Friday, August 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେପି-ବିଜେଡି ଭିତରେ ଗଢି ଉଠୁଥିବା ମଧୁଚନ୍ଦ୍ରିକାରେ ନିଆଁ ଲଗାଇଦେଲେ କି ଶିବରାଜ ଚହ୍ବାନ !

ଭୁବନେଶ୍ବର ୧୧|୮: ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୁର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଛନ୍ତି । ଗତକାଲି ସଦସ୍ୟ ସଂଗ୍ରହ ଅଭିଯାନରେ ରାଜ୍ୟ ସରକାରଙ୍କୁ ଆକ୍ଷେପ କରିଥିବା ବେଳେ ଆଜି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ଦଳକୁ ଟାର୍ଗେଟ କରିଛନ୍ତି । ଧାରା ୩୭୦ଉଚ୍ଛେଦ ପ୍ରସଙ୍ଗରେ  ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏବଂ କଂଗ୍ରେସର ନୀତିକୁ ସମାଲୋଚନା କରିଛନ୍ତି। ସେହିପରି କାଳିଆ ଯୋଜନାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି  । ଏବେ ଉଭୟ ବିଜେଡି ଓ କଂଗ୍ରେସ ରଖିଛନ୍ତି ଜବାବ।

କଣ ବିଜେଡି-ବିଜେପି ଫ୍ରେଣ୍ଡସିପ୍‌ ପିରିୟଡ ଶେଷ ? କେନ୍ଦ୍ର ସରକାରଙ୍କ ସମସ୍ତ ବିଲ୍‌କୁ ପାର୍ଲାମେଣ୍ଟରେ ବିଜେଡି ଖୋଲା ସମର୍ଥନ କଲା । ଯେମିତି ପାର୍ଲାମେଣ୍ଟ ଅଧିବେଶନ ସରିଲା ପୁଣି ବନ୍ଧୁତ୍ବ ସରିଗଲା କି?  ଏବେ ଏମିତି ହେଲାଣି ଚର୍ଚ୍ଚା।  ଓଡ଼ିଶାକୁ ସଦସ୍ୟ ସଂଗ୍ରହ କରିବାକୁ ଆସିଥିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯେଉଁଭଳି ରାଜ୍ୟ ସରକାରଙ୍କ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଲାଗୁଛି ତ ଏମିତି କି ଆଉ ବିଜେଡି-ବିଜେପି ପରସ୍ପର ମୁହଁକୁ ଚାହିଁବେନି।

କାଲି ସଦସ୍ୟ ସଂଗ୍ରହ ଅଭିଯାନରେ ଶିବରାଜ ବର୍ଷିଥିଲେ। ଆଉ ଆଜି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀରେ କାଳିଆ ଠାରୁ କାଶ୍ମୀର ପ୍ରସଙ୍ଗରେ ବର୍ଷିଛନ୍ତି । କାଳିଆ ଯୋଜନା କଥା ଉଠାଇଛନ୍ତି, ଆୟୁଷ୍ମାନ ଭାରତ ରାଜ୍ୟରେ ଲାଗୁ ନ ହେବା ପ୍ରସଙ୍ଗ ବି ଉଠାଇ ରାଜ୍ୟ ସରକାର ଓ ବିଜେଡିଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟରେ ଜଳସେଚନ କ୍ଷେତ୍ରରେ ଓଡିଶା ପଛୁଆ, ଟୟଲେଟ ନିର୍ମାଣ ଯୋଜନାରେ ମଧ୍ୟ ଓଡିଶାରେ ବ୍ୟାପକ ଦୁର୍ନୀତି ହେଇଛି ବୋଲି କହିଛନ୍ତି । ସେହିପରି ଶିବରାଜ କାଶ୍ମୀର ପ୍ରସଙ୍ଗରେ କଂଗ୍ରେସକୁ ଆକ୍ଷେପ କରିଛନ୍ତି ।

 ପାର୍ଲାମେଣ୍ଟରେ ବିଜେଡି-ବିଜେପି ବିଭିନ୍ନ ପ୍ରସଙ୍ଗରେଏକମୁଖ ହୋଇଛନ୍ତି । ଆଉ ଏଣେ ଓଡ଼ିଶାରେ ଆଜି ବିଜେପି ନେତା ଏଭଳି ବର୍ଷିବା ବିଜେଡିର ନେତାଙ୍କୁ ହଜମ ହେବ ବା କେମିତି । କାଳିଆ ଯୋଜନା ଓଡ଼ିଶା ଆଗେ ଲାଗୁ କରିଥିଲା ।  ଯାହାକୁ ଅର୍ଥ କମିଶନଙ୍କଠୁ ନେଇ ଦେଶସାରା କୃଷି ବିଶେଷଜ୍ଞମାନେ ସମର୍ଥନ କରିଛନ୍ତି । ଛତିଶଗଡରେ ବିଜେପି ସରକାର ଥିବା ସମୟରେ ମହାନଦୀ ଉପରେ ବେଆଇନ ବନ୍ଧ ନିର୍ମାଣ କରାଯାଇଥିବା ପ୍ରସଙ୍ଗ ଉଠାଇଛି ବିଜେଡିସେପଟେ କଂଗ୍ରେସ କହିଛି ବିଜେପି ୭୦ ବର୍ଷ ଧରି ଲୋକଙ୍କୁ ଭୁଆଁ ବୁଲାଉଛି।

ବନ୍ଧୁତା ସତ୍ତ୍ବେ ଏ ବାକ୍ୟ ଯୁଦ୍ଧ କେବଳ ଲୋକ ଦେଖାଣିଆ ନା ପୁଣି ଉଭୟ ଦଳ ଭିତରେ ତୁ ତୁ ମେ ମେ ଆରମ୍ଭ ହୋଇଗଲାଣି ତାହା ସ୍ପଷ୍ଟ ସିନା ହୋଇନି କିନ୍ତୁ ଆଗାମି ପାର୍ଲାମେଣ୍ଟ ଅଧିବେଶନ ଯାଏଁ ଅପେକ୍ଷା କରିବାକୁ ପଡ଼ିବ।  

433 Views

   ସମ୍ବନ୍ଧିତ ଖବର