ଏକାଠି ନିର୍ବାଚନ ଲଢିଥିବା ଶିବସେନା ଓ ବିଜେପି ମଧ୍ୟରେ ଏବେ ମନାନ୍ତର- ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଡି ବସିଛି ଶିବସେନା

Published By : Prameya-News7 Bureau | October 26, 2019 IST

ମୁମ୍ବଇ- ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନା ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଥିଲା । ଏହି ମେଣ୍ଟ ବି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ବିଜେପି ସର୍ବାଧିକ ଆସନରେ ବିଜୟ ଲାଭ କରିଥିବା ବେଳେ ଶିବସେନା ଦ୍ୱିତୀୟ ସ୍ଥାନରେ ରହିଛି । ଗତ ନିର୍ବାଚନରେ ବିଜେପି ୧୨୨ଟି ଆସନରେ ବିଜୟ ଲାଭ କରିଥିବା ବେଳେ ଚଳିତ ନିର୍ବାଚନରେ ୧୦୫ଟି ଆସନରେ ବିଜୟ ଲାଭ କରିଛି । ୧୫ ନିର୍ଦଳୀୟ ବିଧାୟକ ବିଜେପିକୁ ସମର୍ଥନ ଦେଉଥିବା ବିଜେପି ଦାବି କରିଛି । ଏମାନଙ୍କ ମଧ୍ୟରେ ବିଜେପିର ବିଦ୍ରୋହୀ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ରହିଛନ୍ତି । ଏବେ ଏମାନଙ୍କୁ ମିଶାଇଲେ ବିଜେପି ନିକଟରେ ୧୨୦ ଜଣ ବିଧାୟକ ରହିଛନ୍ତି । ଗତ ଥର ଶିବସେନାକୁ ୬୩ଟି ଆସନ ମିଳିଥିବା ବେଳେ ଚଳିତ ଥର ଏହା କମି ୫୬ରେ ପହଞ୍ଚିଛି । ମାତ୍ର ଶିବସେନା ଏବେ ୫୦-୫୦ ଭାଗୀଦାରି ପାଇଁ ଅଡି ବସିଥିବା ବେଳେ ମୁଖ୍ୟମନ୍ତ୍ରୀ ପଦ ପାଇଁଦାବି ବି କରିଛି ।

ଏପରି ମାନିପାରେ ଶିବସେନା
ଏବେ ଶିବସେନା ପ୍ରଥମ ଅଢେଇ ବର୍ଷ ଦେବେନ୍ଦ୍ର ଫଡନାଭିସ୍‌ ମୁଖ୍ୟମନ୍ତ୍ରୀ ରହିବେ ପରେ ଶିବସେନାର ଆଦିତ୍ୟ ଠାକରେଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବେ । ପରେ ସେ ଶାସନ କରିବା ବୁଝିଯିବା ପରେ ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିବେ । ନହେଲେ ରାଜ୍ୟର ମହତ୍ତ୍ୱପୂର୍ଣ୍ଣ ଗୃହ ଓ ରାଜସ୍ୱ ମନ୍ତ୍ରାଳୟ ମିଳିଲେ ଶିବସେନା ମାନି ପାରେ ବୋଲି ରାଜନୈତିର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

ଏବେ ଶିବସେନା ପାଇଁ କଂଗ୍ରେସ ଓ ଏନ୍‌ସିପି ମେଣ୍ଟ ନିଜର ଦ୍ୱାର ଖୋଲା ରଖିଛନ୍ତି । ଶିବସେନା ବି ବିକଳ୍ପ ଖୋଲା ରଖିଛି । ଚଳିତ ଥର ଏନ୍‌ସିପି ୫୪ଟି ଆସନରେ ବିଜୟ ଲାଭ କରିଥିବା ବେଳେ କଂଗ୍ରେସ ୪୪ଟି ଆସନରେ ବିଜୟ ଲାଭ କରିଛି । ଶିବସେନାର ୫୬ଟି ଆସନ ଥିବା ବେଳେ ଆବଶ୍ୟକୀୟ ୧୪୪ ଆସନରୁ ଏହା ଅଧିକ ରହିଛି ।

ଏବେ କଂଗ୍ରେସ ଯେନତେନ ପ୍ରକାରଣେ ବିଜେପିକୁ ମହାରାଷ୍ଟ୍ରରେ ଶାସନ କ୍ଷମତାରୁ ଦୂରରେ ରଖିବା ପାଇଁ ଚାହୁଁଛି । ଏବେ ରାଜନୈତିକ ସମୀକରଣ କଣ ହେବା ତାକୁ କେବଳ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.