ମହାରାଷ୍ଟ୍ର କସରତ: ଶରଦ ପାଓ୍ବାରଙ୍କ ନୂଆ ଫର୍ମୁଲା ଜାଣନ୍ତୁ କଣ

Published By : Prameya-News7 Bureau | November 15, 2019 IST

ମହାରାଷ୍ଟ୍ର ୧୫।୧୧ : ମହାରାଷ୍ଟ୍ରରେ ସରକାର ଗଢିବାକୁ ଦାବି କରିବେ କଂଗ୍ରେସ, ଏନସିପି ଓ ଶିବସେନା ମେଣ୍ଟ । ତିନିଦଳ ଭିତରେ ଲମ୍ବା ଆଲୋଚନା ପରେ ସରକାର ଗଢିବା ନେଇ ଫର୍ମୁଲା ବାହାରିଛି । ଏହି ଅନୁଯାୟୀ ୫ବର୍ଷ ପାଇଁ ଶିବସେନାର ମୁଖ୍ୟମନ୍ତ୍ରୀ ରହିବେ । ଉଭୟ କଂଗ୍ରେସ ଏବଂ ଏନସିପିର ଜଣେ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ରହିବେ । ୪୦ଜଣିଆ ମନ୍ତ୍ରୀମଣ୍ଡଳରେ ଶିବସେନାର ୧୪, ଏନସିପିର ୧୪ ଏବଂ କଂଗ୍ରେସର ୧୨ମନ୍ତ୍ରୀ ରହିବେ । ୪୦ପଏଣ୍ଟ ବିଶିଷ୍ଟ କମନ୍ ମିନିମମ୍ କାର୍ଯ୍ୟକ୍ରମ ଅନୁଯାୟୀ ସରକାର ଚାଲିବ ।

{"id":184503,"sizeSlug":"large"}

କଂଗ୍ରେସ ଖାତାକୁ ବାଚସ୍ପତି ପଦ ଏବଂ ଶିବସେନା ଖାତାକୁ ଉପବାଚସ୍ପତି ଯାଇପାରେ । ସେହିପରି ବିଧାନ ପରିଷଦ ଅଧ୍ୟକ୍ଷ ପଦ ଯାଇପାରେ ଏନସିପି ଖାତାକୁ । ମହାରାଷ୍ଟ୍ର ଜନତାଙ୍କ ପାଇଁ ମିଳିମିଶି କାମ କରିବାକୁ ତିନିଦଳ ଏକମତ ହୋଇଛନ୍ତି । ମୁସଲିମ୍ ଙ୍କୁ ୫% ସଂରକ୍ଷଣ ଏବଂ ବୀର ସାବରକରଙ୍କୁ  ଭାରତରତ୍ନ  ପ୍ରଦାନ ନେଇ ସହମତି ପ୍ରକାଶ ପାଇଛି । ସରକାର ଗଢିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ଏବଂ ମହାରାଷ୍ଟ୍ରରେ ୫ବର୍ଷ ଧରି ସରକାର ଚାଲିବ ବୋଲି ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ।

{"id":184504,"width":575,"height":378,"sizeSlug":"large"}

ଆସନ୍ତାକାଲି ଏନସିପି, କଂଗ୍ରେସ ଏବଂ ଶିବସେନା ନେତା ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତିନିଦଳ ରାଜ୍ୟପାଳଙ୍କୁ ଭେଟିଲେ ମଧ୍ୟ ସରକାର ଗଠନ ନେଇ ଦାବି କରାଯିବନି । ଶିବସେନା ସଂସ୍ଥାପକ ବାଲାସାହେବ ଠାକରେଙ୍କ  ପୁଣ୍ୟତିଥି ନଭେମ୍ବର ୧୭ତାରିଖରେ କିଛି ବଡ ଘୋଷଣା କରାଯାଇପାରେ ବୋଲି ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.