Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ଶିବପ୍ରସାଦ ପରିବାରର ସଙ୍ଗୀନ ଅଭିଯୋଗ: ଶିବପ୍ରସାଦ ନିର୍ଦ୍ଦୋଷ, ତାଙ୍କୁ ଫସାଇ ଦିଆଯାଇଛି, ବୈଜୟନ୍ତ ଓ ଜଗିଙ୍କୁ ଆଇନ ପରିସରଭୁକ୍ତ କରାଯାଉ

13/11/2020 at 8:47 PM

ଭୁବନେଶ୍ଵର ୧୩।୧୧:  ସାରୁଅ ଜମି କେଳେଙ୍କାରୀ ମାମଲାରେ ଗୋଟିକ ପରେ ଗୋଟିଏ ମୋହରା ଆଇନ ଜାଲରେ ଛନ୍ଦି ହେବା ପରେ ମୁଖ୍ୟ କାର୍ପଟଦାର୍ ଜଗି-ବୈଜୟନ୍ତଙ୍କ ମୁଖା ଖୋଲିବାରେ ଲାଗିଛନ୍ତି । କେମିତି ଜଣେ ଅନୁସୂଚିତ ଜାତିର ଡ୍ରାଇଭରଙ୍କ ମାଧ୍ୟମରେ ଚଞ୍ଚକତା କରି ଓଟିଭି ଏବଂ ଓଡ଼ିଶା ଇନ୍‌ଫ୍ରାଟେକ୍  ଦଳିତ ଆଦିବାସୀଙ୍କ ଜମି ହଡ଼ପ କରିଛି ତାର ପ୍ରମାଣ ସାମ୍ନାକୁ ଆସିବାରେ ଲାଗିଛି । ଓଟିଭିର ପୂର୍ବତନ ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କ  ଶାଳକ ଏବଂ ପୂର୍ବତନ ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କ ପରେ ମୁହଁ ଖୋଲିଛନ୍ତି ପୂର୍ବତନ କର୍ମଚାରୀ ଶିବପ୍ରସାଦ ଶ୍ରୀଚନ୍ଦନଙ୍କ ଭଉଣୀ ଓ ପତ୍ନୀ ।

ଶିବପ୍ରସାଦ ଶ୍ରୀଚନ୍ଦନଙ୍କ ପତ୍ନୀ ଓ ଭଉଣୀଙ୍କ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ  ଜଗି ଓ ବୈଜୟନ୍ତ ପଣ୍ଡା ଶିବପ୍ରସାଦଙ୍କୁ ଫସାଇ ଦେଇଛନ୍ତି। ଶିବ ପ୍ରସାଦଙ୍କ ପତ୍ନୀ କହିଛନ୍ତି ଯେ, ମୋ ସ୍ଵାମୀ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ, ଅସୁସ୍ଥ ଅଛନ୍ତି।  ୨୦ ହଜାର ଟଙ୍କା ପାଇଁ ତାଙ୍କୁ ଫସାଯାଇଛି । ଉପର ଅଫିସର ଯାହା କହିଛନ୍ତି  ସେ ସେହି ଅନୁସାରେ କାମ କରିଛନ୍ତି। ଯିଏ ଦୋଷୀ ତାକୁ ଦଣ୍ଡ ମିଳୁ। ବୈଜୟନ୍ତ ଓ ଜଗି ଙ୍କୁ ଆଇନ ପରିସରଭୁକ୍ତ କରିବା ପାଇଁ ଦାବି କଲେ ଶିବପ୍ରସାଦ ଙ୍କ ପତ୍ନୀ।

ଶିବ ପ୍ରସାଦଙ୍କ ଭଉଣୀ କୋହଭରା କଣ୍ଠରେ କହିଛନ୍ତି ଯେ, ୩୦ ତାରିଖଠୁ ଭାଇଙ୍କୁ ଗିରଫ କରାଯାଇଛି। ସେହି ଦିନଠୁ ଆମ ଘରେ ଚୁଲି ଜଳିନି। ସାମାନ୍ୟ ୨୦ ହଜାର ଟଙ୍କା ପାଇଁ ବୋଲି ମୋ ଭାଇଙ୍କୁ ଫସାଇ ଦିଆଯାଇଛି। ମୋ ଭାଇଙ୍କୁ ନ୍ୟାୟ ଦରକାର। ବୈଜୟନ୍ତ ହୁଅନ୍ତୁ କି ଜଗି ପଣ୍ଡା ହୁଅନ୍ତୁ ସେମାନେ ଆଜି ଖୋଲା ବୁଲୁଥିବା ବେଳେ କିଛି ଭୁଲ ନକରି କି ମୋ ଭାଇ କାହିଁକି ଜେଲ୍‌ରେ ସଢୁଛି। ସରକାରଙ୍କୁ ଅନୁରୋଧ କରୁଛି ମୋ ଭାଇଙ୍କୁ ନ୍ୟାୟ ମିଳୁ ଏବଂ ପ୍ରକୃତ ଦୋଷୀଙ୍କୁ ଦଣ୍ଡ ମିଳୁ  ବୋଲି ଶିବପ୍ରସାଦଙ୍କ ଭଉଣୀ କହିଛନ୍ତି।

   Related Posts