Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ତେଜ୍‌ ପ୍ରତାପ ଯାଦବ RJDରୁ ବହିଷ୍କୃତ ! ଗଢି ସାରିଛନ୍ତି ଅଲଗା ସଂଗଠନ : ଦଳୀୟ ଉପାଧ୍ୟକ୍ଷଙ୍କ ବିସ୍ଫୋରକ ବୟାନ

6/10/2021 at 8:53 PM

ହାଜୀପୁର ୦୬/୧୦ : ରାଷ୍ଟ୍ରୀୟ ଜନତା ଦଳ (RJD)ରେ ଏବେ ଦଳୀୟ କନ୍ଦଳ ତୀବ୍ର ହେବାରେ ଲାଗିଛି । ଘର କଳି ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଦଳ ମଧ୍ୟରେ ଅନ୍ତଃକନ୍ଦଳ ଏବେ ପାର୍ଟି ପାଇଁ କାଳ ହେବାକୁ ବସିଲାଣି । ଏହାରି ମଧ୍ୟରେ ବିସ୍ଫୋରକ ବୟାନ ଦେଇଛନ୍ତି ଦଳର ପରିଷ୍ଠ ନେତା ଶିବାନନ୍ଦ ତିଓ୍ବାରୀ । ଲାଲୁ ନନ୍ଦନ ତେଜ୍‌ ପ୍ରତାପ କାଳେ ରାଷ୍ଟ୍ରୀୟ ଜନତା ଦଳ (RJD) ନାହାନ୍ତି ।

ଶିବାନନ୍ଦ ତିଓ୍ବାରୀ ଦମ୍ଭୋକ୍ତିର ସହ କହିଛନ୍ତି, ତେଜ ପ୍ରତାପ ଯାଦବ ରାଷ୍ଟ୍ରୀୟ ଜନତା ଦଳ (RJD)ରେ ନହାନ୍ତି । ସେ ଦଳରୁ ବହିସ୍କୃତ ହୋଇସାରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ତେଜ ପ୍ରତାପ ଯାଦବଙ୍କୁ ଦଳର ନିର୍ବାଚନୀ ଚିହ୍ନ ଲଣ୍ଠନ ଚିହ୍ନ ମଧ୍ୟ ବ୍ୟବହାର କରିବା ପାଇଁ ଅନୁମତି ନାହିଁ ।

Shivanand Tiwari working to help weak BJP-JD(U) govt': Congress slams RJD  leader who targeted Rahul | Bihar Assembly Elections 2020 Election News -  Times of India

ଦଳ ମଧ୍ୟରେ ତେଜସ୍ବୀ ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କ ମଧ୍ୟରେ ଚାଲିଥିବା ଘମାସନକୁ ନେଇ ଏବେ ବିହାର​‌ରେ ଚର୍ଚ୍ଚା ଜୋର ଧରିଛି । ଦୁଇ ଭାଇଙ୍କ ମଧ୍ୟରେ ବିବାଦକୁ ନେଇ ଶିବାନନ୍ଦ ତିଓ୍ବାରୀ କହିଛନ୍ତି, ତେଜ୍ ପ୍ରତାପ ଯାଦବଙ୍କୁ ଦଳରୁ ବାହାର ରାସ୍ତା ଦେଖାଇ ଦିଆଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ, ଦଳର ନିର୍ବାଚନୀ ଚିହ୍ନ ମଧ୍ୟ ବ୍ୟବହାର କରିପାରିବେନି ତେଜ୍‌ ପ୍ରତାପ । ଅର୍ଥାତ ଲାଲୁ ଯାଦବଙ୍କ ପରେ ଏବେ ଦଳର ସମସ୍ତ କାର୍ଯ୍ୟଭାର ତେଜସ୍ବୀ ଯାଦବଙ୍କ ଉପରେ ନ୍ୟସ୍ତ ହୋଇଛି ।

ରାଷ୍ଟ୍ରୀୟ ଜନତା ଦଳ (RJD)ର ଉପାଧ୍ୟକ୍ଷ ଥିବା ଶିବାନନ୍ଦ ତିଓ୍ବାରୀଙ୍କ ଏଭଳି ବୟାନକୁ ନେଇ ବିହାର​‌ରେ ରାଜନୈତିକ ଉଷ୍ମତା ବୃଦ୍ଧିପାଇବାରେ ଲାଗିଛି । କାରଣ ତେଜ୍‌ ପ୍ରତାପ ନୂଆ ସଂଗଠନ ତିଆରି କରିଥିବା ଚର୍ଚ୍ଚା ହେଉଛି । ସେ ପାର୍ଟିରେ ନାହାନ୍ତି ତେଣୁ ତାଙ୍କୁ ବହିଷ୍କୃତ କରିବା ଆବଶ୍ୟକ ନାହିଁ । ସେ ନିଜେ ନିଜେ ହିଁ ଦଳକୁ ବାହାରି ଯାଇଛନ୍ତି । ସେ ଯେଉଁ ସଂଗଠନ ତିଆରି କରିଛନ୍ତି ସେଥିରେ ଦଳର ନିର୍ବାଚନୀ ଚିହ୍ନ ଥିବାରୁ ଦଳ ତାଙ୍କୁ ଚିହ୍ନ ବ୍ୟବହାର ନକରିବା ପାଇଁ ସଫାସଫା କହିଦେଇଛି ।

   Related Posts