ଗୁଣ୍ଡା-ମାଫିଆଙ୍କୁ ଶିବରାଜଙ୍କ ଚେତାବନୀ, କହିଲେ- ରାଜ୍ୟ ଛାଡ଼ିଦିଅ, ନହେଲେ ୧୦ ଫୁଟ୍‌ ମାଟି ତଳେ ପୋତି ଦେବି

Published By : Prameya-News7 Bureau | December 25, 2020 IST

ଭୋପାଳ ୨୫/୧୨: ଗୁଣ୍ଡା-ମାଫିଆଙ୍କୁ ମାମୁଁଙ୍କ ଚେତାବନୀ। ରାଜ୍ୟ ଛାଡ଼ିକି ପଳାଅ ନଚେତ ୧୦ ଫୁଟ ମାଟି ତଳେ ପୋତି ଦେବି। ରାଜ୍ୟରୁ ଗୁଣ୍ଡାରାଜ ହଟାଇବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ କଡ଼ା ଚେତାବନୀ। ଶିବରାଜ ମଞ୍ଚ ଉପରୁ ଏଭଳି ଗର୍ଜିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶୁକ୍ରବାର ହେଶଂଗବାଦ ଜିଲ୍ଲାର ବାବଇ ବିକାଶଖଣ୍ଡରେ ଆୟୋଜିତ ପ୍ରଧାନମନ୍ତ୍ରୀ କିଷାନ ନିଧି କାର୍ଯ୍ୟକ୍ରମ ବେଳେ ଏହି ଚେତାବନୀ ଦେଇଛନ୍ତି ଶିବରାଜ ସିଂହ।

ନିଜ ସମ୍ବୋଧନରେ ଶିବରାଜ କହିଥିଲେ ‘ଆଜକଲ୍‌ ଆପନ ଖତରନାକ୍‌ ମୁଡ୍‌ ମେଁ ହୈ( ଆଜିକାଲି ଭୟଙ୍କର ମୁଡ୍‌ରେ ରହୁଛି)। ଗଡ଼ବଡ଼ କରୁଥିବା ଲୋକଙ୍କୁ ଛାଡ଼ିବିନି। ଆଜିକାଲି ମାମା ଫର୍ମରେ ରହୁଛନ୍ତି। ଗୋଟିଏ ପଟେ ମାଫିଆ ରାଜ ବିରୋଧରେ ଅଭିଯାନ ଚାଲିଛି। କିଏ ମସଲ ପାଓ୍ବାର ତ ଆଉ କିଏ ଧମକ ଦେଇ ଅବୈଧ କବଜା କରୁଛି। ଶୁଣି ନିଅରେ ସବୁ …ମଧ୍ୟପ୍ରଦେଶ ଛାଡ଼ି ଦିଅ ନଚେତ ୧୦ ଫୁଟ୍‌ ମାଟି ତଳେ ପୋତି ଦେବି। ଦାଦା, ଗୁଣ୍ଡା ,ବାଦଶାହା ଆଉ କାହାର ରାଜ ଚାଲିବ ନାହିଁ। ଏହା ହିଁ ସୁଶାସନ।’

ଏହା ସହ ସେ ମଧ୍ୟପ୍ରଦେଶବାସୀଙ୍କୁ କହିଥିଲେ, ଏବେ ଲୋକମାନଙ୍କୁ ସରକାରୀ କାର୍ଯ୍ୟାଳୟ ଚକ୍କର କାଟିବା କିଛି ଦରକାର ନାହିଁ। ସୁଶାସନର ଅର୍ଥ ଲେଣ ଦେଣ ବିନା ଧାର୍ଯ୍ୟ ସମୟରେ ଲୋକଙ୍କୁ ଲାଭ ଦିଆଯିବ। ଜିଲ୍ଲାପାଳଙ୍କୁ ସପ୍ତାହକୁ ଦୁଇ ଦିନ ପଞ୍ଚାୟତରେ ରହି କାମ ଦେଖିବାକୁ ପଡ଼ିବ, ନଚେତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶିବାରାଜ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.