ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର ; ଆଜି ଦେବ ନିମନ୍ତ୍ରଣ

Published By : Prameya-News7 Bureau | June 14, 2018 IST

ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର । ବାହାଘରକୁ ଆଉ ମାତ୍ର ୩ ଦିନ । ଶୀତଳଷଷ୍ଠୀର ଆଜି ହେଉଛି ଦେବ ନିମନ୍ତ୍ରଣ ବା ଗୁଆ ଗୁଣ୍ଡା । ଏହାକୁ ନୃସିଂହ ନିଉତା ଓ ହନୁମାନ ନିଉତା ମଧ୍ୟ କୁହାଯାଏ । ଶିବ ବିବାହ ପାଇଁ ଆଜି ସବୁ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯିବ । ସେଥିପାଇଁ ସହରର ନନ୍ଦପଡା,ଝାଡୁଆପଡା,ମୋଦିପଡା,ବଡବଜାର ଶୀତଳଷଷ୍ଠୀ ପୂଜା କମିଟି ପୁରା ପ୍ରସ୍ତୁତ । ଶୋଭାଯାତ୍ରାରେ ଯାଇ ସହରର ସବୁ ଦେବାଦେବୀଙ୍କ ମନ୍ଦିରରେ ଗୁଆ, ହଳଦୀ, ମିଠା ଦେଇ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯିବ । ଗତକାଲି ବିଳମ୍ବିତ ରାତିରେ ଦେବ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି । ଆସନ୍ତା ୧୮ରେ ଧୁମଧାମରେ ହେବ ଶିବ ବିବାହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.