Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ବେଙ୍ଗଲରେ ଏଣ୍ଟ୍ରି ମାରିଲା ଶିବ ସେନା : ଲଢିବ ବିଧାନସଭା ନିର୍ବାଚନ, ଦିଦି-ମୋଦି ଲଢେଇ ମଧ୍ୟରେ ଫାଇଦା ଉଠାଇନେବେ କି ଉଦ୍ଧବ ?

17/01/2021 at 8:02 PM

ମୁମ୍ବାଇ ୧୭/୦୧ : ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ଶିବ ସେନା ମଧ୍ୟ ଅଣ୍ଟା ଭିଡିଲାଣି । ମମତାଙ୍କ ଗଡରେ ଏଥର ଶିବ ସେନା ମଧ୍ୟ ଟକ୍କର ଦେବ ବୋଲି ସୂଚନା ମଳିଛି । ରବିବାର ପାର୍ଟି ପ୍ରମୁଖ ଉଦ୍ଧବ ଠାକ​‌ରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଶିବ ସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି, ‘ଆମେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନେଇଛୁ । ଶିବ ସେନା ବହୁତ ଜଲଦି କୋଲକାତାରେ ପହଞ୍ଚୁଛି’ ।

ଶିବ ସେନାର ନିର୍ବାଚନୀ ଘୋଷଣା ପରେ ପଶ୍ଚିମବଙ୍ଗରେ ରାଜନୈତିକ ମାହୋଲ ସରଗରମ ହେବ ଏଥିରେ ଦ୍ବିମତ ନାହିଁ । ଗୋଟେ ପଟେ ଭାରତୀୟ ଜନତାର ପାର୍ଟି ବେଙ୍ଗଲରେ କସରତ ଆରମ୍ଭ କରିଦେଇଛି ଅନ୍ୟପଟେ AIMIM ମଧ୍ୟ ପଶ୍ଚିମବଙ୍ଗରେ ନିର୍ବାଚନ ଲଢିବା ପାଇଁ ପୂର୍ବରୁ ଘୋଷଣା କରିସାରିଛି । ଏବେ ମହାରାଷ୍ଟ୍ରରେ ସତ୍ତାରେ ଥିବା ଶିବ ସେନା ମଧ୍ୟ ଆଉ ପାଦେ ଆଗକୁ ଯାଇ ପଶ୍ଚିମବଙ୍ଗରେ ନିର୍ବାଚନ ଲଢିବା ନେଇ ଘୋଷଣା କରିଛି ।

ପଶ୍ଚିବଙ୍ଗରେ ମମତା ବାନାର୍ଜୀଙ୍କ ସରକାରର କାର୍ଯ୍ୟକାଳ ୩୦ ମେ ରେ ଶେଷ ହେଉଛି । ତେବେ ଏଥର ନିର୍ବାଚନରେ ଟିଏମସିର ରାସ୍ତାରେ ବିଜେପି କଣ୍ଟା ସାଜିବା ନିଶ୍ଚିତ । କାରଣ ରାଜ୍ୟରେ ଯେଉଁଭଳି ଭାବେ ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ବିଜେପିର ବରିଷ୍ଠ ନେତାମାନଙ୍କର ଘନଘନ ଗସ୍ତ ହେଉଛି ତାକୁ ଦେଖିଲେ ଲାଗୁଛି ରାଜ୍ୟରେ ରାଜନୈତିକ ମାହୋଲ ଏବଂ ବିଜେପି ହାଓ୍ବା ବଢୁଛି । ୨୦୧୩ ବେଙ୍ଗଲ ନିର୍ବାଚନରେ ରାଜ୍ୟରେ ବିଜେପି ସେତେଟା ପ୍ରଭାବୀ ନଥିଲା । କିନ୍ତୁ ଏବେ ପରିସ୍ଥିତି ବଦଳିଛି ।

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଖାତାକୁ ୧୮ ସିଟ୍ ଯାଇଥିଲା ଯାହାକି ମମତା ସରକାରଙ୍କ ସବୁ ପ୍ଲାନ୍‌କୁ ଫେଲ୍ କରିଦେଇଥିଲା । ଏହାକୁ ତୁଳନା କଲେ ଆସନ୍ତା ବିଧାନସଭା ନିର୍ବାଚନକୁ ମଧ୍ୟ ହାଲକା ଭାବେ ନେବନି ତୃରମୂଳ କଂଗ୍ରେସ । ଏହା ସହ ଏବେ ପଶ୍ଚିମବଙ୍ଗରେ ଶିବ ସେନାର ଏଣ୍ଟ୍ରି ମାରିଛି । ଫଳରେ ବେଙ୍ଗଲରେ ଆଗାମୀ ଦିନରେ କାହାକୁ ଫାଇଦା ହେବ ତାହା ଦେଖିବା ବାକି ରହିଲା ।

   Related Posts