Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ମଧ୍ୟ ପ୍ରଦେଶରେ ଚତୁର୍ଥ ଥର ଆରମ୍ଭ ହେଲା ଶିବ ‘ରାଜ’, ମୁଖ୍ୟମନ୍ତ୍ରୀ ପଦର ଶପଥ ନେଲେ ଚୌହାନ

23/03/2020 at 8:59 PM

ଭୋପାଳ ୨୩।୦୩: ମଧ୍ୟ ପ୍ରଦେଶରେ ରାଜନୈତିକ ଘଟଣାକ୍ରମ ପରେ ଶେଷରେ ଭାରତୀୟ  ଜନତା ପାର୍ଟି ସରକାର ଗଠନ କରିଛି। ଶିବରାଜ ସିଂହ ଚୌହାନ ଚତୁର୍ଥ ଥର  ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ସେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି। ଏହା ପୂର୍ବରୁ ରାଜଭବନ ମୁଖ୍ୟମନ୍ତ୍ରୀ ପଦର ଶପଥ ପାଇଁ ରାତି ୯ଟା ସମୟ ଦେଇଥିଲେ। ନିର୍ଦ୍ଧାରିତ ସମୟରେ ଶିବରାଜ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦଭାର ସମ୍ଭାଳିଛନ୍ତି। ରାଜ୍ୟପାଳ ଲାଲଜୀ ଟଣ୍ଡନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ପରେ ଚତୁର୍ଥ ଥର ମଧ୍ୟ ପ୍ରଦେଶର ଦାୟିତ୍ଵ ଭାର ଗ୍ରହଣ କରିଛନ୍ତି। ପ୍ରଥମ ଥର ୨୦୦୫ ନଭେମ୍ବର ୨୯ରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ଶିବରାଜ ସିଂହ ଚୌହାନ ୨୦୦୮ ଡିସେମ୍ବର ୧୨ରେ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୩ ଡିସେମ୍ବର ୮ରେ ସେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଦଳର ନେତା ଭାବେ ନିର୍ବାଚିତ ହେବା ପରେ ଶିବରାଜ କହିଛନ୍ତି ଯେ, ମୁଁ ସଚ୍ଚୋଟତାର ସହ ମଧ୍ୟ ପ୍ରଦେଶର  ବିକାଶ ପାଇଁ କାମ କରିବି। ମାତ୍ର ଏବେ କୋଭିଡ-୧୯କୁ ବ୍ୟାପିବାରୁ ରୋକିବା ମୋର ପ୍ରଥମ ଉଦ୍ଦେଶ୍ୟ। ମୁଁ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଅପିଲ କରୁଛି ଯେ, ଶପଥ ଗ୍ରହଣ ସମାରୋହ ଉତ୍ସବ  କରି ପାଳନ କରନ୍ତୁ ନାହିଁ। ସେମାନଙ୍କୁ ଘରେ ରହିବା ଉଚିତ୍। ନୂତନ ସରକାର ପାଇଁ ପ୍ରାର୍ଥନା କରିବି ଉଚିତ୍।

   Related Posts