Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

ନାଗରିକ ସଂଶୋଧନ ବିଲ : ସଂସଦରେ ସମର୍ଥନ ପରେ ସଂଜୟ ରାଉତ କହିଲେ- ରାଜନୀତିରେ ଅନ୍ତିମ କିଛି ନଥାଏ…

10/12/2019 at 1:34 PM

ମୁମ୍ବାଇ ୧୦।୧୨: ସୋମବାର ଲୋକସଭାରେ ନାଗରିକ ସଂଶୋଧନ ବିଲ୍ -୨୦୧୯ ପାସ ହୋଇଛି ।ବିଲ ସପକ୍ଷରେ ୩୧୧ ଖଣ୍ଡ ଭୋଟ ପଡିଥିବା ବେଳେ ବିଲ୍ ବିପକ୍ଷରେ ୮୦ଖଣ୍ଡ ପଡିଥିଲା । ବିଲ୍‌କୁ ସମର୍ଥନ କରିଥିବା ଦଳ ମଧ୍ୟରେ ଶିବସେନା ବି ରହିଛି  ।

ସୂଚନାଯୋଗ୍ୟ ଯେ, ଲୋକସଭାରେ ନାଗରିକତା ସଂଶୋଧନ ବିଲ-୨୦୧୯କୁ ଶିବସେନା ସମର୍ଥନ କରିଛି । ସେପଟେ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ରାଉତ ଟ୍ବିଟ କରି  ରାଜନୀତିରେ କିଛି ଅନ୍ତିମ ନଥାଏ , ସବୁ କିଛି ଚାଲିଥାଏ ବୋଲି ଲେଖିଛନ୍ତି ।

ସଂଜୟ ରାଉତଙ୍କ ଟ୍ବିଟ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ଯେ, ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ସହିତ ମିଶି ସରକାର ଗଠନ କରିବା ପରେ ଶିବସେନା ନାଗରିକ ସଂଶୋଧନ ବିଲକୁ ସମର୍ଥନ କଣ ପାଇଁ କରିଛି । ପୂର୍ବରୁ ନାଗରିକତା ସଂଶୋଧନ ବିଲକୁ ନେଇ ଶିବସେନା ପ୍ରଶ୍ନ ଉଠାଇ କହିଥିଲା ଯେ, ଆମ ଦେଶରେ କଣ ସମସ୍ୟାର ଅଭାବ ଅଛି ଯେ ଆମେ ଅନ୍ୟଦେଶର ବୋଝ ନେବାକୁ ଯାଉଛେ । ଏହାସହିତ ସାମନାରେ ମଧ୍ୟ ଲେଖିଥିଲା ଯେ, ବେଆଇନ ଶରଣାର୍ଥୀଙ୍କୁ ସୀକୃତି ଦେବା ଦେଶରେ ଧର୍ମର ଯୁଦ୍ଧର ସାମ୍ନା କରିବା ଭଳି କାମ ଆମେ କରିବୁ ନାହିଁ ।

   Related Posts