ମହାରାଷ୍ଟ୍ର ରାଜନୀତି : ସରକାର ଗଢିପାରନ୍ତି ଶିବସେନା,ଏନସିପି,କଂଗ୍ରେସ

Published By : Prameya-News7 Bureau | November 15, 2019 IST

ମୁମ୍ବାଇ ୧୫।୧୧: ମହାରାଷ୍ଟ୍ରରେ ପରବର୍ତ୍ତୀ ସରକାର ଗଠନ ପାଇଁ ଶିବସେନା-ଏନସିପି- କଂଗ୍ରେସ ମଧ୍ୟରେ ଏକରକମର ସହମତି ହୋଇଛି । ଏହି ତିନିଦଳର ନେତାଙ୍କର ବସିଥିବା ବୈଠକରେ ସରକାର ଗଠନର ପ୍ରକ୍ରିୟା ନେଇ ଆଲୋଚନା ହୋଇଥିଲା । ଏଥିରେ ମେଣ୍ଟ ପାଇଁ ସର୍ବନିମ୍ନ ସାଧାରଣ କାର୍ଯ୍ୟସୂଚୀକୁ ଚୂଡ଼ାନ୍ତ କରାଯାଇଛି ।

ତେବେ ଶିବସେନାର ହିନ୍ଦୁତ୍ବ ଆଭିମୁଖ୍ୟ ଉପରେ ଏବେବି କଂଗ୍ରେସର ଆପତ୍ତି ରହିଛି । ସେହିପରି କେନ୍ଦ୍ର ସରକାରରେ ଶିବସେନା ଅଂଶୀଦାର ଦଳ ହୋଇଥିବାରୁ ଏହା ଉପରେ ମଧ୍ୟ କଂଗ୍ରେସ ଆପତ୍ତି କରିଛି । ତେଣୁ ଆଗାମୀ ଏନଡିଏ ବୈଠକରେ ଶିବସେନା ଯୋଗ ନଦେଇପାରେ । ସେପଟେ ବିଜେପି ନେତା ନିତୀନ ଗଡକରି କହିଛନ୍ତି କ୍ରିକେଟ ଓ ରାଜନୀତିରେ କିଛି ବି ହୋଇପାରେ । ତେବେ ମହାରାଷ୍ଟ୍ରରେ ଯିଏ ବି ସରକାରା ଗଢୁ କିନ୍ତୁ ସ୍ଥାୟୀ ହେଉ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.