Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ମହାରାଷ୍ଟ୍ର ମହାଭାରତ : ସରକାର ଲାଗି ଶିବସେନାକୁ ସମର୍ଥନ ଦେଲେ ଏନସିପି ଓ କଂଗ୍ରେସ, ରାଜ୍ୟପାଳଙ୍କୁ ଭେଟିଲେ ଆଦିତ୍ୟ ଠାକରେ

11/11/2019 at 7:06 PM

ମୁମ୍ବାଇ ୧୧।୧୧:  ମହାରାଷ୍ଟ୍ରରେ ସରକାର ଗଠନ ଲାଗି ସୋମବାର ଗତିରୋଧ ସମାପ୍ତ ହୋଇଛି। ଶିବସେନାକୁ ସରକାର ଗଠନ ନିମନ୍ତେ ଏନସିପି ଓ କଂଗ୍ରେସ ସମର୍ଥନ କରିଛନ୍ତି। ଏଣୁ ଶିବସେନା ବିଧାୟକ ଦଳ ନେତା ଏକନାଥ ସିନ୍ଦେଙ୍କୁ ନେଇ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଉପସ୍ଥାପନ କରିଛନ୍ତି। ରବିବାର ସନ୍ଧ୍ୟାରେ ରାଜ୍ୟପାଳ ଦ୍ୱିତୀୟ ସଂଖ୍ୟା ଗରିଷ୍ଠ ଦଳ ଭାବେ ଶିବସେନାକୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ। ପ୍ରସ୍ତାବ ଉପରେ ସୋମବାର ସନ୍ଧ୍ୟା ସାଢେ ୭ଟା ସୁଦ୍ଧା ଦଳର ନିଷ୍ପତ୍ତି ଜଣାଇବାକୁ ମଧ୍ୟ ସମୟ ନିର୍ଦ୍ଧାରିତ କରିଥିଲେ।

ତେବେ ଶିବସେନା ନର୍ଦ୍ଧାରିତ ସମୟ ମଧ୍ୟରେ ସରକାର ଗଠନ ନିମନ୍ତେ ସମର୍ଥନ ଯୋଗାଡ କରିବାରେ ସମର୍ଥ ହୋଇଛି। କଂଗ୍ରେସ ଓ ଏନସିପି ସମର୍ଥନର ଚିଠି ଦେବା ପରେ ଆଦିତ୍ୟ ଠାକରେ ରାଜ୍ୟପାଳଙ୍କ ନିକଟରେ ସରକାର ଲାଗି ଦାବି ଉପସ୍ଥାପନ କରିଛନ୍ତି। ଫଳରେ ଉଦ୍ଧବ ଠାକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି।

ରବିବାର ଉଦ୍ଧବ ଶିବସେନା ରାଜ୍ୟକୁ ନୂଆ ମୁଖ୍ୟମନ୍ତ୍ରୀ ଦେବେ ବୋଲି କହିଥିଲେ। ପ୍ରସଙ୍ଗରେ ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ଉଦ୍ଧବ କହିଛନ୍ତି ମାନେ ସେଇଆ ହିଁ ହେବ ବୋଲି ଗଣମାଧ୍ୟମକୁ କହିଥିଲେ। ସମର୍ଥନ ନଥିଲେ ଉଦ୍ଧବ କେବେ ଏଭଳି କଥା କହିନଥାନ୍ତେ ବୋଲି ସଞ୍ଜୟ କହିଥିଲେ।  ତେବେ ଶିବସେନାକୁ ସମର୍ଥନ ନେଇ ସୋମବାର ଦିନ ତମାମ ନୂଆ ଦିଲ୍ଲୀରେ କଂଗ୍ରେସର ବୈଠକ ଜାରିଥିଲା। ଶେଷରେ କଂଗ୍ରେସ ରାଜ୍ୟରେ ସରକାର ଗଠନ ଲାଗି ଶିବସେନାକୁ ସମର୍ଥନ ଦେବ ବୋଲି ସୋନିଆ ଗାନ୍ଧି ଉଦ୍ଧବ ଠାକରେଙ୍କୁ ଫୋନ କରି ସ୍ପଷ୍ଟ କରିଥିଲେ। ଏଣୁ ଆଦିତ୍ୟ ଓ ଏକନାଥ  ରାଜଭବନ ପହଞ୍ଚିଥିବା ବେଳେ ପଛେପଛେ ଉଦ୍ଧବ ମଧ୍ୟ ରାଜଭବନ ଅଭିମୁଖେ ବାହାରିଯାଇଥିବା ଜଣାପଡିଛି। ହୁଏତ ଉଦ୍ଧବ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟି ବହୁମତ ପ୍ରମାଣ ନିମନ୍ତେ ଅଧିକ ୨୪ ଘଣ୍ଟା ମହଲତ ଦେବାକୁ ନିବେଦନ କରିପାରନ୍ତି ବୋଲି ଅନୁମାନ କରାଯାଉଛି।  

   Related Posts