Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ବିଜେପି ନେତାଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନୀ ମକଦ୍ଦମା ଦାଏର କଲେ ମହାରାଷ୍ଟ୍ର ମନ୍ତ୍ରୀ

21/09/2021 at 7:04 PM

ମୁମ୍ବାଇ ୨୧/୦୯: ମହାରାଷ୍ଟ୍ର ମନ୍ତ୍ରୀ ଅନୀଲ ପରବ ମଙ୍ଗଳବାର ବିଜେପି ନେତା କିରିଟ ସୋମୈୟାଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ୧୦୦ କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି। ଅନୀଲ ପରବଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ  ସୋମୈୟାଙ୍କ ବିରୋଧରେ ଏହି ମକଦ୍ଦମା ହୋଇଥିବା ଜଣାପଡ଼ିଛି। କିନ୍ତୁ ଏହା ପୂର୍ବରୁ ପରବ, କିରିଟ ସୋମୈୟାଙ୍କୁ ନୋଟିସ ଜାରି କରି ଳିଖିତ ଭାବେ କ୍ଷମା ମାଗିବା ପାଇଁ ଦାବି କରିଥିଲେ। ଏହା ସହ ଆଗାମୀ ଦିନରେ ତାଙ୍କ ଉପରେ କୌଣସି ପ୍ରକାର ବିବାଦୀୟ ଟିପ୍ପଣୀ ନକରିବା ପାଇଁ ମଧ୍ୟ ପରବ କହିଥିଲେ।

ଏହା ସହ ସେ ଚେତାବନୀ ଦେଇ କହିଥିଲେ, ଯଦି ସୋମୈୟା କ୍ଷମା ନମାଗନ୍ତି ତାଙ୍କ ଉପରେ ୧୦୦ କୋଟି ଟଙ୍କାର ମାନହାନୀ ମକଦ୍ଦମା ହେବ। ହାଇକୋର୍ଟରେ ଦାଏର କରିଥିବା ମକଦ୍ଦମାରେ ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ଅନୀଲ ପରବ ମାନହାନୀ ପାଇଁ ୧୦୦ କୋଟି ଦାବି କରିବା ସହ ଆଗାମୀ ଦିନରେ ତାଙ୍କ ବିରୋଧରେ ଯେମିତି କୌଣସି ପ୍ରକାର ଟିପ୍ପଣୀ ନକରାଯାଏ ସେନେଇ ରୋକ ଲଗାଇବାକୁ ମଧ୍ୟ ଦାବି କରିଛନ୍ତି।

ତେବେ  କିରିଟ ସୋମୈୟା ଅଭିଯୋଗ କରିଥିଲେ ଯେ ଅନୀଲ ପରବ ଅପରାଧିକ ଏବଂ ଦୁର୍ନୀତି ଗତିବିଧିରେ ଲିପ୍ତ ଅଛନ୍ତି। ଏନେଇ ପରବ ଗତ ସପ୍ତାହରେ ନିଜ ଓକିଲ ସୁଷମା ସିଂହଙ୍କ ମାଧ୍ୟମରେ ବିଜେପି ନେତା ସୋମୈୟାଙ୍କୁ ଲିଗାଲ ନୋଟିସ୍‌ ପଠାଇଥିଲେ। ନୋଟିସ୍‌ର ଜବାବ ନମିଳିବାରୁ ହାଇକୋର୍ଟର ଦ୍ବାରସ୍ଥ ହେବାକୁ ପଡ଼ିଲା ବୋଲି ମନ୍ତ୍ରୀ ଅନୀଲ ପରବ କହିଛନ୍ତି ।

   Related Posts