ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ଟାର୍ଗେଟ୍ କଲେ ଶିବରାଜ ସିଂହ ଚୌହାନ

Published By : Prameya-News7 Bureau | August 11, 2019 IST

ଭୁବନେଶ୍ବର ୧୧|୮:  ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି । ସଦସ୍ୟ ସଂଗ୍ରହ ଅଭିଯାନରେ ଆସିଥିବା ବେଳେ ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ଦଳକୁ ଟାର୍ଗେଟ୍ କରିଛନ୍ତି ।

ଜାମ୍ମୁକାଶ୍ମୀରରୁ ଧାରା ୩୭୦ଉଚ୍ଛେଦ ପ୍ରସଙ୍ଗରେ ନେହରୁଙ୍କୁ କଡା ସମାଲୋଚନା କରିବା ସହ ଏହି ଐତିହାସିକ ଭୁଲକୁ ମୋଦି ସୁଧାରିଥିବା କହିଛନ୍ତି ।

ଏହାସହ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ଟାର୍ଗେଟ୍ କରିଛନ୍ତି । ଓଡିଶାର ବିକାଶରେ ରାଜ୍ୟ ସରକାରଙ୍କ କୌଣସି ରୋଡ୍ ମ୍ୟାପ୍ ନାହିଁ ବୋଲି ସଂଗୀନ ଅଭିଯୋଗ କରିଛନ୍ତି । ଜଳସେଚନ ଓ ଅନ୍ୟାନ୍ୟ ଯୋଜନାରେ ଓଡିଶା ପଛୁଆ । ଏପର୍ଯ୍ୟନ୍ତ ହିତାଧିକାରୀଙ୍କ ତାଲିକା ଦେଇନାହାନ୍ତି ରାଜ୍ୟ ସରକାର ।

ଆୟୁଷ୍ମାନ୍ ଯୋଜନା ଲାଗୁ ନକରି କାଳିଆ ଟଙ୍କା ବାଣ୍ଟିବା ଅପାରଗତାର ପରିଚୟ ବୋଲି ସେ କହିଛନ୍ତି । ଆୟୁଷ୍ମାନ ଯୋଜନାରେ ଚାଷୀଙ୍କୁ ସାମିଲ ପାଇଁ ତୁରନ୍ତ ତାଲିକା ଦେବାକୁ ଦାବି କରିଛନ୍ତି ।

ବିଜେପି-ବିଜେଡି ସମ୍ପର୍କ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିବରାଜ ସିଂହ ଚୌହାନ । ସେ କହିଛନ୍ତି ବିଜେପି ଓଡିଶାରେ ଏକଲା ଚାଲିବ, ଆଗାମୀ ଦିନରେ ଏକା ସରକାର ଗଢିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.