Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ମହାରାଷ୍ଟ୍ର ରାଜନୀତିରେ ଟ୍ଵିଷ୍ଟ୍ ! ହୋଟେଲରେ ରାଉତ-ଫଡଣବିସଙ୍କ ସାକ୍ଷାତ, ରାଜନୀତି ସରଗରମ

26/09/2020 at 9:46 PM

ମୁମ୍ବାଇ ୨୬।୦୯: ମହାରାଷ୍ଟ୍ରରେ ଶିବସେନା ନେତା ସଞ୍ଜୟ ରାଉତ ବିଜେପି ଉପରେ ଲଗାତାର ଶାଣିତ ସ୍ଵରରେ ହମଲା କରିଥାନ୍ତି। ଶିବସେନା କେତେବେଲେ ସାୟରି ଶୈଳୀରେ ତ କେତେବେଳେ ନିଜର ମୁଖପାତ୍ର ସାମନା ଜରିଆରେ ବିଜେପିକୁ ତାତ୍ସଲ୍ୟ କରିଛନ୍ତି। ହେଲେ ମହାରାଷ୍ଟ୍ର ରାଜନୀତିରେ ଆଉ ଏକ ଟ୍ଵିଷ୍ଟ ଦେଖିବାକୁ ମିଳିଛି। ଏମିତି ସମୟରେ ଶିବସେନା ନେତା ସଞ୍ଜୟ ରାଉତ ଶନିବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତା ଦେବେନ୍ଦ୍ର ଫଡଣବିସଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକୁ ନେଇ ଅନେକ ପ୍ରକାରର କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ନେଇ ମହାରାଷ୍ଟ୍ରରେ ରାଜନୀତି ଉଠୁଛି ପଡୁଛି। ଶିବସେନା, କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମେଣ୍ଟ ସରକାର ତ ଗଠନ କରି ଦେଲେ ହେଲେ ପରସ୍ପର ମଧ୍ୟରେ ଟଣାଓଟରା ସମାପ୍ତ ହେଉନାହିଁ। ନିକଟରେ କିଛି ପୋଷ୍ଟର୍ସରେ ଏନସିପି ଓ ଶିବସେନା ନେତାଙ୍କ ଫଟୋ ରହିଥିଲା ହେଲେ କଂଗ୍ରେସକୁ ଏଥିର ଜାଗା ଦିଆଯାଇନଥିଲା। ଏହାକୁ ନେଇ ମଧ୍ୟ ମେଣ୍ଟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ରାଜସ୍ଥାନରେ ମଧ୍ୟ ଯେବେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଥିଲା ମହାରାଷ୍ଟ୍ରରେ ମେଣ୍ଟ ଦୁର୍ବଳ ନଜର ଆସିଥିଲା।

ଏବେ ସଞ୍ଜୟ ରାଉତ ଓ ଦେବେନ୍ଦ୍ର ଫଡଣବିସ ସାକ୍ଷାତ କରିବା ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି। ଏହି ଦୁଇ ନେତାଙ୍କ ଭେଟକୁ ନେଇ ବିଜେପି ତରଫରୁ ସଫେଇ ଦିଆଯାଇଛି। ମହାରାଷ୍ଟ୍ର ବିଜେପିର ମୁଖ୍ୟ ମୁଖପାତ୍ର କେଶବ ଉପାଧ୍ୟାୟ କହିଛନ୍ତି ଏହି ବୈଠକରେ କୌଣସି ରାଜନୈତିକ ଦୃଷ୍ଟିକୋଣ ନଥିଲା। ରାଉତ ଶିବସେନାର ମୁଖପତ୍ର ସାମନା ପାଇଁ ଦେବେନ୍ଦ୍ର ଫଡଣବିସଙ୍କ ସାକ୍ଷାତକାର ଚାହୁଁଥିଲେ। ବାସ୍ ଏହାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଉପାଧ୍ୟାୟ କହିଛନ୍ତି, ଫଡଣବିସ ରାଉତଙ୍କୁ ଏହାର ସୂଚନା ଦେଇଥିଲେ ଯେ, ଯେବେ ସେ ବିହାର ନିର୍ବାଚନ ପ୍ରଚାରରୁ ଫେରିବେ ତେବେ ସାକ୍ଷାତକାର ଦେବେ।

ରାଜ୍ୟ ବିଧାନସଭା ନିର୍ବାଚନରେ ଶିବସେନା-ବିଜେପି ମେଣ୍ଟ ଏକ ସଙ୍ଗେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ। ସିଟ୍ ବଣ୍ଟନ ଫର୍ମୁଲାରେ ଯେବେ ଦୁଇ ଦଳ ମଧ୍ୟରେ ସହମତି ପ୍ରକାଶ ପାଇଲା ନାହିଁ  ତେବେ ମେଣ୍ଟ ଭାଙ୍ଗି ଯାଇଥିଲା। ଏହା ପରେ ଶିବସେନା କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିଥିଲା।

   Related Posts