Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଏକା ସାଙ୍ଗେ ୩ ଝିଅଙ୍କ କନ୍ୟାଦାନ କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ : କହିଲେ,’ଏହି ମୁହୂର୍ତ୍ତ ସ୍ମରଣୀୟ ହୋଇ ରହିବ’

16/07/2021 at 5:47 PM

ବିଦିଶା ୧୬/୦୭ : ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଜଣେ ନିଆରା ବ୍ୟକ୍ତିତ୍ବର ଉଦାହରଣ ଦେଇଛନ୍ତି । ମଙ୍ଗଳବାର ମଧ୍ୟ ପ୍ରଦେଶର ବିଦିଶାରେ ସେ ତାଙ୍କର ୩ ଜଣ ପାଳିତ ଝିଅଙ୍କ ବିବାହ ସମ୍ପନ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ତାଙ୍କ ପତ୍ନୀ ମନ୍ଦିରରେ ଅନୁଷ୍ଠିତ ଏହି ନିଆରା ବିବାହ ଉତ୍ସବରେ ୩ ପାଳିତ ଝିଅଙ୍କ କନ୍ୟାଦାନ ମଧ୍ୟ କରିଛନ୍ତି । ଯାହାକି ସମଗ୍ର ମଧ୍ୟ ପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଶିବରାଜ ସିଂହ ଚୌହାନ କହିଛନ୍ତି, ‘ ସେ ଯେତେବେଳେ ସାଂସଦ ଥିଲେ ୩ ଜଣ ଅନାଥ ଝିଅ (ରାଧା, ପ୍ରୀତି ଏବଂ ସୁମନ)ଙ୍କୁ ପାଳିତ କନ୍ୟା ଭାବେ ଗ୍ରହଣ କରିଥିଲେ । ସେମାନଙ୍କୁ ବଡ କରିବା ପାଇଁ ସମସ୍ତ ଦାୟିତ୍ବ ନେଇଥିଲେ । ଆଜି ସେମାନଙ୍କ ବିବାହ ସମ୍ପନ୍ନ ହେବା ସହିତ ଏକ ବଡ ଦାୟିତ୍ବ ପୂରଣ ହୋଇଛି । ଆଜି ଗୋଟିଏ ଦିନରେ ମୋର ୩ ଜଣ ଝିଅଙ୍କ ବିବାହ କରି ମୁଁ ବହୁତ ଖୁସି । ଏହି ମୁହୂର୍ତ୍ତ ସବୁବେଳ ପାଇଁ ସ୍ମରଣୀୟ ହୋଇ ରହିବ ।’ କଡା ସୁରକ୍ଷା ବ୍ୟବସ୍ଥା ଏବଂ କୋଭିଡ ପ୍ରୋଟୋକଲ ମାନି ଅଳ୍ପ ସଂଖ୍ୟକ ଅତିଥିଙ୍କ ଗହଣରେ ନିରାଡମ୍ବର ଭାବେ ବିବାହ କାର୍ଯ୍ୟ ଶେଷ ହୋଇଥିଲା ।

   Related Posts