Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଡିସେମ୍ବର ୩୧ ତାରିଖ ଏବଂ ଜାନୁଆରୀ ୧ ତାରିଖରେ ଶ୍ରଦ୍ଧାଳୁଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ ସିରିଡ଼ି ସାଇ ବାବାଙ୍କ ମନ୍ଦିର

22/12/2018 at 4:36 PM

ମୁମ୍ବାଇ ୨୨/୧୨ : ଆସନ୍ତା ଡିସେମ୍ବର ୩୧ ତାରିଖରେ ସିରିଡ଼ି ସାଇ ମନ୍ଦିର ଭକ୍ତଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ ବୋଲି ମନ୍ଦିର ପ୍ରଶାସକ ସୂଚନା ଦେଇଛନ୍ତି | ନୂତନ ବର୍ଷ ପାଇଁ ମନ୍ଦିରରେ ବହୁତ ଭିଡ ହୋଇଥାଏ | ଭଗବାନଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଦେଶର ବିଭିନ୍ନ ସ୍ଥାନରୁ ଆସିଥାନ୍ତି | ଭିଡକୁ ନଜରରେ ରଖି ମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି | ସାଇ ବାବା ସଂସ୍ଥାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୁବଲ ଅଗ୍ରୱାଲ କହିଛନ୍ତି ଯେ, ବଡଦିନ, ପୁରୁଣା ବର୍ଷର ବିଦାୟ ଏବଂ ନୂତନ ବର୍ଷର ଆରମ୍ଭରେ ସିରିଡ଼ିରେ ଭକ୍ତଙ୍କ ସମାଗମ ହୋଇଥାଏ | ତେବେ ଅତ୍ୟଧିକ ଭିଡ ଯୋଗୁଁ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରି ପାରିନଥାନ୍ତି |

ଦୂର ଦୁରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ କିଭଳି ସମାଧି ଦର୍ଶନର ଲାଭ ଉଠେଇ ପାରିବେ ସେନେଇ ମନ୍ଦିର ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରିଛି | ଡିସେମ୍ବର ୩୧ ତାରିଖ, ସୋମବାର ଦିନ ବାବାଙ୍କ ଦର୍ଶନ ପାଇଁ ମନ୍ଦିର ରାତି ସାରା ଖୋଲା ରହିବ | ୩୧ ତାରିଖ ରାତିରେ ହେବାକୁ ଥିବା ବାବାଙ୍କ ଶୟନ ଆଳତୀ ଏବଂ ଜାନୁଆରୀ ୧ ତାରିଖ ଭୋରରେ ହେବାକୁଥିବା କକଡ ଆଳତୀ ହେବନାହିଁ |

ଡିସେମ୍ବର ୨୨ ତାରିଖ ଅର୍ଥାତ ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି | ଡିସେମ୍ବର ୨୫ ତାରିଖ, ୩୧ ତାରିଖ ଏବଂ ଜାନୁଆରୀ ୧ ତାରିଖରେ ହେବାକୁ ଥିବା ସାଇ ସତ୍ୟବ୍ରତ ପୂଜା, ଅଭିଷେକ ପୂଜା ଆଦି ବନ୍ଦ ରହିବ ବୋଲି ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୁବଲ ଅଗ୍ରୱାଲ ସୂଚନା ଦେଇଛନ୍ତି | ଏହାଛଡା ୩୧ ତାରିଖ ଏବଂ ଜାନୁଆରୀ ୨ ତାରିଖରେ କୌଣସି ଯାନବାହାନ ପୂଜା ମଧ୍ୟ ହେବା ନାହିଁ | ବାବାଙ୍କୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଏହିସବୁ ପୂଜା ବିଧି ବନ୍ଦ କରାଯାଇଛି |   

   Related Posts