Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ନୂଆ ଟ୍ରେଣ୍ଡ: ବ୍ରାଇଡାଲ ଲୁକ୍‌ରେ ଅଭିନେତ୍ରୀ ଶିବାଙ୍ଗୀ ଯୋଶି ନାୟରା

19/09/2019 at 10:33 AM

ମୁମ୍ବାଇ୧୮|୯: ବର୍ଷା ଋତୁରେ ଆକାଶ ମେଘାଚ୍ଛନ୍ନ ରହିଲେ ବି ପରିବେଶ ପରିଷ୍କାର ଥାଏ । ହେଲେ ଚତୁର୍ଦିଗ ସବୁଜିମାରେ ଭର୍ତ୍ତି ହୋଇଯାଇଥାଏ । ପ୍ରକୃତିର ଏଇ କଣ୍ଟ୍ରାଷ୍ଟକୁ ନିଜ ପୋଷାକରେ ପ୍ରତିଫଳିତ କରିବାକୁ ଚେଷ୍ଟା କରିଛନ୍ତି ଛୋଟ ପରଦାର ଅଭିନେତ୍ରୀ ଶିବାଙ୍ଗୀ । ରୂପରେ କୌଣସି ପରୀଠୁ କମ ଦେଖାଯାଆନ୍ତି ନାହିଁ।

ସାଧାରଣତଃ ବିବାହ ଉତ୍ସବରେ ସମସ୍ତେ ଲେହେଙ୍ଗା ପିନ୍ଧିବାକୁ ପସନ୍ଦ କରନ୍ତି । କିନ୍ତୁ ଶିବାଙ୍ଗୀ ପରିଧାନ କରିଥିବା ଏହି ଲେହେଙ୍ଗାର ଡିଜାଇନକୁ ଅତି ଚତୁରତାର ସହ କରାଯାଇଛି । ଏହାର ଘେରରେ ହାଲକା ଷ୍ଟିଚ୍‌ ରହିଛି । ପଳରେ ଘେରରେ ସୁନ୍ଦର କୁଞ୍ଚ ସୃଷ୍ଟି ହେଉଛି । ଏବେ ଶିବାଙ୍ଗୀଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ସେ ବ୍ରାଇଡାଲ ଲୁକ୍‌ରେ ନଜର ଆସିଛନ୍ତି।

ଲେହେଙ୍ଗା ଉତ୍ତର ଓ ଦକ୍ଷିଣ ଭାରତୀୟ ପରିଧାନ ପରଂପରା ହୋଇଥିଲେ ମଧ୍ୟ ଏବେ ବିବାହ ଉତ୍ସବ ଏବଂ ପର୍ବ ପର୍ବାଣୀରେ ସମଗ୍ର ଦେଶରେ ଏହାକୁ ପରିଧାନ କରାଯାଇଛି । ଏବେ ଭାରତୀୟ ଲେହେଙ୍ଗା ଶୈଳୀ ସହ ପାଶ୍ଚାତ୍ୟ ଗାଉନର ବ୍ଲେଣ୍ଡିଂରେ ନୂଆ ନୂଆ ଡିଜାଇନ ବଜାରକୁ ଆସୁଛି ।  

ଟିଭି ସିରିଏଲ ୟେ ରିସ୍ତା କ୍ୟା କେହଲାତା ହୈର ଅଭିନେତ୍ରୀ ଶିବାଙ୍ଗୀ ଯୋଶି ନାୟରା ଭୂମିକାରେ ଅଭିନୟ କରନ୍ତି। ଅସଲୀ ନାଁଠୁ କମ ସେ ନାୟରା ନାଁରେ ଅଧିକ ପରିଚିତା।ଶିବାଙ୍ଗୀଙ୍କ ବ୍ରାଇଡାଲ ଲୁକ୍‌ ଏବେ ସାମ୍ନାକୁ ଆସିଛି । ଏହା ନ୍ୟୁ ଟ୍ରେଣ୍ଡ ବୋଲି କୁହାଯାଉଛି । ବିଶେଷ କରି  ବର୍ଷା ଋତୁର ଏହା ବ୍ରାଇଡାଲ ଫ୍ୟାଶନ ବୋଲି ବିବେଚନା କରାଯାଉଛି ।

ଶିବାଙ୍ଗୀଙ୍କ ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ଦିଲରେ ରାଜ କରନ୍ତି। ଏହି ସିରିଏଲ ବର୍ଷ ବର୍ଷ ଧରି ଚାଲିଛି। ହେଲେ ତଥାପି ଲୋକେ ଏହି ଧାରାବାହିକ ଦେଖିବା ବହୁତ ପସନ୍ଦ କରନ୍ତି। ଏହି ସିରିଏଲରେ ନାୟରାଙ୍କ ବିପକ୍ଷରେ ମହସିନ ଖାନ ଅଭିନୟ କରନ୍ତି।

ମହସିନ ଧାରାବାହିକରେ କାର୍ତ୍ତୀକ ଭୂମିକାରେ ନଜର ଆସନ୍ତି। ଉଭୟଙ୍କ କେମେଷ୍ଟ୍ରି ଦର୍ଶକ ଖୁବ ପସନ୍ଦ କରନ୍ତି। ଅଧିକାଂଶ ସମୟରେ ଶୀବାଙ୍ଗୀଙ୍କ ସୁନ୍ଦର ଫଟୋ ଭାଇରାଲ ହେଉଥାଏ।

ଶିବାଙ୍ଗୀ ପ୍ରତି ଆଉଟ୍‌ଫିଟ୍‌ରେ କମାଲ ଲାଗନ୍ତି। ଶିବାଙ୍ଗୀଙ୍କ ପରିଧାନ ଶୈଳୀ ଯୋଗୁଁ ତାଙ୍କ ଲୁକ୍‌ରେ ଚମକ ଆସେ। ଶାଢୀ ହେଉ ବା ହଟ୍‌ ପ୍ୟାଣ୍ଟ ସେ ସବୁଥିରେ ବହୁତ ସୁନ୍ଦର ଲାଗନ୍ତି। ତାଙ୍କ ସୌନ୍ଦର୍ଯ୍ୟର ଚର୍ଚ୍ଚା ଯେତେ କଲେ ମଧ୍ୟ କମ ହେବ।

ଲେହେଙ୍ଗାର ରଂଗ ତାଙ୍କୁ ବେଶ ମାନୁଥିଲା। ଲେହେଙ୍ଗାଟି ଘିଅ ଓ ସବୁଜ ରଂଗର ମିଶ୍ରଣ ଥିଲା। ଶିବାଙ୍ଗୀଙ୍କ କ୍ୟୁଟ୍‌ ଅନ୍ଦାଜ ଏହି ଫଟୋରେ ଦେଖିବାକୁ ମିଳିଛି।

 

   Related Posts