ମହାରାଷ୍ଟ୍ର ମହାମେଣ୍ଟକୁ ପ୍ରଥମ ଝଟକା, ଉଦ୍ଧବଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ଶିବସେନାର ଅବଦୁଲ ସତ୍ତାର

Published By : Prameya-News7 Bureau | January 04, 2020 IST

ମୁମ୍ବାଇ ୪.୧- ଶିବସେନା ସୁପ୍ରିମୋ ଉଦ୍ଧବ ଥାକରେ ମୁଖ୍ୟମନ୍ତ୍ରୀ , କିନ୍ତୁ ତାଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଶିବସେନା ମନ୍ତ୍ରୀ । ଶିବସେନା ବିଧା.କ ଅବଦୁଲ ସତ୍ତାର ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାରାରୁ ଇସ୍ତଫା ଦେଇଛନ୍ତି । ବିଭାଗ ବଣ୍ଟନ ନେଇ ଅସନ୍ତୋଷ ପ୍ରକାଶ କରି ସେ , ମନ୍ତ୍ରୀ ହେବାର ମାତ୍ର ୫ ଦିନ ପରେ ପଦ ଛାଡିଛନ୍ତି । ଶିବସେନା- ଏନସିପି ଏବଂ କଂଗ୍ରେସକୁ ନେଇ ଗଠିତ ମହାମେଣ୍ଟ ଲାଗି ଏହା ପ୍ରଥମ ବଡ ଝଟକା ହୋଇଥିବା ବେଳେ ଏନେଇ  ମହାରାଷ୍ଟ୍ର ରାଜନୀତି ଉଷ୍ମ  ହୋଇଛି ।

ସିଲୋଦା ଆସନରୁ ତିନିଥର ବିଧାୟକ ଅବଦୁଲ୍ ସତ୍ତାର, ୨୦୧୯ ବିଦାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଇସ୍ତାଫା ଦେଇ ଶିବସେନାରେ ମିଶିଥିଲେ । ନିର୍ବାଚନରେ ପୁଣି ବିଜୟ ପରେ ମହା ବିକାଶ ଅଘାଡି ସରକାରରେ ତାଙ୍କୁ ସାମିଲ କରିଥିଲେ ଉଦ୍ଧବ ଥାକରେ ।ଣହା ବିକାଶ ଅଘାଡି ସରକାରରେ ସାମିଲ ୪ ମୁସଲିମ୍ ବିଧାୟକଙ୍କ ମଧ୍ୟରେ ସତ୍ତାର ଅନ୍ୟତମ ।ଡିସେମ୍ବର ୩୦ ତାରିଖରେ ସେ  ମନ୍ତ୍ରୀ ଭାବେ ଶପଥ ନେଇଥିଲେ  । କିନ୍ତୁ ଅନ୍ୟ  ତିନି ମୁସଲିମ ବିଧାୟକ କ୍ୟାବିନେଟ ପାହ୍ୟା ପାଇଥିବା ବେଳେ  ସତ୍ତାରଙ୍କୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ମିଳିଥିଲା । କିନ୍ତୁ ସେ ନେଇ ସେ ଖୁସି ନଥିଲେ । ସେହି କାରଣରୁ ଆଜି ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଜଣାଯାଇଛି ।

 ତେବେ ଅବଦୁଲ ସତ୍ତାର ମନ୍ତ୍ରୀ ଭାବେ ଶପଥ ନେବା ପରେ ଏନେଇ ଉଦ୍ଧବ ଥାକରେଙ୍କୁ ପ୍ରଶ୍ନ କରିଥିଲେ ବିଜେପି ନେତା କିର୍ତ୍ତୀ ସୋମାୟା ।ସତ୍ତାରଙ୍କ ଦାଉଦ ଇବ୍ରାହୀମ ଲିଙ୍କ୍‌ ନେଇ ଖୋଗ ବାଲା ସାହେବ ଥାକରେ ଅଭିଯୋଗ କରିଥିବା ମନେପକାଇ  ଶିବସେନା ନେତୃତ୍ୱକୁ ସମାଲୋଚନା କରିଥିଲେ ବିଜେପି ନେତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.