୁତୁରା ଅଜିତ ପୱାର ବାଜି ପଲଟାଇ ଦେଇଥିଲେ । ଦାଦା ଶୋଇଥିଲେ ସେପଟେ ପୁତୁରା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ଏନସିପିକୁ ଦୁଇ ଫାଳ କରି ସରକାର ଗଢିବା ଲାଗି ବିଜେପି ସହ ହାତ ମିଳାଇଥିଲେ ଅଜିତ ପୱାର ।

{"id":188588,"width":566,"height":376,"sizeSlug":"large"}

ଉଦ୍ଧବ ଠାକରେ ଏବଂ ଶରଦ ପୱାର ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଶରଦ ପାୱାର କହିଛନ୍ତି ହାଜିରା ଲାଗି ବିଧାୟକଙ୍କ ଦସ୍ତଖତ ନିଆଯାଇଥିଲା, ଏହି ଦସ୍ତଖତକୁ ଅଜିତ ପୱାର ଅପବ୍ୟବହାର କରିଥିବା ଶରଦ ପୱାର ସଂଗୀନ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଶରଦ ପୱାର କହିଛନ୍ତି, ବିଜେପିକୁ ସମର୍ଥନ ନେଇ ଅଜିତ ପୱାର ନିଜେ ନିଷ୍ପତ୍ତି ନେଇଛନ୍ତି, ଏନସିପିର କୌଣସି ବିଧାୟକ ବିଜେପି ସହ ଯିବେନି, ଅଜିତଙ୍କ ବିରୋଧରେ ଆବଶ୍ୟକ ଆକ୍ସନ ନିଆଯିବ । ଅଜିତଙ୍କ ସହ ଯାଇଥିବା ବିଧାୟକ ଆମ ପାଖକୁ ଫେରିଲେଣି ବୋଲି ଶରଦ ପୱାର କହିଛନ୍ତି । ୩୦ନଭେମ୍ବର ସୁଦ୍ଧା ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ଥିବା ବେଳେ ଫଡନବିସ ତାହା କରିପାରିବେନି, ଆମ ବିଧାୟକମାନେ ସମସ୍ତେ ଏକଜୁଟ ଅଛନ୍ତି ବୋଲି ଶରଦ ପାୱାର କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶରଦ ପୱାରଙ୍କ ସହ ଉପସ୍ଥିତ ଥିଲେ ଅଜିତ ପୱାରଙ୍କ ସହ ଯାଇଥିବା ବିଧାୟକ । ଯେଉଁମାନେ କହିଥିଲେ ଆମେ ଅଜିତ ପୱାର ଶପଥ ଗ୍ରହଣ କରିବା ନେଇ ଅନ୍ଦାଜ କରିପାରିନଥିଲୁ । ସେପଟେ ସାମ୍ବାଦିକ ସମ୍ମିଳନୀରେ ଉଦ୍ଧାବ ଠାକରେ କହିଛନ୍ତି ମହାରାଷ୍ଟ୍ର ରାଜନୀତିରେ ଯେଉଁ ଖେଳ ଚାଲିଛି ତାହା ସାରା ଦେଶ ଦେଖୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.