Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ଶୀତଳ ଷଷ୍ଠୀ ପାଇଁ ସାରା ସମ୍ବଲପୁର ସହର ଉତ୍ସବମୁଖର

18/06/2018 at 4:46 AM

ଶୀତଳ ଷଷ୍ଠୀ ପାଇଁ ସାରା ସମ୍ବଲପୁର ସହର ଉତ୍ସବମୁଖର । ମହାଆଡମ୍ବରରେ ସରିଛି ଦେବ ଦମ୍ପତି ଶିବ-ପାର୍ବତୀଙ୍କ ବାହାଘର । ଆଜି କନ୍ୟା ଘରେ ବିଶ୍ରାମ ନେଉଛନ୍ତି ଦେବ ଦମ୍ପତି । ଗତକାଲି ବରଯାତ୍ରୀ, ପାଟ, ପଟ୍ଟୁଆରରେ ହରହର ମହାଦେବ ବାହାରିଥିଲେ । ବର ବେଶରେ ସଜେଇ ହୋଇ ପାର୍ବତୀଙ୍କୁ ବିବାହ କରିବା ପାଇଁ ବରଯାତ୍ରୀ ଶୋଭାଯାତ୍ରାରେ ପାର୍ବତୀଙ୍କ ଘରକୁ ଯାଇଥିଲେ ଭୋଳା ଶଙ୍କର । ବରଯାତ୍ରୀଙ୍କ ସହଯାଇ ମହାଦେବ, କନ୍ୟାପିତାଙ୍କ ଘରକୁ ଯାଇ ପାଣି ଗ୍ରହଣ କରିଛନ୍ତି । ବୈଦିକ ରୀତିନିତୀ ଅନୁସାରେ ମହାଦେବ ଏବଂ ଦେବୀ ପାର୍ବତୀଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି । ଆସନ୍ତାକାଲି ଦେବଦମ୍ପତ୍ତି ଯୁଗଳ ମୂର୍ତ୍ତିରେ ଦର୍ଶନ ଦେବେ । ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ, ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ଶିବ-ପାର୍ବତୀ ।
ସରିଲା ମହାପ୍ରଭୂ ଲିଙ୍ଗରାଜ ଏବଂ ମାତା ପାର୍ବତୀଙ୍କ ପବିତ୍ର ବିବାହ । ପାରମ୍ପରିକ ବାଜା, ବାଣରେ କମ୍ପିଥିଲା ଏକାମ୍ର କ୍ଷେତ୍ର । ରୀତି ନୀତି ଅନୁଯାୟୀ ବିଳମ୍ବିତ ରାତିରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି । ଲିଙ୍ଗରାଜ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଥିଲେ ପ୍ରଭୁ ଲିଙ୍ଗରାଜ। କେଦାରଗୌରି ମନ୍ଦିରରେ ପହଂଚିବା ପପରେ ମହାପ୍ରଭୁଙ୍କୁ ବାଟ କରଣ କରିଥିଲେ କନ୍ୟାପକ୍ଷ । ବର ଯାତ୍ରୀ କନ୍ୟା ପକ୍ଷରୁ ପକ୍ଷରୂ ମିଠା , ସହ ବିଭିନ୍ନ ବ୍ୟଞ୍ଜନରେ ବରପକ୍ଷଙ୍କୁ ଅାପ୍ୟାୟିତ କରାଯାଇଥିଲା। ବିବାହ ଶେଷ ହେବା ପରେ ଏବେ କନ୍ୟାଘରେ ଦେବଦମ୍ପତି ବିଶ୍ରାମ ନେଉଛନ୍ତି । ଆଜି ସଂଧ୍ୟାରେ ପଟୁଆରରେ ଦେବଦମ୍ପତି ମନ୍ଦିର ଫେରିବେ ।

   Related Posts