Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ମହାରାଷ୍ଟ୍ରରେ ସରକାର ଗଢିବା ନେଇ ଚାଲିଛି ଅଙ୍କକଷା

1/11/2019 at 5:17 PM

ମୁମ୍ବାଇ ୧|୧୧: ମହାରାଷ୍ଟ୍ରରେ ସରକାର ଗଢିବା ନେଇ ବିଜେପି ଏବଂ ଶିବସେନା ଭିତରେ ତିକ୍ତତା ବଢି ବଢି ଚାଲିଛି । ଏନସିପି ନେତା ଶରଦ ପାୱାରଙ୍କୁ ଭେଟିବା ପରେ ଶିବସେନା ସାଂସଦ ସଞ୍ଜୟ ରାଉତ ଦାବି କରିଛନ୍ତି ଯେ, ଯଦି ଶିବସେନା ଚାହିଁବ ତେବେ ନିଜ ଦମରେ ସରକାର ବନାଇ ପାରିବ । ସେ କହିଛନ୍ତି ଯଦି ଶିବସେନା ସ୍ଥିର କରିବ ତେବେ ତାକୁ ଆବଶ୍ୟକ ସମର୍ଥନ ମିଳିଯିବ ।

ବିଜେପି-ଶିବସେନା ମେଣ୍ଟକୁ ବହୁମତ ମିଳିଛି । ହେଲେ ଏକୁଟିଆ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନି । ସରକାରରେ ଭାଗିଦାରୀ ନେଇ ଉଭୟ ଦଳ ଭିତରେ ସମୀକରଣ ଛିଣ୍ଡିପାରୁନି । ଶିବସେନା ମୁଖ୍ୟମନ୍ତ୍ରୀ ପଦ ଦାବି କରୁଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀ ପଦ ନେଇ ଘୋଷଣା କରି ସାରିଛି ।

 ଅକ୍ଟୋବର ୨୪ରେ ନିର୍ବାଚନ ଫଳାଫଳ ବାହାରି ସାରିଛି ହେଲେ ଏଯାଏଁ ସରକାର ଗଢା ଯାଇପାରିନି । ଶିବସେନା ୫୦-୫୦ ଫର୍ମୁଲାରେ ଅଡି ବସିଛି । ବିଜେପି ଏଭଳି ଦାବି ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ । ଗତକାଲି ସଂଧ୍ୟାରେ ଏନସିପି ମୁଖ୍ୟ ଶରତ ପାୱାରଙ୍କୁ ତାଙ୍କ ବାସବଭନରେ ଭେଟିଥିଲେ ସଞ୍ଜୟ ରାଉତ । ଏହାକୁ ଅଣରାଜନୈତିକ ସାକ୍ଷାତ ବୋଲି ସଞ୍ଜୟ ରାଉତ କହୁଛନ୍ତି ତେବେ ବିଜେପି ଉପରେ ଚାପ ସୃଷ୍ଟି କରିବା ଲାଗି ଏହା ଶିବସେନାର ରଣନୀତି ବୋଲି ମନେ କରାଯାଉଛି ।

ଏପଟେ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ଉଦ୍ଦବ ଠାକରେ ମଧ୍ୟ କଡା ଆଭିମୁଖ୍ୟ ଦେଖାଇଛନ୍ତି । ସେ କହିଛନ୍ତି କେହି ମୁଖ୍ୟମନ୍ତ୍ରୀ ଆସନରେ ଚିରକାଳ ବସି ପାରିବନି । ତେବେ ବର୍ତ୍ତମାନ ଯାହା ସ୍ଥିତି ବିଜେପି-ଶିବସେନା ଏକାଠି ହେଲେ ହିଁ ସରକାର ସମ୍ଭବ ।

   Related Posts