ଯୋଗୀଙ୍କ ମୁମ୍ବାଇ ଗସ୍ତକୁ ନେଇ ଜୋର ଧରିଛି ରାଜନୀତି: ଫିଲ୍ମ ସିଟି ସ୍ଥାନାନ୍ତରକୁ ନେଇ ଉଦ୍ଧବ ଠାକରେ, ସଞ୍ଜୟ ରାୱତଙ୍କ ସମେତ ଅନେକ ନେତାଙ୍କ ବିରୋଧ

Published By : Prameya-News7 Bureau | December 02, 2020 IST

ମୁମ୍ବାଇ ୦୨/୧୨ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ଫିଲ୍ମ କଳାକାରଙ୍କୁ ସାକ୍ଷାତ କରିଛନ୍ତି। ମଙ୍ଗଳବାର ଦିନ ସେ ଅକ୍ଷୟ କୁମାରଙ୍କ ସହ ସାକ୍ଷାତ କରିଥିଲେ। ବୁଧବାର ସେ ବଲିଉଡ ନିର୍ଦ୍ଦେଶକ ଓ ଫିଲ୍ମ ନିର୍ମାତାଙ୍କ ସହ ଚର୍ଚ୍ଚା କରିବେ। ଯୋଗୀଙ୍କ ମୁମ୍ବାଇ ଗସ୍ତକୁ ନେଇ ରାଜନୀତି ଜୋର ଧରିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ଅନେକ ବଡ ବଡ ନେତା ପ୍ରତିକ୍ରିୟା ଜାହିର କରିଛନ୍ତି। ଫିଲ୍ମ ସିଟି ସମ୍ବନ୍ଧରେ ଯୋଗୀ ଅନେକ ନିବେଶକଙ୍କ ସହ ମଧ୍ୟ ଆଲୋଚନା କରିବେ।  

ଯୋଗୀଙ୍କ ମୁମ୍ବାଇ ଗସ୍ତକୁ ରାଜ ଠାକରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନା ମଧ୍ୟ ବିରୋଧ କରିଛି। ଦଳ ମୁମ୍ବାଇର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି। ପୋଷ୍ଟରରେ ଲେଖାଯାଇଛି, 'କାହାଁ ରାଜା ଭୋଜ୍ କାହାଁ ଗଙ୍ଗୁ ତେଲି', କେଉଁଠି ମହାରାଷ୍ଟ୍ରର ଵିଭାଗ ଆଉ କେଉଁଠି ୟୁପିର ଦରିଦ୍ରତା। ସିନେମାର ଜନକ ଦାଦା ସାହେବ ଫାଲକେ, ଯିଏ ସିନେମା ଆରମ୍ଭ କରିଥିଲେ।'

{"id":371442,"sizeSlug":"large"}

ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି ନେତା ନବାବ ମଲିକ ମଧ୍ୟ ଯୋଗୀଙ୍କ ମୁମ୍ବାଇ ଗସ୍ତକୁ ନେଇ ନିରାଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯୋଗୀ ଉତ୍ତର ପ୍ରଦେଶରେ ବଲିଉଡ ଭଳି ଫିଲ୍ମ ସିଟି ନିର୍ମାଣ କରିବାକୁ ଚାହୁଁଛନ୍ତି, ଭଲ କଥା କିନ୍ତୁ ୧୦୦ ବର୍ଷ ହେଲା ମୁମ୍ବାଇକୁ ମିଳିଥିବା ବଲିଉଡର ଦର୍ଜା ଶେଷ ହୋଇଯିବ ତାହା ଭାବିବା ଭୁଲ। ବଲିଉଡର ଦର୍ଜା କେହି ବି କମ କରିପାରିବେନି। କଂଗ୍ରେସ ନେତା ସଞ୍ଜୟ ନିରୁପମ କହିଛନ୍ତି ଯେ ବଲିଉଡକୁ କେହି କୁଆଡେ ନେଇପାରିବେନି। ସିନେମା ଦିବାନା ବହୁତ ପରିଶ୍ରମରେ ଏହି ଦୁନିଆ ନିର୍ମାଣ କରିଛନ୍ତି। ଏହା ୧୦୦ ବର୍ଷ ପୁରୁଣା ଏବଂ ଏବେ ବି ଜାରି ରହିଛି। ନେତା ଏହି ବଲିଉଡକୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବା କଥା ଚିନ୍ତା ନ କରନ୍ତୁ ବୋଲି ସେ କହିଛନ୍ତି। କଂଗ୍ରେସ ନେତା ଅଶୋକ ଚୌହାନ ମଧ୍ୟ ବିଜେପି ଉପରେ ଆରୋପ ଲଗାଇଛନ୍ତି। ବିଜେପି ୟୁପି ସରକାରଙ୍କ ନାଁରେ ବଲିଉଡକୁ ନେଇଯିବା ପାଇଁ କାହାଣୀ ପ୍ରସ୍ତୁତ କରୁଛି। ସେ କହିଛନ୍ତି, ମହାରାଷ୍ଟ୍ରରେ ବିଜେପି ସରକାର ଆସିବା ପରେ ଅନେକ ଶିଳ୍ପ ସଂସ୍ଥା ଓ କାର୍ଯ୍ୟାଳୟକୁ ମୁମ୍ବାଇରୁ ଗୁଜରାଟ ସ୍ଥାନାନ୍ତର କରାଯାଇଥିଲା।

{"id":371443,"sizeSlug":"large"}

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶିବସେନା ସାଂସଦ ସଞ୍ଜୟ ରାୱତ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ରାବତ ଯୋଗୀଙ୍କୁ କହିଛନ୍ତି, ସାଉଥରେ ବି ବଡ ଫିଲ୍ମ ଇଣ୍ଡଷ୍ଟ୍ରି ଅଛି। ପଞ୍ଜାବ ଓ ପଶ୍ଚିମବଙ୍ଗରେ ମଧ୍ୟ ଫିଲ୍ମ ସିଟି ଅଛି। ଯୋଗୀ ସେଠାକୁ ଯାଇ କଳାକାରଙ୍କ ସହ କଥାବାର୍ତ୍ତା କରିବେ ନା ମୁମ୍ବାଇରେ ହିଁ ଏହିସବୁ କରିବାକୁ ଚାହୁଁଛନ୍ତି। ମହାରାଷ୍ଟ୍ର ଆଜି ମଧ୍ୟ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ। ରାଜ୍ୟର କୌଣସି ଉଦ୍ୟୋଗ ବାହାରକୁ ଯିବନାହିଁ, ବରଂ ଅନ୍ୟ ରାଜ୍ୟର ଉଦ୍ୟୋଗପତି ମହାରାଷ୍ଟ୍ରରେ ଉଦ୍ୟୋଗ ସ୍ଥାପନ କରିବାକୁ ଆସିବେ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.