ମିଥୁନ, ତୁଳା ସମେତ ଏହି ୫ ରାଶି ଉପରେ ଶନିଦେବଙ୍କ ଦୃଷ୍ଟି: ଅଶୁଭ ଫଳରୁ ରକ୍ଷା ପାଇବାକୁ ସୋମବାର ଦିନ କରନ୍ତୁ ଶିବ ପୂଜା

Published By : Prameya-News7 Bureau | April 05, 2021 IST

ଭୁବନେଶ୍ୱର ୦୫/୦୪ : ଜ୍ୟୋତିଷଶାସ୍ତ୍ରରେ ଶନିଦେବଙ୍କୁ ନାଗ ଗ୍ରହ ମଧ୍ୟରେ ନ୍ୟାୟ ଦେବତା କହାଯାଏ। ଶନିଦେବଙ୍କ କୋପ ଦୃଷ୍ଟିକୁ ଅଶୁଭ କୁହାଯାଏ। ଶନିଦେବଙ୍କୁ ଅଭିଶାପ ମିଳିଛି ଯେ ଯାହା ଉପରେ ତାଙ୍କ କୋପ ଦୃଷ୍ଟି ପଡିବ ତାଙ୍କର ମଙ୍ଗଳ ହେବନାହିଁ। ସେଥିପାଇଁ ଶନିଦେବ ସର୍ବଦା ନିଜ ଦୃଷ୍ଟି ନୀଚ ରଖନ୍ତି।

ଶନିଦେବ ଭଗବାନ ଶିବଙ୍କ ବିଶେଷ ପୂଜା କରିଥିଲେ। ଶନିଦେବଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଶିବ ଶନିଙ୍କୁ ସବୁ ଗ୍ରହ ମଧ୍ୟରେ ନ୍ୟାୟାଧୀଶର ଦର୍ଜା ପ୍ରଦାନ କରିଥିଲେ। ପୌରାଣିକ କଥା ଅନୁସାରେ ଭଗବାନ ଶିବ ଶନିଦେବଙ୍କ ଗୁରୁ। ଭଗବାନ ଶିବଙ୍କ ବରଦାନ ଯୋଗୁଁ ଶନିଙ୍କ ଦୃଷ୍ଟିରୁ ମନୁଷ୍ୟ, ଦେବତା, ରାକ୍ଷସ ବଞ୍ଚି ପାରିନାହାନ୍ତି। ଶିବ ନିଜେ ମଧ୍ୟ ଶନିଙ୍କ ବକ୍ର ଦୃଷ୍ଟିରୁ ବଞ୍ଚି ପାରିନଥିଲେ। ଶନିଙ୍କ ଦୃଷ୍ଟି ଯୋଗୁଁ ଶିବଙ୍କୁ ପଶୁ ଯୋନିକୁ ଯିବାକୁ ପଡିଥିଲା।

ଶନିଙ୍କ ସାଢେସାତୀ ଢେୟା -

ଧନୁ, ମକର ଓ କୁମ୍ଭ ରାଶିରେ ଶନିଙ୍କ ସାଢେସାତୀ ଚାଲିଛି। ମିଥୁନ ଓ ତୁଳା ରାଶିରେ ଶନିଙ୍କ ଢେୟା ଚାଲିଛି। ସେଥିପାଇଁ ଏହି ୫ ରାଶିଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡିବ। ତାଛଡା ଯେଉଁମାନଙ୍କ ଜନ୍ମ କୁଣ୍ଡଳୀରେ ଶନି ଦଶା ଚାଲିଛି ସେମାନେ ମଧ୍ୟ ଶନିଙ୍କୁ ଶାନ୍ତ କରିବାକୁ ପ୍ରୟାସ କରିବା ଉଚିତ।

ଶନିଙ୍କ ଅଶୁଭ ଫଳ -

ଶନିଦେବ ଅଶୁଭ ଥିଲେ ବ୍ୟକ୍ତିକୁ ଶିକ୍ଷା, ଚାକିରୀ, ବ୍ୟବସାୟ, ସ୍ୱାସ୍ଥ୍ୟ ଓ କ୍ୟାରିଅର ସମ୍ବନ୍ଧୀୟ ସମସ୍ୟା ହୋଇଥାଏ। ଦାମ୍ପତ୍ୟ ଜୀବନ ଓ ପ୍ରେମ ସମ୍ବନ୍ଧରେ ମଧ୍ୟ ସମସ୍ୟା ଦେଖାଦେଇଥାଏ।

ସୋମବାର ଦିନ କରନ୍ତୁ ଏହି ଉପାୟ -

ଛାତ୍ର ମାସ କୃଷ୍ଣ ପକ୍ଷ ତିଥିରେ ଭଗବାନ ଶିବଙ୍କୁ ପୂଜା କଲେ ଶୁଭ ଫଳ ମିଳିଥାଏ। ଭଗବାନ ଶିବଙ୍କ ପୂଜା କଲେ ଶନି ଦୋଷ ଦୂର ହୋଇଥାଏ। ଶନିଦେବ ଶିବ ଭକ୍ତଙ୍କୁ ହଇରାଣ ହରକତ କରିନଥାନ୍ତି। 

ଅଶ୍ୱଥ ଗଛ ପୂଜା କରନ୍ତୁ -

ଅଶ୍ୱଥ ଗଛକୁ ପୂଜା ଆକଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି। ଅଶ୍ୱଥ ଗଛ ଶୀର୍ଷରେ ଭଗବାନ ଶିବ ବାସ କରନ୍ତି ବୋଲି କୁହାଯାଏ। ଶନିଦେବ ମଧ୍ୟ ଅଶ୍ୱଥ ଗଛରେ ବାସ କରନ୍ତି। ସେଥିପାଇଁ ଅଶ୍ୱଥ ଗଛକୁ ପୂଜା କଲେ ଭଗଵଂ ଶିବ ଓ ଶନିଦେବ ପ୍ରସନ୍ନ ହୋଇଥାନ୍ତି। ଲିଙ୍ଗ ପୁରାଣରେ ଅଶ୍ୱଥ ଗଛକୁ ବହୁତ ମହତ୍ତ୍ୱପୂର୍ଣ୍ଣ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.