Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ବର୍ଦ୍ଧିତ ପେଟ୍ରୋଲ-ଡିଜେଲ୍ ଦାମ ଉପରେ ଶିବରାଜଙ୍କ ମନ୍ତ୍ରୀ କହିଲେ- ଜୀବନରେ ଅସୁବିଧାରୁ ମିଳେ ଆନନ୍ଦ

10/07/2021 at 9:22 PM

ଭୋପାଳ ୧୦।୦୭: ଦେଶରେ ପେଟ୍ରୋଲ-ଡିଜେଲ୍ ଦାମ ହୁ ହୁ ହୋଇ ବଢି ୧୦୦ ପାର କରି ସାରିଲାଣି। ଦର ବୃଦ୍ଧିକୁ ନେଇ ଲୋକେ କଲବଲ ହେଲେଣି। ଦେଶରେ ବଢୁଥିବା ତୈଳ ଦାମ୍ ଉପରେ ମଧ୍ୟ ପ୍ରଦେଶର ମନ୍ତ୍ରୀ ଓମ ପ୍ରକାଶ ସକଲେଚା ଚକିତ କରିବା ଭଳି ଟିପ୍ପଣୀ କରିଛନ୍ତି। ମନ୍ତ୍ରୀ ସକଲେଚାଙ୍କୁ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧିରେ ଲୋକଙ୍କୁ ହେଉଥିବା ସମସ୍ୟା ନେଇ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଅସୁବିଧା ହିଁ ସୁଖର ଆନନ୍ଦ ଦେଇଥାଏ। ଯେ ପର୍ଯ୍ୟନ୍ତ ଜୀବନରେ ଅସୁବିଧା ଆସି ନାହିଁ ସେ ପର୍ଯ୍ୟନ୍ତ ଆନନ୍ଦ ଆସେ ନାହିଁ। ଏହି ପରି ବୟାନ ଦେଉଥିବା ମନ୍ତ୍ରୀଙ୍କ ଭିଡିଓ ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଦେଶର ଉତ୍ତର ପ୍ରଦେଶ, ଛତିଶଗଡ, ଓଡିଶା ସମେତ ରାଜ୍ୟରେ ପେଟ୍ରୋଲ ଦାମ ଲିଟର ପିଛା ୧୦୦ ଅତିକ୍ରମ କରି ସାରିଛି। ଶନିବାର ପୁଣି ଥରେ ତୈଳ ଦର ବୃଦ୍ଧି ଘଟିଛି। ପେଟ୍ରୋଲ ଲିଟର ପିଛା ୩୪ ରୁ ୪୩ ପଇସା ବୃଦ୍ଧି ଘଟିଛି। ସେହି ପରି ଡିଜେଲ୍ ୨୮ ରୁ ୩୬ ପଇସା ବୃଦ୍ଧି ଘଟିଛି। ଗୋଟିଏ ଦିନ ସ୍ଥିର ରହିବା ପରେ ପୁଣି ଥରେ ତେଲ ଦାମ ବୃଦ୍ଧି ଘଟିଛି।

   Related Posts