ଉପବାଚସ୍ପତି ରେସ୍‌ରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ରାସ୍ତାରେ ଶିବସେନା !

Published By : Prameya-News7 Bureau | June 06, 2019 IST

ନୂଆଦିଲ୍ଲୀ ୬|୬: କିଏ ହେବ ଲୋକସଭାର ଉପ-ବାଚସ୍ପତି ତାକୁ ନେଇ ସସପେନ୍ସ ବଢି ବଢି ଚାଲିଛି । ବିଜେଡି ପକେଟକୁ ଏହି ପୋଷ୍ଟ ଯିବା ନେଇ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଥିବା ବେଳେ, ଏବେ ଏହି ଘଟଣାରେ ଟ୍ବିଷ୍ଟ ଆସିଛି । ହଠାତ୍ ଏନଡିଏ ସହଯୋଗୀ ଶିବସେନା ଲୋକସଭାର ଡେପୁଟି ସ୍ପିକର ପଦ ପାଇଁ ଲବି ଆରମ୍ଭ କରିଛି ।

ବାଜପେୟୀ ସରକାରରେ ଶିବସେନା ପାଖରେ ରହିଥିଲା ବାଚସ୍ପତି ଚୌକି । ମନୋହର ଯୋଶୀ ସେ ସମୟରେ ହୋଇଥିଲେ ବାଚସ୍ପତି । ତେଣୁ ଶିବସେନାର ଡିମାଣ୍ଡ ପରେ ବିଜେଡି ପାଖକୁ ଉପବାଚସ୍ପତି ପଦବୀ ଆସିବ ନା ନାହିଁ ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପୂର୍ବରୁ ବିଜେଡିର ଭର୍ତ୍ତୃହରି ମହତାବଙ୍କୁ ଉପବାଚସ୍ପତି କରିବା ଲାଗି ବିଚାର ବିମର୍ଶ ଚାଲିଥିଲା। ଗୋଟିଏ ପଟେ ବିଜେଡି ଏନେଇ ପ୍ରତିକ୍ରିୟା ରଖିନଥିବା ବେଳ ସେପଟେ ଶିବସେନାର ଦାବି ପରେ ଏହାକୁ ନେଇ ପୁଣି ଜୋର ଧରିଛି ଚର୍ଚ୍ଚା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.