Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ଆଜି ମହାଶିବରାତ୍ରୀ : ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ, ଶିବଙ୍କ ଆରାଧନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

4/03/2019 at 10:57 AM

ପୁରୀ|ଭଦ୍ରକ|କଟକ ୪|୩ : ପ୍ରସିଦ୍ଧ ଜାଗରଯାତ୍ରାକୁ ନେଇ ଚଳଚଞ୍ଚଳ ପୁରୀର ଶ୍ରୀଲୋକନାଥ ପୀଠ । ରାତି ସାଢେ ୧୨ ଟାରେ ମନ୍ଦିର ଦ୍ବାର ଖୋଲି ପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଏହା ପରେ ରାତି ୨ ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଆଜି ରାତି ୨ ଟାରୁ ୩ ଟା ମଧ୍ୟରେ ହରିହର ଭେଟ ଓ ମହାଦୀପ ଉଠିବା କାର୍ଯ୍ୟକ୍ରମ ରହିଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍, ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲ ରୁମ ହୋଇଛି । ଭକ୍ତଙ୍କ ସମାଗମ ଉପରେ ନଜର ରଖିବ ସିସିଟିଭି ସହ ଶାନ୍ତି ଶୃଖଂଳା ରକ୍ଷା ପାଇଁ ୧୦ ପ୍ଲାଟୁନ ଫୋର୍ସ ମୃତୟନ ହୋଇଛନ୍ତି ।

ସେପଟେ ଜାଗର ପାଇଁ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ । ବାବାଙ୍କ ମହାସ୍ନାନ ଏବଂ ରୁଦ୍ରାଭିଷେକ ରୀତିନୀତି ପରେ ପହୁଡ ଖୋଲିଛି । ଭୋର ୪ ଟା ୩୦ରେ ଉଠିବ ମହାଦୀପ । ବିଶେଷ କରି ଜାଗରଯାତ୍ରା ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ପୀଠରେ ଲକ୍ଷାଧତ୍କ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭକ୍ତମାନଙ୍କ ଭିଡ଼କୁ ଲକ୍ଷ୍ୟ କରି ମନ୍ଦିର ଭିତରେ ଓ ବାହାରେ ସି.ସି.ଟି.ଭି କ୍ୟାମେରା ଲଗାଯିବା ସହିତ ଭିଡ଼ ସ୍ଥାନ ଗୁଡ଼କିରେ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସାଧା ପୋଷାକ ଧାରୀ ପୋଲିସ୍ ମୃତୟନ ରହିବେ।  ସେପଟେ ପୀଠକୁ ସଂଯୋଗ କରୁଥିବା ମୁଆଁ, ଧାନଖଣିଆ ଓ ତିନିତର ନଦୀଘାଟରେ ବ୍ୟାପକ ପୋଲିସ୍ ମୃତୟନ କରାଯିବା ସହିତ ନଦୀରେ ୨୪ ଘଂଟିଆ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବିଭାଗ ସଜାର ରହିଛନ୍ତି । 

ମହାଶିବରାତ୍ରି ପାଇଁ ଆଠଗଡର ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ବର ପୀଠ ଚଳଚଞ୍ଚଳ । ଭୋର ୪ଟାରେ ମନ୍ଦିର ପହୁଡ଼ ଖୋଲାଯାଇ ଶ୍ରୀ ଧବଳେଶ୍ବର ଦେବଙ୍କ ମଙ୍ଗଳଆଳତି,ରୋଷ ହୋମ,ତଡ଼ପଲାଗି ସମ୍ପନ୍ନ ହୋଇଛି । ଏହା ପରେ ଶ୍ରଦ୍ଧାଳୁ ଭକ୍ତମାନେ ଧାଡିରେ ଆସି ବାବାଙ୍କୁ ଦର୍ଶନ କରୁଛନ୍ତି । ପ୍ରଶାସନ ଓ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ରାତି ଗୋଟାଏରୁ ସାଢେ ଗୋଟାଏ ମଧ୍ୟରେ ଧବଳେଶ୍ବରଙ୍କ ମହାଦୀପ ଉଠିବ ବୋଲି ନୀତି ନିର୍ଘଣ୍ଟ ହୋଇଛି ।

   Related Posts