କାରାକୋରମ ପର୍ବତମାଳାରେ ଥିବା ସିନ୍ଧୁ ନଦୀର ସିସ୍ପର ଗ୍ଲେସିୟର ଏବେ ପାକିସ୍ତାନର ନିଦ ହଜେଇଦେଇଛି। ତେବେ ଗ୍ଲେସିୟରର ସିଧା ମୁହଁରେ ଥିବା ହାସନାବାଦ ଗ୍ରାମବାସୀ ଏବେ ରାତି ଶୋଇ ପାରୁନାହାନ୍ତି। ଜମାଟ ବାନ୍ଧି ରହିଥିବା ଗ୍ଲେସିୟର ଟନଟନ୍ କଳାବରଫ ଦୈନିକ ୪ ମିଟର ହାରରେ ଆଗକୁ ବଢୁଛି। ଏଥିଯୋଗୁ ସୃଷ୍ଟି ହେଉଥିବା ଚାପ କେତେବେଳେ କେଉଁ ଅଘଟଣର କାରଣ ହେବ ସେ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ନିଜର ଅନ୍ନଭଣ୍ଡାର ଚିନ୍ତାରେ ପଡିଯାଇଛି ପାକିସ୍ତାନ।
{"id":209459,"sizeSlug":"large"}ଉପରେ ଗ୍ଲେସିୟର ତଳେ ଲୋକଙ୍କ ଘରଦ୍ୱାର ଓ ଚାଷବାସ। କେତେବେଳେ କ’ଣ ହେବ ତାର କିଛି ଠିକଣା ନାହିଁ। ତେବେ ସିନ୍ଧୁ ନଦୀର ଜଳ ପ୍ରବାହ ଏଠାରେ ଗ୍ଲେସିୟର ସୃଷ୍ଟି ହେବାକୁ ଦିଏନା। ନଦୀର ପ୍ରଖର ଜଳସ୍ରୋତ ଜମାଟ ବରଫ ଭସେଇ ଉତ୍ତର ପାକିସ୍ତାନକୁ ଶଶ୍ୟଶ୍ୟାମଳ କରିଥାଏ। ହେଲେ ଭାରତ ଓ ପାକିସ୍ତାନ ସମ୍ପର୍କରେ ଫାଟ ଏବେ ହାସନାବାଦ ସାଙ୍ଗକୁ ସମଗ୍ର ଦେଶ ଲାଗି ଏବେ ବିପଦ ଡାକିଆଣିଛି।
{"id":209460,"sizeSlug":"large"}ଭାରତ-ପାକ୍ ୧୯୬୦ ସିନ୍ଧୁ ରାଜିନାମା ଉଭୟ ଦେଶର ଆର୍ଥିକ ଓ ସାମାଜିକ ବିକାଶକୁ ଦୃଷ୍ଟିରେ ରଖି ହୋଇଥିଲା। ତେବେ ଭାରତ ସହ କ୍ରମାଗତ ଅଶାନ୍ତି ଯୋଗୁ ପାକିସ୍ତାନ ଲାଗି ଏହା ଭୟାନକ ବିପଦ ସୃଷ୍ଟି କରିଛି। ଗ୍ଲୋବାଲ ୱାର୍ମିଂ ଯୋଗୁ ଅଧିକାଂଶ ଦେଶରେ ଏବେ ଗ୍ଲେସିୟର ତରଳିବାରେ ଲାଗିଛି। ଏଥିରେ ସିସ୍ପର ଯଦି ତରଳିବାକୁ ଲାଗେ ତେବେ ତଳେ ଥିବା ହାସନାବାଦ ପଙ୍କ କାଦୁଅ ଓ ବରଫରେ ପୋତି ହୋଇଯିବାକୁ ଥିବା ବେଳେ ଉତ୍ତର ପାକିସ୍ତାନର ଚାଷ ସବୁଦିନ ଲାଗି ଉଜୁଡିଯିବା ଭଳି ପରିସ୍ଥିତି ଉପୁଜିଛି।
{"id":209462,"width":578,"height":433,"sizeSlug":"large"}ଶୀତ ଦିନେ ଏବେ ଗ୍ଲେସିୟର ବିପଦ ହୋଇ ଉଭା ହୋଇଥିବା ବେଳେ ଗ୍ରୀଷ୍ମ ଋତୁରେ ଅବବାହିକାରେ ଗୁରୁତର ଜଳ ସଙ୍କଟର କାରଣ ହେବବୋଲି ଆକଳନ କରାଗଲାଣି। ଆରବ ସାଗରରେ ମିସିବା ପୂର୍ବରୁ ସିନ୍ଧୁ ନଦୀ ବିଭିନ୍ନ ଶାଖା ନଦୀରେ ପାକିସ୍ତାନକୁ ଜଳ ଯୋଗାଇଦେଇଥାଏ। ତେବେ ଚଳିତବର୍ଷ ଉପୁଜିଥିବା ପରିସ୍ଥିତି ଶାଖାନଦୀରେ ଏବେଠାରୁ ପାଣିନାହିଁ।
{"id":209463,"width":578,"height":385,"sizeSlug":"large"}କାରାକୋରମ ପର୍ବତମାଳାରେ ଥିବା ପାହାଡ କେ-୨ ଠାରୁ ବି ଉଚ୍ଚା। ଏଠାରେ ଆର୍କଟି୍ ଓ ଆଣ୍ଟାର୍କଟିକା ପରେ ସବୁଠୁ ଅଧିକ ହିମପାତ ହୋଇଥାଏ। ଏଣୁ ଏହାକୁ ତୃତୀୟ ମେରୁ ବୋଲି ମଧ୍ୟ କୁହାଯାଇଥାଏ। ଏଣୁ ବରଫ ତରଳି ସିନ୍ଧୁ ନଦୀରେ ପ୍ରବାହିତ ହେବା ଯୋଗୁ ପାକିସ୍ତାନର କୃଷିକ୍ଷେତ୍ରକୁ ୯୦ ପ୍ରତିଶତ ଜଳ ସେଚିତ ହୋଇଥାଏ। ହେଲେ ଏବେ ଉପୁଜିଥିବା ପରିସ୍ଥିତି ପ୍ରତିମୁହୁର୍ତ୍ତରେ ପାକିସ୍ତାନ ଲାଗି ପ୍ରାକୃତିକ ବିତ୍ପାତର ସୂଚନା ବୋଲି ବୈଜ୍ଞାନିକ ଆଶଙ୍କା ବ୍ୟକ୍ତ କରିଛନ୍ତି।