Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ନେଟଫ୍ଲିକ୍ସରେ ଅଶ୍ଳୀଳ ଭିଡିଓ ପ୍ରଦର୍ଶନ ଅଭିଯୋଗରେ ଥାନାରେ ଏତଲା ଦେଲା ଶିବସେନା…

28/09/2019 at 5:41 PM

ନୂଆଦିଲ୍ଲୀ୨୮|୯:  ଭିଡିଓ ଷ୍ଟ୍ରିମିଙ୍ଗ ଆପ୍‌ ଓ ଓ୍ବେବପୋର୍ଟସ୍ ନେଟଫ୍ଲିକ୍ସରେ ଅଶ୍ଳୀଳ ଭିଡ଼ିଓ ପ୍ରସାରଣ କରୁଥିବା ନେଇ ଶିବସେନା ଅଭିଯୋଗ କରିଛି। ଏନେଇ ନେଟଫ୍ଲିକ୍ସ ବିରୋଧରେ ଶିବସେନାର ଆଇଟି ସେଲର ଅଧିକାରୀ ରମେଶ ସୋଲଙ୍କୀ ମୁମ୍ବାଇର ଏଲଟି ମାର୍କ ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି।

ଭାରତର ହିନ୍ଦୁମାନଙ୍କୁ ନେଟଫ୍ଲିକ୍ସ ବଦନାମ କରିବା ଲାଗି ଚାହୁଁଛି ବୋଲି ଏତଲାରେ ଉଲ୍ଲେଖ କରାଯାଇଛି । ନେଟଫ୍ଲିକ୍ସରେ ଅଶ୍ଳୀଳ ଭିଡିଓ ସହ ହିଂସାତ୍ମକ ଭିଡ଼ିଓ ପ୍ରସାରଣ ହେଉଥିବା କଥା ମଧ୍ୟ ଏତଲାରେ ରହିଛି। ନେଟଫ୍ଲିକ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ଶିବସେନାର ଆଇଟି ସେଲର ଅଧିକାରୀ ସୋଲଙ୍କୀ କହିଛନ୍ତି। ସେକ୍ରେଡ ଗେମ୍ସ, ଲୈଲା ଓ ଘୋଲ ସିରିଜ ଭଳି ସିରିଜ ନେଟଫ୍ଲିକ୍ସରେ ପ୍ରସାରଣ ହେଉଥିବା କଥା ସୋଲଙ୍କୀ କହିଛନ୍ତି।

ସୋଲଙ୍କୀ ଆହୁରି ମଧ୍ୟ କହିଛନ୍ତି, ଏତେ ଘଟଣା ହେବା ପରେ ବି ଭିଡିଓ ଷ୍ଟ୍ରିମିଙ୍ଗ ବିରୋଧରେ କୌଣସି ଆଇନ କାନୁନ ତିଆରି ହୋଇନାହିଁ। ଏପର୍ଯ୍ୟନ୍ତ ଏହାର ସେନ୍ସର ଲାଗି କୌଣସି ସଂସ୍ଥା ନାହିଁ। ଉଦାହରଣ ଦେଇ ସୋଲଙ୍କୀ କହିଛନ୍ତି ଯେ, ନିକଟରେ ଭିଡିଓ ଷ୍ଟ୍ରିମିଙ୍ଗକୁ କେନ୍ଦ୍ରକରି କୋଲକାତାରେ ଏକ ଘଟଣା ହୋଇଥିଲା। ଯେଉଁଥିରେ ପୋଲିସ କେଉଁ ଆଇନରେ ମାମଲା ରୁଜୁ କରିବେ ବୋଲି ଜାଣି ପାରିଲେ ନାହିଁ। ତଥାପି ଏସବୁ ବନ୍ଦ ହେବା ଦରକାର ବୋଲି ସୋଲଙ୍କୀ କହିଛନ୍ତି।  

   Related Posts