ଶିବରାଜ ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ହିନ୍ଦୀରେ ପଢ଼ିବେ MBBS ଛାତ୍ରଛାତ୍ରୀ

Published By : Prameya-News7 Bureau | September 14, 2021 IST

ଭୋପାଳ ୧୪/୦୯: ହିନ୍ଦୀ ଦିବସରେ ମଧ୍ୟପ୍ରଦେଶ ସରକାର କଲେ ବଡ଼ ଘୋଷଣା । ଏଣିକି ହିନ୍ଦୀରେ ପଢ଼ା ହେବ ମେଡିକାଲ ପାଠ। ଏମବିବିଏସ୍‌ ପାଠ୍ୟକ୍ରମ ହିନ୍ଦୀରେ ହେବ ବୋଲି ଶିବରାଜ ସିଂହ ଚୌହାନଙ୍କ ସରକାର ଘୋଷଣା କରିଛନ୍ତି। ମନ୍ତ୍ରୀ ବିଶ୍ବାସ ସାରଙ୍ଗ କହିଛନ୍ତି, ଏମବିବିଏସ୍‌, ନର୍ସିଂ ଏବଂ ଅନ୍ୟ ପାରାମେଡିକାଲ ପାଠ୍ୟ ପୁସ୍ତକ କେମିତି ହିନ୍ଦୀରେ ପଢ଼ାଯିବ ସେନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ। ଏହି ଲକ୍ଷ୍ୟ ଚିକିତ୍ସା ଶିକ୍ଷା ବିଭାଗ ଏବଂ ଅଟଳ ବିହାରୀ ବାଜପେୟୀ ହିନ୍ଦୀ ବିଶ୍ବବିଦ୍ୟାଳୟର ମିଳିତ ପ୍ରୟାସରେ ପୂରଣ କରିବେ ସରକାର ।

ଏହା ପୂର୍ବରୁ ୨୦୧୬ରେ ଅଟଳ ବିହାରୀ ବାଜପେୟୀ ହିନ୍ଦୀ ବିଶ୍ବବିଦ୍ୟାଳୟ ଇଞ୍ଜିନିୟରିଂ ଏବଂ ଚିକିତ୍ସା ଶିକ୍ଷାକୁ ହିନ୍ଦୀରେ ଆରମ୍ଭ କରିବାକୁ ନେଇ ଘୋଷଣା କରିଥିଲା। କିନ୍ତୁ ପ୍ରଥମ ବର୍ଷରେ ହିନ୍ଦୀ ଭାଷାରେ ୩ ଜଣ ଛାତ୍ର ଆଡମିସନ୍‌ ନେଇଥିଲେ। ପରେ ବିଶ୍ବବିଦ୍ୟାଳୟ ଏହି ପାଠ୍ୟକ୍ରମକୁ ବନ୍ଦ କରିଦେଇଥିଲା। ସେହି ୩ ଛାତ୍ରଙ୍କୁ ଇଂରାଜୀ ମାଧ୍ୟମ ଇଞ୍ଜିନିୟରିଂ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।

ଏହା ପୂର୍ବରୁ ଜବଲପୁର ଚିକିତ୍ସା ଶିକ୍ଷା ବିଶ୍ବବିଦ୍ୟାଳୟ ଏବଂ ଭୋପାଳର ରାଜୀବ ଗାନ୍ଧୀ ଇଞ୍ଜିନିୟରିଂ ବିଶ୍ବବିଦ୍ୟାଳୟରେ ଉଭୟ ହିନ୍ଦୀ ଏବଂ ଇଂରାଜୀରେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ସୁବିଧା ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.