ଦେଶ ପାଇଁ ଗର୍ବ - ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍,ଶିବାଙ୍ଗୀ ସ୍ୱରୂପ

Published By : Prameya-News7 Bureau | December 02, 2019 IST

ନୂଆଦିଲ୍ଲୀ ୦୨।୧୨ -  ଯେତେବେଳେ ଦେଶ ଏକ ଝିଅର ହତ୍ୟାକୁ ନେଇ ସ୍ତବ୍ଧ ହୋଇଯାଇଛି ସେତିକି ବେଳେ ଦେଶ ପାଇଁ ଗର୍ବ ହୋଇଛନ୍ତି ଆଉ ଜଣେ ଝିଅ। ସେ ଝିଅ ଅଛନ୍ତି ବିହାରର ଶିବାଙ୍ଗି। ଆଉ ଯେତେବେଳେ କେରଳର କୋଚିର ଏକ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଥିଲା ସେତେବେଳେ ପୁରା ଦେଶ ତାଙ୍କ ପାଇଁ ଗର୍ବ ଅନୁଭବ କରୁଥିଲା।

ଭାରତୀୟ ନୌସେନାରେ ପ୍ରଥମ ମହିଳା ପାଇଲଟ୍। ଶିବାଙ୍ଗୀ ସ୍ବରୂପ । ସଫେଦ ୟୁନିଫର୍ମରେ ଆଜି ଦେଶର ପ୍ରଥମ ମହିଳା ପାଇଲଟ ଭାବେ ଯୋଗ ଦେଲେ । ଗତବର୍ଷ ସେ ନୌସେନାରେ ଯୋଗ ଦେଇଥିଲେ। ନିଜର ପ୍ରାଥମିକ ଟ୍ରେନିଂ ପରେ ଏବେ ସେ କେରଳର କୋଚିରେ ସଦର୍ଣ୍ଣ ନାଭାଲ କମାଣ୍ଡରେ ଅତ୍ୟାବଶ୍ୟକ ପ୍ରଶିକ୍ଷଣ ନେଉଛନ୍ତି । କୋଚିରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯେତେବେଳେ ତାଙ୍କୁ ପାଇଲଟ ଭାବେ ସ୍ବାଗତ କରାଯାଉଥିଲା ସେତେବେଳେ ପୂରା ପରିବାର କାହିଁକି ନୌସେନା ଓ ପୂରା ଦେଶ ତାଙ୍କ ପାଇଁ ଗର୍ବ ଅନୁଭବ କରୁଥିଲା।

ଭିଓ ବିହାରର ମୁଜାଫରପୁରର ବାସିନ୍ଦା ଶିବାଙ୍ଗୀ ଫିକ୍ସଡ୍-ୱିଙ୍ଗ ଡାର୍ନିୟର ସର୍ବିଲାନ୍ସ ବିମାନ ଉଡାଇବେ। ଏହି ବିମାନକୁ କମ୍  ଦୂରତାରେ ସାମୁଦ୍ରିକ ଅଭିଯାନରେ ପଠାଯିବ। ଏଥିରେ ଅତ୍ୟାଧୁନିକ ସର୍ଭିଲାନ୍ସ, ରାଡାର, ନେଟୱର୍କିଂ ଏବଂ ଇଲେକଟ୍ରୋନିକ୍ ସେନସର ଲଗାଯାଇଛି। ଆଉ ଦେଶର ଏକ ନୂଆ ଚ୍ୟାଲେଞ୍ଜକୁ ସାକାର କରିବାରେ ମହିଳାମାନେ ଯେ ପଛରେ ନାହାନ୍ତି ତାହା ପ୍ରମାଣ କରିଛନ୍ତି ଶିବାଙ୍ଗୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.