Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଟିଆରପି ସ୍କାମ ମାମଲା: ଫଣ୍ଡିଂ କିଏ କରୁଛି ଏବଂ କିଏ ଚ୍ୟାନେଲକୁ ସୁରକ୍ଷା ଦେଉଛି, ତଦନ୍ତ ଦାବି କଲା ଶିବସେନା

11/10/2020 at 9:33 PM

ମୁମ୍ବାଇ ୧୧।୧୦: ରିପବ୍ଲିକ ଟିଭି ଦ୍ଵାରା ଟିଆରପି ହେରଫେର ମାମଲାରେ ଆର୍ଥିକ ଦିଗ ଏବଂ ଟଙ୍କାର ଅନୁସନ୍ଧାନ କରାଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶିବସେନା ଦାବି କରିଛି। ଶିବସେନାର ମୁଖ୍ୟ ପ୍ରବକ୍ତା ଏବଂ ଶିବସେନାର ମୁଖପତ୍ର ସାମନାର ସଂପାଦକ ସାପ୍ତାହିକ ସ୍ତମ୍ଭରେ ଟିଆରପି ଘୋଟାଲାରେ ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲର ଟିଆରପି ହେରଫେର ମାମଲା ଉଜାଗର ହୋଇଥିବା କହିଛି।

ସଂପାଦକୀୟ ଲେଖା ହୋଇଛି ଯେ, ଟିଆରପିଆ ପାଇବା ପାଇଁ ନିଶ୍ଚିତ ଭାବେ ଅର୍ଥ କାରବାର  ହୋଇଛି ଏବଂ ଏହା ଏକ ନିର୍ଦ୍ଧିଷ୍ଟ ଚ୍ୟାନେଲ ଦ୍ଵାରା କରାଯାଇଛି। ତେଣୁ ଆମକୁ ଟଙ୍କାର ଉତ୍ସ ବିଷୟରେ ଯାଞ୍ଚର ଆବଶ୍ୟକତା ରହିଛି। ଏହି ଚ୍ୟାନେଲକୁ କିଏ ଫଣ୍ଡିଂ କରୁଛି ଏବଂ କିଏ ସୁରକ୍ଷା ଦେଉଛି ଏହାର ତଦନ୍ତ ହେବା ଉଚିତ୍। ଅର୍ଥ କାରବାର ଉପରେ ଯାଞ୍ଚ କରାଯାଉ ବୋଲି ସଞ୍ଜୟ ରାଉତ କହିଛନ୍ତି।

ରାଉତ କହିଛନ୍ତି ସୁଶାନ୍ତ ସିଂହ ରାଜପୁତ ମାମଲାରେ ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସର ଛବି ମଳିନ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ୮୦ ହଜାର ମିଥ୍ୟା ସୋସିଆଲ  ଆକାଉଣ୍ଟ ଖୋଲା ଯାଇଥିଲା। ଅଧିକାଂଶ ସୋସିଆଲ ମିଡିଆ ଆକାଉଣ୍ଟ ଜାପାନ, ଇଣ୍ଡୋନେସିଆ ଓ ତୁର୍କିସ୍ତାନରୁ ଥିଲା। ଏହି ସମାନ ଆକାଉଣ୍ଟ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଛବିକୁ ମଳିନ କରିବାକୁ ଚେଷ୍ଟା କରିଥିଲେ। ଏବେ ଠାକରେ ପରିବାର ଓ ମହାରାଷ୍ଟ୍ର ସରକାରଙ୍କୁ ସେମାନେ ଟାର୍ଗେଟ୍ କରୁଛନ୍ତି।

ସଞ୍ଜୟ ରାଉତ କହିଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିଦେଶ ଟଙ୍କା ବ୍ୟବହାର କରାଯାଇ ମହାରାଷ୍ଟ୍ର ସରକାରଙ୍କ ଛବିକୁ ଖରାପ କରିବାକୁ ଅପପ୍ରୟାସ କରାଯାଇଛି। ଦୁନିଆର ସବୁଠୁ ବଡ ରାଜନୈତିକ ପାର୍ଟି ବିଜେପି ଆଇଟି ସେଲ୍‌କୁ ଫଣ୍ଡ କରାଯିବା ଏବଂ ଏହି ଘଟଣାରେ ସିନେମା ଇଣ୍ଡଷ୍ଟ୍ରୀର ଜଣେ ଅଭିନେତ୍ରୀ ସାମିଲ।  ରାଉତ ଅଭିଯୋଗ କରିଛନ୍ତି ଏହା ଅନ୍ତରାଷ୍ଟ୍ରୀୟ ରାଜନୈତିକ ପାର୍ଟି ଦ୍ଵାରା କରାଯାଇଥିବା ଏକ ଅନ୍ତରାଷ୍ଟ୍ରୀୟ ଷଡଯନ୍ତ୍ର।

ବିଜେପି ବିରୋଧୀ ନେତାଙ୍କ ଉପରେ ହମଲା କରିବା ପାଇଁ ସାଇବର ନେତାଙ୍କୁ  ବ୍ୟବସ୍ଥିତ ଭାବେ ବିକଶିତ କରିଛି। ବିଜେପି ଗତ ଦୁଇଟି ଲୋକସଭା ନିର୍ବାଚନ ଏହି ସାଇବର ଆର୍ମିଙ୍କ ସାହାଯ୍ୟରେ ଜିତିଛି। ଏହି ଆର୍ମିଙ୍କୁ ବିରୋଧୀ ଦଳଙ୍କ ବିରୋଧରେ ଉପଯୋଗ କରାଯାଉଛି ଏବଂ ଏବେ ସେମାନଙ୍କୁ ପୋଲିସ, ସେନା ଓ ପ୍ରଶାସନ ବିରୋଧରେ ନିୟୋଜିତ କରାଯାଇଛି। ଏହା ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଆମର ସ୍ଵଚ୍ଛ ଭାବମୂର୍ତ୍ତିକୁ ମଳିନ କରିବାକୁ ଅପଚେଷ୍ଟା ବୋଲି ସଞ୍ଜୟ ରାଉତ କହିଛନ୍ତି।

   Related Posts