ହୋଟେଲ ଗ୍ରାଣ୍ଡ ହୟାତରେ ଏନସିପି, କଂଗ୍ରେସ ଓ ଶିବସେନାର ଶକ୍ତି ପ୍ରଦର୍ଶନ, ରାଜଭବନ ପୂର୍ବରୁ ହୋଟେଲରେ ଶପଥପାଠ କଲେ ବିଧାୟକ

Published By : Prameya-News7 Bureau | November 25, 2019 IST

ମୁମ୍ବାଇ ୨୫।୧୧:  ମହାରାଷ୍ଟ୍ର ରାଜନୀତିରେ ଉଠାପକା ଏବେବି ଜାରି ରହିଛି। ବିଜେପିକୁ ଏନସିପ ବିଧାୟକଦଳ ନେତା(ପୂର୍ବତନ) ଅଜିତ ପାୱାରଙ୍କ ସମର୍ଥନ ପରେ ରାଜ୍ୟ ରାଜନୀତିରେ ଝଡ ଉଠିଥିବା ବେଳେ ସୋମବାର ସନ୍ଧ୍ୟାରେ କଂଗ୍ରେସ, ଏନସିପି ଓ ଶିବସେନା ମୁମ୍ବାଇର ଏକ ହୋଟେଲରେ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି। ହୋଟେଲ ହୟାତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩ ଦଳର ବିଧାୟକମାନେ ଗଣମାଧ୍ୟମ ଆଗରେ ପରେଡ କରିଥିବା ବେଳେ ରାଜଭବନ ପୂର୍ବରୁ ଶପଥପାଠ ମଧ୍ୟ କରିଛନ୍ତି।

{"id":189759,"sizeSlug":"large"}

ଶିବସେନା, ଏନସିପି ଓ କଂଗ୍ରେସ ମିସି ରାଜ୍ୟରେ 'ମହାବିକାଶ ଅଗାଢି' (ମେଣ୍ଟ)ଗଠନ କରିଛନ୍ତି। ହେଟେଲରେ ମେଣ୍ଟ ସମର୍ଥନରେ ବିଧାୟକମାନେ ବେଶ ଉତ୍ସାହିତ ଥିବା ଦେଖାଯାଇଛି। ନବନିର୍ବାଚିତ ବିଧାୟକମାନେ 'ଲଙ୍ଗଲିଭ ଅଗାଢି' ବୋଲି ସ୍ଲୋଗାନ ଦେଇ ପରିବେଶକୁ ଉଷ୍ମ କରିଥିଲେ। ଏହି ଅବସରରେ ଏନସିପି ନେତା ଜିତେନ୍ଦ୍ର ଔହଦ ରାଜ ଭବନ ପୂର୍ବରୁ ହୋଟେଲରେ ସମସ୍ତ ବିଧାୟକଙ୍କ ଶପଥପାଠ କାର୍ଯ୍ୟକ୍ରମ ବି କରାଇଛନ୍ତି। 

{"id":189793,"width":579,"height":365,"sizeSlug":"large"}

ଶିବସେନା,ଏନସିପି ଓ କଂଗ୍ରେସର ଏହି କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟି ବିଧାୟକ ଅବୁ ଆଜମୀ ମଧ୍ୟ ଆସି ପହଞ୍ଚି ଛନ୍ତି । ସମାଜବାଦୀ ସୁପ୍ରିମୋ ଅଖିଳେଶ ଯାଦବଙ୍କ ମଞ୍ଜୁରୀ ନେଇ ମେଣ୍ଟକୁ ସେ ସମର୍ଥନ କରିବାକୁ ଆସିଥିବା କହିବା ସହ ଶିବସେନା, ଏନସିପି ଓ କଂଗ୍ରେସ ମେଣ୍ଟକୁ ତାଙ୍କ ଲେଟର ଅଫ ସପୋର୍ଟ ପ୍ରଦାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.