ଉଦ୍ଧବଙ୍କ ହୁଙ୍କାର- ଭାରତ ମଜବୁର ନୁହେଁ ମଜବୁତ, ଆଖି କାଢି ହାତରେ ଧରାଇବାର କ୍ଷମତା ରଖିଛନ୍ତି ସରକାର

Published By : Prameya-News7 Bureau | June 19, 2020 IST

ମୁମ୍ଵାଇ ୧୯।୦୬: ଚୀନ ସହିତ ସୀମା ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସର୍ବଦଳୀୟ ବୈଠକ ଡକାଇଛନ୍ତି। ବୈଠକରେ ଶିବସେନା ପ୍ରମୁଖ ତଥା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧର ଠାକରେ କହିଛନ୍ତି ଆମେ ସବୁ ଏକାଠି ଅଛୁ ଏବଂ ପ୍ରଧାନମନ୍ତ୍ରୀ ଓ ସେନାଙ୍କ ସହିତ ଅଛୁ। ଭାରତ ମଜବୁର ନାହିଁ ମଜବୁତ ଅଛି। ଉଦ୍ଧବ ମୋଦୀ ସରକାରଙ୍କ ପ୍ରତି ଭରସା ପ୍ରକାଶ କରି କହିଛନ୍ତି ଯେ, ଆମର ସରକାର ଆଖି କାଢି ହାତରେ ଧରାଇବାର କ୍ଷମତା ରଖିଛନ୍ତି।

ଶିବସେନା ପ୍ରମୁଖ କହିଛନ୍ତି ଆମେ ସମସ୍ତେ ଏକ ଅଛୁ। ଆମେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ସହିତ ଦୃଢ ଭାବେ ଅଛୁ। ଆମେ ନିଜ ଦେଶର ସେନା ଏବଂ ସେମାନଙ୍କ ପରିବାର ସହିତ ଅଛୁ। ଭାରତ ଶାନ୍ତି ଚାହେଁ, ଏହାର ଅର୍ଥ ଏହା ନୁହେଁ ଯେ, ଆମେ ଦୁର୍ବଳ। ସେ କହିଛନ୍ତି ଚୀନ ସର୍ବଦା ଧୋକାବାଜି କରି ଆସିଛି। ଭାରତ ମଜବୁତ, ମଜବୁର ନୁହେଁ। ଆମ ସରକାର ଆଖି କାଢି ହାତରେ ଦେବାର କ୍ଷମତା ରଖିଛନ୍ତି।

ଅକାଳି ଦଳର ସୁଖବୀର ସିଂହ ବାଦଲ କହିଛନ୍ତି, ପ୍ରସଙ୍ଗକୁ କେମିତି ସଞ୍ଚାଳନ କରାଯାଉଛି ଏହା ଉପରେ ପ୍ରଶ୍ନ ଉଠାଇବାର ସମୟ ନାହିଁ। ଦେଶ ପ୍ରଧାନମନ୍ତ୍ରୀଙ୍କ ସହିତ ଅଛି। ଆମେ ଚୀନକୁ ସନ୍ଦେଶ ଦେବା ଉଚିତ୍ ଯେ, ଆମେ ପ୍ରଧାନମନ୍ତ୍ରୀଙ୍କ ସହିତୁ ରହିଛୁ। ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ କହିଛନ୍ତି, ଦେଶ ଏକ ଅଛି। ପାକିସ୍ତାନ ଓ ଚୀନର ଉଦ୍ଦେଶ୍ୟ ଠିକ୍ ନୁହେଁ। ଭାରତ ଚୀନର ଡପିଂ ଗ୍ରାଉଣ୍ଡ ହୋଇ ରହିବ ନାହିଁ। ଚୀନୀ ସାମଗ୍ରୀ ଉପରେ ୩୦୦ ପ୍ରତିଶତ ଟିକସ୍ ଲଗାଯାଉ।

ଓ୍ଵାଇଏସଆରସିପିର ଜଗନ ମୋହନ ରେଡ୍ଡୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ, ଭାରତର ସମ୍ମାନ ଦୁନିଆରେ ବଢିଛି। ପୂରା ଦୁନିଆରେ ଭାରତ ମହତ୍ଵପୂର୍ଣ୍ଣ ରଣନୈତିକ ସମ୍ବନ୍ଧ ରଖିଛି। ପ୍ରଧାନମନ୍ତ୍ରୀ ଆମର ଶକ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.