ଶିବସେନା ବିଧାୟକଙ୍କ ଆପତ୍ତିଜନକ ବୟାନ-'ମୋତେ କରୋନା ଭାଇରସ୍ ମିଳିଲେ ଦେବେନ୍ଦ୍ର ଫଡଣବିସଙ୍କ ମୁହଁରେ ପକାଇ ଦିଅନ୍ତି'

Published By : Prameya-News7 Bureau | April 18, 2021 IST

ମୁମ୍ବାଇ ୧୮/୦୪ : ଶିବସେନା ବିଧାୟକ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ନେତା ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରିଛନ୍ତି। ବୁଲଢାନାର ଶିବସେନା ବିଧାୟକ ସଞ୍ଜୟ ଗାୟକୱାଡ କହିଛନ୍ତି ଯେ ଯଦି ତାଙ୍କୁ କରୋନା ଭାଇରସ ମିଳେ ତାହେଲେ ସେ ତାକୁ ଦେବେନ୍ଦ୍ର ଫଡଣବିସଙ୍କ ମୁହଁରେ ପକାଇ ଦିଅନ୍ତେ। କରୋନା ଭାଇରସ ଯୋଗୁଁ ମହାରାଷ୍ଟ୍ର ହିଁ ସବୁଠାରୁ ପ୍ରଭାବିତ ରାଜ୍ୟ।

wp:embed {"url":"https://twitter.com/erbmjha/status/1383467824757149711","type":"rich","providerNameSlug":"twitter","responsive":true,"className":""}
https://twitter.com/erbmjha/status/1383467824757149711
/wp:embed

କରୋନାର ଦ୍ୱିତୀୟ ଲହର ସାରା ଦେଶରେ ଜୋରସୋରରେ ବ୍ୟାପି ଚାଲିଛି। ନିୟମିତ ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଫଳରେ ସରକାର, ପ୍ରଶାସନ ଓ ଜନତା ସମସ୍ତେ ଚିନ୍ତିତ। ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମହାବିକାଶ ଆଘାଡ଼ି ସରକାର କରୋନା ସଂକ୍ରମଣ ରୋକିବାରେ ଅସଫଳ ହୋଇଛନ୍ତି। ଏପଟେ ତାଙ୍କ ବିଧାୟକ ବିରୋଧୀଙ୍କ ବିପକ୍ଷରେ କଟୁ ଭାଷା ବ୍ୟବହାର କରୁଛନ୍ତି। ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଉପାୟ କରିବା ଉଚିତ କିନ୍ତୁ ଏହିଭଳି ସମୟରେ ରାଜ୍ୟ ସରକାରଙ୍କ ବିଧାୟକ ଓ ମନ୍ତ୍ରୀ ବିରୋଧୀଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରୁଛନ୍ତି।

ଶନିବାର ଦିନ ଏବେ ସୁଦ୍ଧାର ସର୍ବାଧିକ ୬୭ ହଜାର ୧୨୩ ନୂଆ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟରେ ସଂକ୍ରମଣ ମାମଲା ୩୭ ଲକ୍ଷ ୭୦ ହଜାର ୭୦୭ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ୫୯ ହଜାର ୯୭୦ ହୋଇଛି। ମୁମ୍ବାଇରେ ୮୮୨୧ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୫୧ ଜଣଙ୍କ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.