ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁରରେ ଉତ୍ସବର ମାହୋଲ ; ଆଜି ଝାଡୁଆପଡା, ବଡବଜାର ଓ ମୋଦିପଡା ଶୀତଳଷଷ୍ଠୀ ଯାତ୍ରା କମିଟିର ପତରପେଣ୍ଡି କାର୍ଯ୍ୟକ୍ରମ

Published By : Prameya-News7 Bureau | June 05, 2019 IST

ସମ୍ବଲପୁର ୫|୬: ଶୀତଳ ଷଷ୍ଠୀ ଉତ୍ସବ ପାଇଁ ସମ୍ବଲପୁରରେ ଉତ୍ସବର ମାହୋଲ । ନନ୍ଦପଡା ପୂଜା କମିଟି ଗତକାଲି ରାତିରେ ଦେବ ନିମନ୍ତ୍ରଣ କରିଛି । ଏକ ସୁସଜ୍ଜିତ ରଥରେ ଭଗବାନ ନୃସିଂହ ସହରର ସମସ୍ତ ଦେବାଦେବୀ ମନ୍ଦିର ବୁଲି ଶିବ, ପାର୍ବତୀଙ୍କ ବିବାହ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି । ସେପଟେ ଆଜି ଝାଡୁଆପଡା, ବଡବଜାର ଓ ମୋଦିପଡା ଶୀତଳଷଷ୍ଠୀ ଯାତ୍ରା କମିଟିର ପତରପେଣ୍ଡି କାର୍ଯ୍ୟକ୍ରମ ରହିଛି ।

{"id":119904}

ସମ୍ପୂର୍ଣ୍ଣ ଲୋକାଚାର ନୀତିରେ ୭ରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବାହାଘର । ବାହାଘର ସମୟ ଯେତିକି ପାଖେଇ ଆସୁଛି, ସମ୍ବଲପୁର ସହରରେ ଆନନ୍ଦ ଉଲ୍ଲାସ ସେତିକି ବଢିବାରେ ଲାଗିଛି । ହାତରେ ଆଉ ସମୟ ନାହିଁ । ଜାନି, ଯୌତୁକ ଦେଇ କେମିତି ଝିଅ ବିଦା କରିବେ, ସେଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି କନ୍ୟାପିତା ମାତା । ମଙ୍ଗଳବାର ରାତିରେ ନନ୍ଦପଡା ଶୀତଳଷଷ୍ଠୀ ପୂଜା କମିଟି ଦେବ ନିମନ୍ତ୍ରଣ କରିଛି । ଗୋଟିଏ ଶାଳ ପତ୍ର ଦନାରେ ହଳଦୀ, ଚିଟାଉ, ପଇତା ଓ ମିଠା ଦେଇ ସହରର ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି ନିଜେ ମହାପ୍ରଭୁ ନୃସିଂହ ।

{"id":119905}

ବୁଧବାର ବମ୍ବରାଡ ବାଲୁଙ୍କେଶ୍ବର ବାବାଙ୍କ ପତରପେଣ୍ଡ କାର୍ଯ୍ୟକ୍ରମ । ପୂର୍ବ ନିର୍ଦ୍ଧାରିତ କନ୍ୟାପିତାଙ୍କ ଘରକୁ ସପ୍ତଋଷି ମଣ୍ଡଳ, ଦେବଦେବ ମହାଦେବଙ୍କ ପିତା, ଦେବ ପୁରୋହିତ କନ୍ୟା ଅନ୍ବେଷଣରେ ବାହାରିବେ । କନ୍ୟାଘରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ପରିଚୟ କରାଯିବ । ଏହାପରେ ୨୧ଟି ସର୍ଗି ପତ୍ର, ଫୁଲ ଚନ୍ଦନ, ମିଠା ଓ ପଇତା ଦେଇ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହେବ । ସେହିପରି ବୁଧବାର ଝାଡୁଆପଡା, ମୋଦିପଡା, ଓ ବଡବଜାର ଶୀତଳଷଷ୍ଠୀ ପୂଜା କମିଟିର ପତରପେଣ୍ଡି କାର୍ଯ୍ୟକ୍ରମ ହେବ । ଗୁରୁବାର ଦେବ ନିମନ୍ତ୍ରଣ କରିବାକୁ ଯିବେ ହନୁମାନ ।

{"id":119906}

୭ ତାରିଖ ରାତିରେ ମାତା ପାର୍ବତୀଙ୍କ ହାତ ଧରିବେ ଦେବଦେବ ମହାଦେବ । ୮ ତାରିଖ ଦିନବେଳା ଦେବଦମ୍ପତି ବିଶ୍ରାମ ନେବା ପରେ ରାତିରେ ନଗର ପରିକ୍ରମା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.